ହଜାର ହଜାର ଶ୍ରୋତାଙ୍କ ଆଗରେ କାଳିଆ ଭଜନ ଗାଇଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା : 4ର୍ଥ ସନ୍ଧ୍ୟାରେ ହ୍ୟୁମାନ ସାଗରଙ୍କ ପ୍ରଥମ ଜଗନ୍ନାଥ ମହାପ୍ରଭୁଙ୍କ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପାରମ୍ପାରିକ ଚନ୍ଦନ ଯାତ୍ରା ଉତ୍ସବ ଉପଲକ୍ଷେ ମାହାଙ୍ଗା ମହୋତ୍ସବ ରାଜ୍ୟ ପଂଚୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମରେ 4ର୍ଥ ସନ୍ଧ୍ୟାରେ ହୁମାନ ସାଗର ଙ୍କ ପ୍ରଥମ ଜଗନ୍ନାଥ ମହାପ୍ରଭୁଙ୍କ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ । 

ହୁମାନ ସାଗର ଙ୍କୁ ପ୍ରଥମେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସଚିବ ଉମାଶଙ୍କର ବିଶ୍ୱାଳ, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ଜ୍ଞାନରଞ୍ଜନ ରାଉତ, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିଶ ମହାପାତ୍ର,ସବିତା ଓଝା,ବ୍ଲକ ଅଧକ୍ଷା ରୋଜି ସେଠି,ଦିପା ମଲିକ,ସରପଞ୍ଚ ତିଳୋତମା ରାଉତ, ଜିଲ୍ଲାପରିଷଦ ସଭ୍ୟ , ସରପଞ୍ଚ, ସମିତିସଭ୍ୟ, ଯୁବ ବିଜେଡି ଛାତ୍ର ମାନେ ଯୋଗଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ପାରମ୍ପରିକ ରିତିନୀତି ଅନୁଯାୟୀ ମହାପ୍ରଭୁଙ୍କ ଚନ୍ଦନଯାତ୍ରାରେ ପ୍ରତିନିଧିତ୍ବ କରୁଥିବା ଦିଅଁ ମଦନମୋହନ ଭକ୍ତମାନଙ୍କୁ ପବିତ୍ର ଚନ୍ଦନ ପୁଷ୍କରିଣୀରେ ଦର୍ଶନ ଦେଇଥିଲେ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ମାହାଙ୍ଗା ମହୋତ୍ସବ ରେ ପରିଣତ କରାଯାଇଥିଲା ।

ତେବେ ହ୍ୟୁମାନ ସାଗରଙ୍କ ଗୀତ ଶୁଣିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ଯୋଗଦାନ କରି ସଙ୍ଗୀତ ରେ ଝୁମିଥିବାର ଦେଖିବାକୁ ମିଳିଥିଲା । ହ୍ୟୁମାନ ସାଗରଙ୍କ କଣ୍ଠରେ କାଳିଆ ଭଜନ ଶୁଣି ଶ୍ରୋତାମାନେ ତଲ୍ଲୀନ ହୋଇଯାଇଥିବା ଦେଖିବାକୁ ମିଳିଥିଲା | ହ୍ୟୁମାନ ସାଗରଂକୁ ଶୁଣିବା ପାଇଁ ଏପରି ଭିଡ଼ ହୋଇଥିଲା କି ସବୁତକ ଜାଗା ଲୋକାରଣ୍ୟରେ ପରିଣତ ହୋଇଥିଲା । ଯାହାକି ମନ୍ତ୍ରୀ ଶ୍ରୀ ଜେନାଙ୍କ ଦ୍ବାରା କେବଳ ସମ୍ଭବ ହୋଇପାରିଥିବାରୁ ସ୍ଥାନୀୟ ଅଂଚଳ ବାସୀ ଏବଂ ହୁମାନ ସାଗର ମନ୍ତ୍ରୀ ଙ୍କୁ ଢ଼େରସାରା ପ୍ରଶଂସା କରିଥିଲେ । ସେହିପରି ଭାବେ ମନ୍ତ୍ରୀ ଙ୍କ ଉଦ୍ୟମ କ୍ରମେ ଓରମାସ ଷ୍ଟଲ ଠାରୁ ଆରମ୍ଭ କରି, ମୀନାବଜାର, ରାମଦୋଳି ଓ ଅନ୍ୟାନ ଦୋକାନ ଗୁଡିକ ପଡିବା ଦ୍ୱାରା ଲୋକମାନେ ମନ ଭରି ଉପଭୋଗ କରିଥିଲେ । ଏହି ଉତ୍ସବର ଶେଷ ଉଦଯାପନୀ ଉତ୍ସବ 23 ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହେବ ।

0
0
0
s2sdefault