-
ଏଚ୍ସିଏଲ ଫାଉଣ୍ଡେସନ ଗତ ୧୧ ବର୍ଷ ମଧ୍ୟରେ ସିଏସଆର କାର୍ଯ୍ୟରେ ୯୦୦ କୋଟି ଟଙ୍କାର ନିବେଶ କରିଛି
-
ଏଚ୍ସିଏଲ ଗ୍ରାଂଟ ଅଷ୍ଟମ ଏଡିସନର ଶୁଭାରମ୍ଭ କରିଛି ଯେଉଁଥିରେ ୧୬.୫ କୋଟି ଟଙ୍କାର ପ୍ରତିଶ୍ରୁତିବଦ୍ଧତା ରହିଛି
ଭୁବନେଶ୍ୱର: ଏଚସିଏଲ୍ ଟେକ୍ନୋଲୋଜିସ୍ର ସିଏସଆର (କର୍ପୋରେଟ ସାମାଜିକ ଦାୟିତ୍ୱବୋଧ) ଶାଖା, ଏଚସିଏଲ୍ ଫାଉଣ୍ଡେସନ (ଏଚସିଏଲ୍ଏଫ୍) ପକ୍ଷରୁ ଏଚସିଏଲ୍ ଗ୍ରାଂଟ ପାନ୍ ଇଣ୍ଡିଆ ସିମ୍ପୋଜିୟମ ୨୦୨୨ ଅଷ୍ଟମ ସଂସ୍କରଣର ଶୁଭାରମ୍ଭ ଭୁବନେଶ୍ୱର ଠାରେ କରାଯାଇଛି । ଏଥିରେ ଓଡ଼ିଶାର ଏବଂ ପଡ଼ୋଶୀ ରାଜ୍ୟର ଏନଜିଓ ମାନଙ୍କୁ ସାମିଲ୍ କରାଯାଇଛି । ଏହାକୁ ଏକ୍ସଆଇଏମ୍ ୟୁନିଭରସିଟି ଠାରେ ଆୟୋଜିତ କରାଯାଇଛି ।
ଏଚସିଏଲ୍ ଫାଉଣ୍ଡେସନ ସର୍ବଦା ତୃଣମୂଳ ସ୍ତରର ବିକାଶ ଉପରେ ବିଶ୍ୱାସ କରେ । ଏଚସିଏଲ୍ ଗ୍ରାଂଟ ସିମ୍ପୋଜିୟମ ସିରିଜ୍ – ‘ଦେଶର ନିର୍ମାଣ ପାଇଁ ସିଏସ୍ଆର’ ହେଉଛି ଏହିପରି ଏକ ସୁଯୋଗ ଯାହା ସହାୟତାରେ ଦେଶ ନିର୍ମାଣ ପାଇଁ ପ୍ରକ୍ରିୟା ଗ୍ରହଣ କରିବା ସହିତ ନୂତନ ଚିନ୍ତାଧାରା ଉପରେ କାର୍ଯ୍ୟ କରାଯାଇପାରିବ ।
ଏହି ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ଏନଜିଓ ଓ ସିଭିଲ୍ ସୋସାଇଟି ମାନଙ୍କ ସହିତ ପ୍ୟାନେଲ୍ ଆଲୋଚନା କରାଯାଇଥିଲା ଯେଉଁଥିରେ ଫଳପ୍ରଦ ସହଭାଗୀତାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ସମୁଦାୟ ୧୦୦+ ଏନଜିଓ ଉପସ୍ଥିତ ରହି ସେମାନଙ୍କର ମତାମତ ପ୍ରଦାନ କରିଥିଲେ ଓ ୧୫୦ର ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଏମାନେ ରାଜ୍ୟର ବିଭିନ୍ନ ଅଂଶରୁ ପ୍ରତିନିଧିତ୍ୱ କରିଥିଲେ ।
