୪୮ ଘଣ୍ଟା ପରିବର୍ତ୍ତେ ୫୬ ଘଣ୍ଟା କାମ କରାଇବା ଅଭିଯୋଗ
ରାଉରକେଲା(ବସନ୍ତ କୁମାର ଜେନା); ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦାବିରେ ଗାଙ୍ଗପୁର ମଜଦୂର ମଞ୍ଚ ପକ୍ଷରୁ ଆଜି ଧାରଣା ଦିଆଯାଇଛି। ଆଞ୍ଚଳିକ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ମଞ୍ଚର ସଭାପତି ଜର୍ଜ ତିର୍କୀ ଏବଂ ସମ୍ପାଦକ ଗୋପାଳ ଦାସ ଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା।
ଆର ଏସ ପି କର୍ତ୍ତୃପକ୍ଷ ଏବଂ ଠିକା ସଂସ୍ଥା ମଧ୍ୟରେ ମିଳିତ ମଧୁଚନ୍ଦ୍ରିକା ଯୋଗୁଁ ଠିକା ଶ୍ରମିକ ମାନେ ଶୋଷିତ ହେଉଥିବା ଅଭିଯୋଗ ହୋଇଛି। ଠିକା ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ଦିଆଯାଉନଥିବା ଏବଂ ସପ୍ତାହକୁ ୪୮ ଘଣ୍ଟା ପରିବର୍ତ୍ତେ ୫୬ ଘଣ୍ଟା କାମ କରାଇବା ଅଭିଯୋଗ ହୋଇଛି। ଶ୍ରମିକ ମାନଙ୍କ ଲାଗି ବିଶ୍ରାମ ଗୃହ ମଧ୍ୟ ନାହିଁ। ସବୁ ଜାଣି ଶୁଣି ଶ୍ରମ କାର୍ଯ୍ୟାଳୟ ଏବଂ ଆର ଏସ ପି କର୍ତ୍ତୃପକ୍ଷ ଚୁପ ରହିବା ଆଉ ବରଦାସ୍ତ କରାଯିବ ନାହିଁ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି