ସୁବର୍ଣ୍ଣ ପୁର (ପ୍ରକାଶ ହାତୀ) ସୋନପୁରୀ ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର କୁ ପରିଚିତ କରାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ ନିଆଯାଇଛି l ପ୍ରତ୍ୟେକ ସୋମବାର ଦିନ ଜିଲ୍ଲାର ବିଭିନ୍ନ ବ୍ଲକ ରେ ହେଉଥିବା ଜଣଶୁଣାଣି ରେ ସମସ୍ତ ଅଧିକାରୀ ସୋନପୁରୀ /ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ସ୍ଥିର କରାଯାଇଛି l ଆସନ୍ତାକାଲି ଠାରୁ ହେବାକୁ ଥିବା ଜଣଶୁଣାଣୀ ରେ ସମସ୍ତ ଅଧିକାରୀ ଏହା ପାଳନ କରିବାକୁ କୁହାଯାଇଛି l ଫଳରେ ହସ୍ତ ତନ୍ତ ବସ୍ତ୍ର ର ଚାହିଦା ଆହୁରି ବୃଦ୍ଧି ପାଇବ l ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି କ୍ରମେ ଜିଲ୍ଲାର ପ୍ରତି ସୋମବାର ରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଜିଲ୍ଲାର ପ୍ରତ୍ୟେକ ଜିଲ୍ଲାସ୍ତରୀୟ ଅଧିକାରୀ ସୋନପୁର ର ବୁଣାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଲୁଗା ପରିଧାନ କରିବାପାଇଁ ନିଷ୍ପତ୍ତି ନିଆଯାଇଛି ଯାହାକି ବୁଣାକାର ମାନଙ୍କ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ହେବାସହ ହସ୍ତତନ୍ତ ବସ୍ତ୍ର ର ପ୍ରୋତ୍ସାହନ ହୋଇପାରିବ।
ରାଜ୍ୟ
ସମସ୍ତ ଅଧିକାରୀ ସୋନପୁରୀ/ ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ l
- Hits: 769