ହେଡଲାଇନସ୍:

ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇ ଦିନିଆ କ୍ରୀଡା ପ୍ରତିଭା ଅନ୍ୱେଷଣ ଅଯୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣ ପୁର (ପ୍ରକାଶ ହାତୀ) ସୋନପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲୀ ସୁନିଲ ନରୱଣେ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l ଜିଲ୍ଲା କ୍ରୀଡା ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ପ୍ରଥମ ଦିନରେ ଜିଲ୍ଲାର ଉଲୁଣ୍ଡା, ଡୁଙ୍ଗୁରିପାଲି, ଓ ବୀରମହାରାଜପୁର ବ୍ଲକର ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ବାଳକ ୯୮ ଓ ବାଳିକା ୩୯, ମୋଟ ୧୩୭ ଜଣ କ୍ରୀଡାପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ l ଦ୍ଵିତୀୟ ଦିନରେ ଅନ୍ୟ ୩ଟି ବ୍ଲକ ଏବଂ ସୋନପୁର ମ୍ୟୁନିସିପାଲିଟି ସହ ବିନିକା ଓ ତରଭା ଏନ ଏ ସି ର କ୍ରୀଡା ପ୍ରତିଭାଗୀ ବାଳକ ବାଳିକା ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି l ଜିଲ୍ଲାର ଲୁକାୟିତ କ୍ରୀଡା ପ୍ରତିଭା ଅନ୍ୱେଷଣ କୁ ସ୍ୱଚ୍ଛ, ବ୍ୟବସ୍ଥିତ ଓ ସଠିକ ଭାବରେ ପରିଚାଳନା କରିବା ନିମନ୍ତେ ଜିଲ୍ଲାର ବିଭିନ୍ନ ୬ଜଣ ପ୍ରତିଭା ସମ୍ପନ୍ନ ଖେଳ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଲୁଚିରହିଥିବା କ୍ରୀଡା ପ୍ରତିଭାମାନଙ୍କୁ ଲୋକଲୋଚନ କୁ ଆଣିବା ସହିତ ସେମାନଙ୍କୁ ସେମାନଙ୍କ ପ୍ରିୟ କ୍ରୀଡା ରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ନିମନ୍ତେ ଏକ ନିଶ୍ଚିତ ଭିତିଭୂମି ପ୍ରଦାନ କରି ଆଗାମୀ ଦିନରେ ଏକ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପରିଚିତ କରିବା ଲକ୍ଷ୍ୟ ରହିଥିବା ଜିଲ୍ଲା କ୍ରୀଡା ଅଧିକାରୀ ଡ଼ଃ ମିଶ୍ର ପ୍ରକାଶ କରିଛନ୍ତି |

0
0
0
s2sdefault