ଶ୍ରୀମତୀ ନିଧି ପୁନ୍ଧିର, ଡାଇରେକ୍ଟର, ଏଚ୍ସିଏଲ ଫାଉଣ୍ଡେସନ, ଶ୍ରୀ ଜଗଦାନନ୍ଦ, ମାର୍ଗଦର୍ଶକ ଏବଂ ସହ- ପ୍ରତିଷ୍ଠାତା, ସେଣ୍ଟର ଫର ୟୁଥ୍ ଆଣ୍ଡ ସୋସିଆଲ ଡେଭଲପମେଣ୍ଟ, ଅରବିନ୍ଦ ବେହେରା, ଅବସରପ୍ରାପ୍ତ ଆଇଏଏସ୍ ଏବଂ ନିରଜ କୁମାର ଆଦି ବିଶିଷ୍ଟ ବକ୍ତାଙ୍କୁ ନେଇ ଏକ ଅନ୍ତଦୃଷ୍ଟିସମ୍ପନ୍ନ ଦଳଗତ ଆଲୋଚନା ଏବଂ କଥୋପକଥନ ଅନୁଷ୍ଠିତ ହୋଇଥିଲା ।
ଶ୍ରୀମତୀ ନିଧି ପୁନ୍ଧିର, ଡାଇରେକ୍ଟର, ଏଚସିଏଲ ଫାଉଣ୍ଡେସନ ଏଚ୍ସିଏଲ ଫାଉଣ୍ଡେସନ ଏବଂ ଭାରତରେ ଏହାର ଗୋଷ୍ଠୀ ବିକାଶ ଯାତ୍ରା ସମ୍ପର୍କରେ ମୋଟାମୋଟି ଉପସ୍ଥାପନା ସହିତ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ସେ ମଧ୍ୟ ଗ୍ରାମ୍ୟ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଏନ୍ଜିଓଗୁଡିକୁ ସମର୍ଥନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏଚ୍ସିଏଲ ଗ୍ରାଣ୍ଟ୍ ସମ୍ପର୍କରେ ଆଲୋକପାତ କରିଥିଲେ ।
ସିମ୍ପୋଜିୟମ୍ରେ ସିଏସ୍ଆର ଆଇନ ଓ ନୂତନ ସଂଶୋଧନ ସମ୍ପର୍କରେ ଶ୍ରୀ ଭୋମିକ ଶାହ, ସିଇଓ ଓ ପ୍ରତିଷ୍ଠାତା, ସିଏସ୍ଆରବକ୍ସ ଆଣ୍ଡ ଏନ୍ଜିଓବକ୍ସ ଓ ଶ୍ରୀ ନିଖିଳ ପନ୍ତ, ଚିଫ୍ ଏକ୍ଜିକ୍ୟୁଟିଭ ଅଫିସର, ଆରଇଏସିଏଚ୍ଏ ଦ୍ୱାରା ଏକ ମାଷ୍ଟରକ୍ଲାସ୍/ କର୍ମଶାଳା ଆଧାରିତ ଅନେକ ଅଧିବେଶନ ସ୍ଥାନ ପାଇଥିଲା । ଡ.ଭଗବାନ ପ୍ରକାଶ, ପ୍ରାକ୍ତନ ରାଷ୍ଟ୍ରୀୟ ଯୁବ ପରାମର୍ଶଦାତା, ପ୍ରାକ୍ତନ ମାନବ ସମ୍ବଳ ପରାମର୍ଶଦାତା ରାଜ୍ୟଗୋଷ୍ଠୀ ସଚିବାଳୟ, ପ୍ରାକ୍ତନ ବରିଷ୍ଠ ପରାମର୍ଶଦାତା ଭାରତର ନିର୍ବାଚନ ଆୟୋଗ, ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର୍ ଇଲେକ୍ସନ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତାଙ୍କ ଦ୍ୱାରା ଏକ ପ୍ରେରଣାଦାୟୀ ବକ୍ତୃତା ପ୍ରଦାନ କରାଯାଇଥିଲା ।
ଚଳିତ ଥର ଏଚ୍ସିଏଲ ଫାଉଣ୍ଡେସନ ଦ୍ୱିତୀୟ ଥର ପାଇଁ ଏକ ସିମ୍ପୋଜିୟମ ଭୁବନେଶ୍ୱରରେ ଆୟୋଜନ କରିଛି । ୨୦୧୭-୧୮ରେ ପ୍ରଥମ ସିମ୍ପୋସିୟମ୍କୁ ରାଜ୍ୟର ଏନ୍ଜିଓଗୁଡିକ ନିକଟରୁ ବିପୁଳ ସମର୍ଥନ ମିଳିଥିଲା ଏବଂ ଚଳିତ ବର୍ଷ ଅଂଶଗ୍ରହଣ ଅଧିକ ଉତ୍ସାହପ୍ରଦ ହୋଇଛି ।
