ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର "ଓସଓ୍ବାନ୍" କକ୍ଷରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଗଜପତି ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ରାଜସ୍ବ ଆଦାୟ ଠାରୁ ଆରମ୍ଭ କରି ସାଧାରଣ ପଟ୍ଟା ଓ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ସାଧାରଣ ଲୋକ ଯେପରି ତହସିଲ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ହଇରାଣ ନ ହୁଅନ୍ତି , ସେଥିପ୍ରତି ଚେଷ୍ଟା କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ୫-ଟି ର ସଫଳ ରୂପାୟନ ଦିଗରେ ଗୁରୁତ୍ବାରୋପ କରିଥିଲେ।
ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ( ସାଧାରଣ ) , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ରଂଜିତ ( ରାଜସ୍ବ ) , ଉପଜିଲ୍ଲାପାଳ ଦାୟିତ୍ବରେ ଥିବା ଫାଲଗୁନି ମାଝୀ , ଜିଲ୍ଲା ସବ୍-ରେଜିଷ୍ଟ୍ରାର ଶ୍ରୀ ଇଶ୍ବର ଚନ୍ଦ୍ର ସାହୁ , ସହକାରୀ ଜିଲ୍ଲାପାଳ ଶ୍ରୀ ଜୁବୁଲୀ ଚରଣ ବେହେରା , ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ସମେତ ସମସ୍ତ ୭ ଗୋଟି ତହସିଲର ତହସିଲଦାର୍ ଓ ଅତିରିକ୍ତ ତହସିଲଦାର୍ ମାନେ ଉପସ୍ଥିତ ଥିଲେ। ଏତଦବ୍ୟତୀତ ସମସ୍ତ ବ୍ଲକ୍ ମୁଖ୍ୟାଳୟ ମାନଙ୍କରେ ଉପସ୍ଥିତ ଅଫିସର୍ ଓ କର୍ମଚାରୀ ମାନେ ମଧ୍ୟ ଭିଡିଓ କନଫରେନ୍ସିଂରେ ଯୋଡି ହୋଇ ଆଲୋଚନାରେ ଭାଗ ନେଇଥିଲେ।

0
0
0
s2sdefault