ଶିଶୁ ପାଇଁ ଦିନଟିଏ ଓ ଜିଲ୍ଲା ଟାସ୍କ ଫୋର୍ସ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର(ପ୍ରକାଶ ହାତୀ): ସୋନପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ର ମିଳିତ ଆନୁକୂଳରେ ଜ଼ିଲ୍ଲାପାଳଙ୍କ ସମ୍ମିଳିନୀ କକ୍ଷ ରେ  ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ତଥା ବାଲ୍ୟ ବିବାହ ନିରାକରଣ ଜ଼ିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇ ଯାଇଛି I ବୈଠକରେ ରେ ଜ଼ିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ  ନିମନ୍ତେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ l ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଜିଲ୍ଲାରେ ତୃଣମୂଳ ସ୍ତରରେ ବାଲ୍ୟ ବିବାହ ନିରୋଧ ନିମନ୍ତେ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ କରିଛନ୍ତି l ସେ ଏହି ପରିପ୍ରେକ୍ଷୀରେ ବିଭଗୀୟ ଅଧିକାରୀ ଙ୍କୁ ଜିଲ୍ଲାରେ ବାଲ୍ୟ ବିବାହ ନିରୋଧ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି l   lଏହି ପରିପ୍ରେକ୍ଷୀରେ ରେ ଶିଶୁ ଗୃହ ରେ ରହୁଥବା ଦୁଇ ଜଣ ଅନାଥ ଶିଶୁଙ୍କୁ  ୧୮ ବର୍ଷ ବୟସ    ପୂରଣ ହୋଇ ଥିବାରୁ  " ଆଫ୍ଟର କେୟାର " ଯୋଜନା ରେ ଜଣ ପ୍ରତି ୨୪୦୦୦/- ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି l ସେମାନେ ହେଲେ ତରଭା ବ୍ଲକ ର ଚନ୍ଦ୍ରକାନ୍ତି ହାତୀ ଏବଂ ବିନିକା ବ୍ଲକ ର ଚନ୍ଦ୍ର ଶେଖର ଦଳେଇ I ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜା ଦାଶ ବୈଠକ ର ସଂଯାଜନା କରିଥିବା ବେଳେ, ବାଲ୍ୟ ବିବାହ ସଂଯୋଜକ (ଆକ୍ସନ ଏଡ଼/ ୟୁନିସେଫ ) ରାକେଶ ପ୍ରଧାନ ଜ଼ିଲ୍ଲା ରେ ବାଲ୍ୟ ବିବାହ ର ସ୍ଥିତି ଓ  ବାଲ୍ୟ ବିବାହ ସମ୍ପର୍କ ରେ ଜ଼ିଲ୍ଲା ରେ ନିଆଯାଇଥିବା ପଦକ୍ଷପ ଓ ଆଗାମୀ ଦିନ ର କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଭାବରେ  ଉପସ୍ଥାପନ କରିଥିଲେ I ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଅନିତା ଗୁରୁ ଜିଲ୍ଲାରେ "ସଖି"ର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଉପସ୍ଥାପନ କରିଥଲେ I

ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ  ସୂର୍ଯ୍ୟନାରାୟଣ ଦାଶ , ଅତିରିକ୍ତ ଆରକ୍ଷୀ ଅଧିକାରୀ ଜଗଜୀବନ ପଟେଲ , ଶିଶୁ ମଙ୍ଗଳ କମିଟି ସଭାପତି  ମଧୁସୂଦନ ପ୍ରଧାନ , ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇ , ଡ଼ି.ଏସ.ଡବ୍ଲୁ ଓ ଗୌରିମଣୀ ହାଂସଦା , ଡ଼ି.ଡବ୍ଲୁ. ଓ  ରବୀନ୍ଦ୍ର ପାଲାକା, ଡ଼ି.ଏସ.ଏସ.ଓ ଗୋବିନ୍ଦ ବଲ୍ଲବ ସଡ଼ଙ୍ଗୀ , ଡ଼ି.ଆଇ.ପି. ଆର.ଓ ଅଶ୍ୱିନୀ କୁମାର ଭୋଇ, ସମସ୍ତ ସି.ଡି.ପି.ଓ, ଚାଇଲଡ ଲାଇନ ର ପ୍ରଭାମୟୀ  ବେହେରା , ସ୍ଵଧାର ରୁ ଶୁଭଶ୍ରୀ କଅଁର , ୱାନ ଷ୍ଟପ ସେଣ୍ଟର (ସଖି) ରୁ ରାଜଶ୍ରୀ, ଶିଶୁ ଗୃହ ରୁ ସୁଜାତା ବେହେରା  ଏବଂ ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ବିଜୟ ବିଶ୍ୱାଳ, ସ୍ୱାଗତ ମିଶ୍ର, ବିଶେଶ୍ୱର ହୋତା  ପ୍ରମୁଖ ସହଯୋଗ କରିଥିଲେ I ବିଜୟ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ I

 
 
 
0
0
0
s2sdefault