ଏହି ସିମ୍ପୋଜିୟମ ଜରିଆରେ ଏଚ୍ସିଏଲ ଫାଉଣ୍ଡେସନ ସିଏସ୍ଆର ପ୍ରସଙ୍ଗ, ଆହ୍ୱାନ ଏବଂ ସ୍ଥାନୀୟ ଅଞ୍ଚଳ ବିକାଶ, ପ୍ରସ୍ତାବ ଲିଖନ ଏବଂ ପ୍ରକଳ୍ପ ପରିଚାଳନା କ୍ଷେତ୍ରରେ ଥିବା ସୁଯୋଗ ଆଧାରିତ ବିଷୟ ନେଇ ଏନ୍ଜିଓଗୁଡିକ ନିକଟରେ ପହଞ୍ଚିଛି ଏବଂ ସେମାନଙ୍କୁ ଏଚ୍ସିଏଲ ଗ୍ରାଣ୍ଟ ୨୦୨୨ ନିମନ୍ତେ ଆବେଦନ କରିବାକୁ ଉତ୍ସାହିତ କରିଛି । ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଭଲ ଏନ୍ଜିଓ ରହିଛନ୍ତି, ଯେଉଁମାନେ ଏହି ସିମ୍ପୋଜିୟମ୍ରୁ ଉପକୃତ ହୋଇପାରିବେ ।
ଏଚ୍ସିଏଲ ଗ୍ରାଣ୍ଟ ସର୍ବଭାରତୀୟ ସିମ୍ପୋଜିୟମ ସମଗ୍ର ଭାରତରୁ ଏନ୍ଜିଓ, ସରକାରୀ, କର୍ପୋରେଟ ଏବଂ ନୀତିନିର୍ଦ୍ଧାରଣକାରୀଙ୍କୁ ଗୋଟିଏ ମଞ୍ଚରେ ଏକତ୍ରକରି ସିଏସ୍ଆର (କର୍ପୋରେଟ ସାମାଜିକ ଦାୟିତ୍ୱବୋଧ) ସମ୍ପର୍କରେ ଆଞ୍ଚଳିକ ଓ କ୍ଷେତ୍ରଗତ ବୋଧଗମ୍ୟତା ସମ୍ପର୍କରେ ଭାବ ଆଦାନ ପ୍ରଦାନ ଏବଂ ଏହାର ବିକାଶ ଘଟାଇବା ତଥା ରାଷ୍ଟ୍ର ଗଠନ ଦିଗରେ କିଭଳି ଅବଦାନ ରଖାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବାକୁ ଏଚ୍ସିଏଲ ଫାଉଣ୍ଡେସନର ଏକ ପ୍ରୟାସ ହୋଇଛି । ଏଥିରେ ଆଲୋଚନା ମଣ୍ଡଳୀରେ ମଧ୍ୟ ସିଏସ୍ଆର ଏବଂ କ୍ଷେତ୍ରଗତ ବିଶେଷଜ୍ଞ, ଶିକ୍ଷାବିତ୍, ଏଚ୍ସିଏଲ ଗ୍ରାଣ୍ଟ ଗ୍ରହଣକାରୀ ଏନ୍ଜିଓ ଏବଂ ଅନ୍ୟ ବିକାଶମୂଳକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ସ୍ଥାନପାଇବେ, ଯେଉଁମାନେ ପରସ୍ପରଙ୍କୁ ଭେଟିବା ସହିତ ନିଜ ନିଜର ଅନୁଭୂତି ପ୍ରକାଶ କରିବେ । ଚଳିତ ବର୍ଷ ଭାରତର ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଜନ କରାଯାଉଥିବା ଏଚ୍ସିଏଲ ଗ୍ରାଣ୍ଟ ସିମ୍ପୋଜିୟମ ବିକାଶମୂଳକ କ୍ଷେତ୍ରର ଆଗ୍ରହୀ ବୃତ୍ତିଧାରୀ, ଅଣ ଲାଭ ଉପାର୍ଜନକାରୀ, ସାମାଜିକ ସଂଗଠନ ଏବଂ ଶିକ୍ଷାନୁଷ୍ଠାନଗୁଡିକୁ ବିଭିନ୍ନ ସ୍ଥାନରେ ସିମ୍ପୋଜିୟମ୍ରେ ଯୋଗଦେବାକୁ ଆମନ୍ତ୍ରଣ କରିବା ଲକ୍ଷ୍ୟ ରଖିଛି ।
ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଏଚ୍ସିଏଲ ଫାଇଣ୍ଡେସନ ଡାଇରେକ୍ଟର ଶ୍ରୀମତୀ ନିଧି ପୁନ୍ଧିର କହିଛନ୍ତି ଯେ,ଏଚ୍ସିଏଲ ଗ୍ରାଣ୍ଟ ସିମ୍ପୋଜିୟମ ଅଷ୍ଟମ ସଂସ୍କରଣ ଜରିଆରେ ଏଚ୍ସିଏଲ ଫାଉଣ୍ଡେସନ ସିଏସ୍ଆର (କର୍ପୋରେଟ ସାମାଜିକ ଦାୟିତ୍ୱବୋଧ) ସମ୍ପର୍କରେ ଏକ ଆଞ୍ଚଳିକ ଏବଂ କ୍ଷେତ୍ରଗତ ବୋଧଗମ୍ୟତା ବିକାଶ କରିବା ଏବଂ ଏହା ରାଷ୍ଟ୍ରଗଠନ ଦିଗରେ କିଭଳି ଅବଦାନ ରଖିପାରିବ ସେ ସମ୍ପର୍କରେ ଆଲୋଚନା କରିବାକୁ ସମଗ୍ର ଭାରତର ଏନ୍ଜିଓ, ସରକାରୀ, କର୍ପୋରେଟ ଏବଂ ନୀତି ନିର୍ଦ୍ଧାରଣକାରୀଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରାଇବା ଲକ୍ଷ୍ୟ ରଖିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ଆଦି କ୍ଷେତରେ ଏନ୍ଜିଓଗୁଡିକ ତୃଣମୂଳ ସ୍ତରରେ କରୁଥିବା ପ୍ରଶଂସନୀୟ କାର୍ଯ୍ୟକୁ ସମର୍ଥନ କରିବାକୁ ଆମେ ସର୍ବଦା ପ୍ରତିବଦ୍ଧ ରହିଛୁ । ଆମର ବିଶ୍ୱାସ ଯେ ସିମ୍ପୋଜିୟମଗୁଡିକ ଏନ୍ଜିଓଗୁଡିକୁ ସର୍ବୋତ୍ତମ କାର୍ଯ୍ୟାଭ୍ୟାସ ଏବଂ ରୂପାନ୍ତରଣକାରୀ ଚିନ୍ତାଧାରା ସମ୍ପର୍କରେ ଅଧୁନାତମ ସୂଚନା ପ୍ରଦାନ ସହିତ ଏକ ଉତ୍ତମ ଭାରତ ନିର୍ମାଣ ଦିଗରେ ସେମାନଙ୍କୁ ସମର୍ଥନ କରି ପାରଦର୍ଶିତାର ସହିତ ସଶକ୍ତ କରିବ । ଏହି ସିମ୍ପୋଜିୟମଗୁଡିକ ଜରିଆରେ ଏଚ୍ସିଏଲ ଫାଉଣ୍ଡେସନ ଭାରତରେ ଉପଲବ୍ଧ ଅନ୍ୟତମ ସର୍ବାଧିକ ସମ୍ମାନଜନକ ଆନୁଷ୍ଠାନିକ ଅନୁଦାନ ଏଚ୍ସିଏଲ ଗ୍ରାଣ୍ଟ ସମ୍ପର୍କରେ ଏନ୍ଜିଓଗୁଡିକୁ ଅବଗତ କରାଇବା ଲକ୍ଷ୍ୟ ରଖିଛି, ଯାହା ଏକ ନିରପେକ୍ଷ ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଏନ୍ଜିଓଗୁଡିକୁ ଚିହ୍ନଟ କରୁଛି । ଏଚ୍ସିଏଲ ଗ୍ରାଣ୍ଟ୍ର ଏହା କ୍ରମାଗତ ଅଷ୍ଟମ ସଂସ୍କରଣ ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ଆଦି ବିଭାଗରେ ଅନୁଦାନ ଯୋଗାଇ ଦିଆଯିବ, ଏବଂ ପ୍ରତ୍ୟେକ ବିଭାଗରେ ତିନିବର୍ଷ ଅବଧି ପ୍ରକଳ୍ପ ନିମନ୍ତେ ୫ କୋଟି ଟଙ୍କାର ପ୍ରତିବଦ୍ଧତା ରହିଛି । ଏହି ଗ୍ରାଣ୍ଟ୍ ମଧ୍ୟ ଅନ୍ୟ ଫାଇନାଲିଷ୍ଟଙ୍କୁ ଏକ ବର୍ଷ ଅବଧିର ପ୍ରକଳ୍ପ ନିମନ୍ତେ ୨୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବ । ଅଷ୍ଟମ ସଂସ୍କରଣରେ ମୋଟ ୧୬.୫ କୋଟି ଟଙ୍କାର ଅନୁଦାନ ପାଣ୍ଠି ଯୋଗାଇବା ପ୍ରତିଶୃତି ଦିଆଯାଇଛି । ଏଚ୍ସିଏଲ ଗ୍ରାଣ୍ଟ ଏଥିପାଇଁ ପଞ୍ଜିକରଣରେ ଉଲ୍ଲେଖନୀୟ ବୃଦ୍ଧି ଲକ୍ଷ୍ୟ କରିଛି । ୨୦୧୬ ପରଠାରୁ ଏଚ୍ସିଏଲ ଗ୍ରାଣ୍ଟ୍ ଅଧୀନରେ ୩୫୦୦୦ରୁ ଅଧିକ ପଞ୍ଜିକରଣ ଏବଂ ୭୫୦୦ରୁ ଅଧିକ ଆବେଦନପତ୍ର ହସ୍ତଗତ ହୋଇଛି । ଏଚ୍ସିଏଲ ଗ୍ରାଣ୍ଟ୍ର ଚିନ୍ତାଧାରା ହେଉଛି ଦେଶର ଅଭିବୃଦ୍ଧି ଓ ବିକାଶ ଦିଗରେ ଅବଦାନ ରଖୁଥିବା ଏନ୍ଜିଓଗୁଡିକର କାର୍ଯ୍ୟକୁ ସ୍ୱୀକୃତି ଜଣାଇବା ଏବଂ ତାହାସହିତ ଆକାଂକ୍ଷିତ ସକାରାତ୍ମକ ପ୍ରଭାବ ହାସଲ କରିବା ସକାଶେ ସେମାନଙ୍କ ସହିତ ନିୟୋଜିତ ରହିବା । ପ୍ରତିବର୍ଷ ପ୍ରକାଶ ପାଉଥିବା ଏଚ୍ସିଏଲ ଗ୍ରାଣ୍ଟ୍ ସାରାଂଶରେ ଏହାର ବିଜେତାମାନଙ୍କ ସହିତ ପ୍ରତ୍ୟେକ ବିଭାଗରୁ ୧୦ଟି କରି ୩୦ଟି ପର୍ଯ୍ୟନ୍ତ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିବା ଏନ୍ଜିଓଙ୍କ କାର୍ଯ୍ୟ ମଧ୍ୟ ସ୍ଥାନ ପାଉଛି । ନାଗରିକ ସମାଜରେ ଦୃଢ ପ୍ରଶାସନର ମୂଲ୍ୟବୋଧକୁ ସ୍ଥାପନ କରିବା ଏବଂ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଭାରତୀୟ ଏନ୍ଜିଓଗୁଡିକୁ ଆନ୍ତର୍ଜାତିକ ସ୍ତରରେ ପରିଦୃଶ୍ୟତା ଯୋଗାଇଦେବାକୁ ଏହା ଏକ ପଦକ୍ଷେପ ହୋଇଛି ।ଆଗ୍ରହୀ ଏନଜିଓ ସଂସ୍ଥା ଅଧିକ ସୂଚନା ପାଇଁ http://hclgrant.hcltech.com" ର ସହାୟତା ମଧ୍ୟ ନେଇପାରିବେ "