ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ୧୫୫ ଗୋଟି ପ୍ରାଥମିକ ସେବା ସମବାୟ ସମିତି ଏବଂ ଶିଳ୍ପ ଓ ବୟନ ଶିଳ୍ପକୁ ନେଇ ମୋଟ ୨୨୦ ସମବାୟ ସମିତିର ନିର୍ବାଚନ ଆସନ୍ତା ଜୁନ ମାସ ୧୯ ଓ ୨୬ ତାରିଖରେ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏଥିନେଇ ରାଜନୈତିକ ପ୍ରସ୍ତୁତି ଜୋରଦାର ହୋଇଛି । ଓଡ଼ଗାଁ ବ୍ଲକ ଅଧିନସ୍ଥ ୧୭ ଗୋଟି ସମବାୟ ସମିତି ନିମନ୍ତେ ୧୫ ଜଣ ପଂଚ ଓ ପରେ ସଭାପତି ନିର୍ବାଚନ ହେବ । ବିଜୁ ଜନତା ଦଳ ନିକଟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବେଳେ ସମବାୟ ନିର୍ବାଚନରେ ମଧ୍ୟ ଅନୁରୂପ ସଫଳତା ଦୋହରାଇବା ପାଇଁ କମର କଷି ଦେଇଛି |ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସଭାପତିତ୍ୱରେ ଏଥିନେଇ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଭୁ ପ୍ରସାଦ ସାହୁ, କୁରାଳ ସରପଂଚ ବିଜନ ପାଇକରାୟ, ପୂର୍ବତନ ସରପଂଚ ନିତ୍ୟାନନ୍ଦ ପ୍ରଧାନଙ୍କ ସହିତ ନବନିର୍ବାଚିତ ଜନ ପ୍ରତିନିଧିମାନଙ୍କ ଉପସ୍ଥିିତିଅନୁଷ୍ଠିତ ହୋଇଯାଇଛି । ବିନା ଦଳୀୟ ସଙ୍କେତରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇ ଫଳାଫଳକୁ ନିଜ ସପକ୍ଷରେ ବଜାୟ ରଖିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।
ରାଜ୍ୟ
ସମବାୟ ନିର୍ବାଚନ ପାଇଁ ବିଜେଡି ଦଳର ପ୍ରସ୍ତୁତି ବୈଠକ
- Hits: 294