ହେଡଲାଇନସ୍:

ଘରେ ଘରେ ଦେଶି ମଦ ବିକ୍ରି କୁ ବିରୋଧ କଲେ ଏସ ଏସ ଜି ଗ୍ରୁପର ମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ରାଉରକେଲା,(ବସନ୍ତ କୁମାର ଜେନା); କୋଇଡା ଥାନା ଅନ୍ତର୍ଗତ କୋଇଡା ପଞ୍ଚାୟତ ର ଗୋପପୁର ସାହି ରେ ଥିବା ସୟଂ ସହାୟକ ଗୋଷ୍ଠୀ ର ମା ମାନେ ଦୁଇ ଦିନ ଧରି ଘରେ ଘରେ ବିକ୍ରି ହେଉଥିବା ଦେଶି ମଦ ବା ଭାଟିମଦ କୁ ବିରୋଧ କରିଛନ୍ତି ,ସୁଚନା ଅନୁଯାୟୀ ଚଳିତ ମାସ ୫/୫/୨୦୨୨ ରେ ଥାନା ଅଧିକାରୀ ସହିତ ବଣାଇ ଉପ ଜିଲ୍ଲାପାଳ କୋଇଡା ବିଡିଓ, ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଧା କୌଣସି ସୁଫଳ ନ ମିଳିବାରୁ ଗତ କାଲି ଠାରୁ ଗୋପପୁର ସାହିରେ ଥିବା ଏସ ଏସ ଜି ଗ୍ରୁପ ର ମା ମାନେ ଏକତ୍ରିତ ହୋଇ ସାହି ସାହି ଭାଟି ମଦ ବିକ୍ରି କରୁଥିବା ଲୋକଙ୍କୁ ବୁଝାଇ ଆସୁଛନ୍ତି ।
କୋଇଡାରେ ଲାଇସେନ୍ସ ପ୍ରାପ୍ତ ଦେଶି ମହୁଲି ଭାଟି ରହିଛି। ଏଠାରୁ ନିୟମିତ ଭାବେ ପଲିଥିନ ପ୍ୟାକରେ ପାଉଚ ମହୁଲି ମଦ ପ୍ରସ୍ତୁତି କରାଯାଇ ଏଗୁଡିକୁ ଦେଶି ମଦଭାଟି ର କର୍ମଚାରୀ ମାନେ ବସ୍ଥା ବାଟେ ଭତ୍ତିକର ଗାଁ ଗାଁରେ ପହଞ୍ଚାଇ ଦେଉଥିବା ଅଭିଯୋଗ ହେଉଛି। ବର୍ତମାନ ଏହି ପଲିଥିନ ପ୍ୟାକରେ ପାଉଚ ମଦ ଗୁଡିକ ସମସ୍ତ ଗ୍ରାମ, ସାହି ଗୁଡିକରେ ସହଜରେ ମିଲୁଥିବା ବେଳେ ଏହାକୁ ପିଇ ମଦୁଆ ମାନଙ୍କର ପ୍ରକୋପ ବୂଦ୍ଧି ପାଇବାରେ ଲାଗିଛି। ଏହା ସହିତ ଗରିବ ଦିନ ମଜୁରିଆ କାମ ସାରି ଯେତିକି ରୋଜଗାର କରି ଥାନ୍ତି ତାକୁ ନେଇ ସେହି ମଦ ପିଇ ରାସ୍ତା ଘାଟରେ ପଡି ଅଧା ରାତିରେ ଘରକୁ ଫେରି ଥାନ୍ତି। ଘର ର ସୁବିଧା ଅସୁବିଧା ବୁଝିବାକୁ ତାଙ୍କ ପାଖରେ ନଥାଏ ସମୟ ,ଯଦି ସ୍ତ୍ରୀ କୌଣସି କିଛି କହିଦିଅନ୍ତି ସେତିକିରେ ସୃଷ୍ଟି ହୋଇଥାଏ ମହାଭାରତ । ଏହାକୁ ଆଖିରେ ରଖି ଏସ୍ ଏସ ଜି ଗ୍ରୁପର ମା ମାନେ ଘରେ ଘରେ ମଦ ବିକ୍ରି କୁ ବିରୋଧ କରିଛନ୍ତି ।
ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ଆଗାମି ଦିନରେ ମଦ ବିକ୍ରି କରିବା ଦେଖିଲେ ଆଇନ ର ଆଶ୍ରୟ ନେବା ସହିତ ଘରେ ପଶି ମଦ ନଷ୍ଟ କରିବାକୁ ଚେତାବନୀ ଦେଇଛନ୍ତି।

0
0
0
s2sdefault