ଲବଣ ସତ୍ୟାଗ୍ରହ ଚିନ୍ତନ ସ୍ମାରକୀ ସମାରୋହ, ଯୋଗଦେବେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ର କୁହୁଡ଼ି ଠାରେ ମେ୨୧ରେ ହେବାକୁ ଥିବା,ଲବଣ ସତ୍ୟାଗ୍ରହ ସ୍ମାରକି ସମାରୋହ ର ପୂର୍ବଦିନ,ତଥା ମେ20 ଶୁକ୍ରବାର ଦିନ  ଖଣ୍ଡାସହି, ଓଳଙ୍ଗର ଠାରେ ଅନୁଷ୍ଠିତ ହେବାକୁ ଯାଉଛି, ସତ୍ୟାଗ୍ରହ ସମାରୋହର ର ପୂର୍ବ ପ୍ରସ୍ତୁତି  ସ୍ମାରକୀ ବୈଠକ ।ଏହି ବୈଠକ ରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା,ଜଗତସିଂହପୁର ସାଂସଦ ରାଜଶ୍ରୀ  ମଲ୍ଲିକ,ପୂର୍ବତନ ମନ୍ତ୍ରୀ, ସୁରେନ୍ଦ୍ରନାଥ ନାୟକ,ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ବାଧୀନକୁମାର ନାୟକ, ପ୍ରଦଶକଂଗ୍ରେସ କୃଷକ ସେଲ ର ଅଧ୍ୟକ୍ଷ,ତଥା ଉତ୍କଳ   ସଂଗ୍ରାମୀ ସ୍ମୃତି ସମିତି ର କାର୍ଯ୍ୟକାରୀ  ସଭାପତି ,ଅମୀୟ କୁମାର ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ର,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ନଈଗୁଆ ସରପଞ୍ଚ ମଞ୍ଜୁଲତା ଖୁଣ୍ଟିଆ, ତାଳଦା ସରପଞ୍ଚ ଦୀପକ ପରିଡ଼ା,ସମିତିସଭ୍ୟ ପ୍ରଦୀପ ସାହୁ ଓ ଗିରିଧାରୀ ସେଠି,  ଅସ୍ତରଙ୍ଗ ଯୋନ ଦୁଇ ର ଜିଲ୍ଲା ପରିଷଦ ସଭ୍ୟ ବନିତା ବେହେରା,ଲତାହାରଣ ସରପଞ୍ଚ ପ୍ରଦୀପ୍ତ ବିଶ୍ୱାଳ, ସାଂସଦ ପ୍ରତିନିଧି ଜ୍ଞାନ ସାହୂ, ଙ୍କ ସମେତ ବହୁ ସରକାରୀ ଓ ବେ ସରକାରୀ ବ୍ୟକ୍ତିବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହି ଅଛି । ଏହି ଚିନ୍ତନ ବୈଠକ ରେ ଆଗନ୍ତୁକ ଅତିଥି ମାନେ ସହିଦି ସ୍ମୃତିସ୍ତମ୍ଭ  ଓ ସହିଦ ମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ବୋଲି, ଅନୁଷ୍ଠାନର ସଭାପତି, ସ୍ୱପନେଶ୍ୱର ସାହୁ ଜଣାଇଛନ୍ତି । ସନ୍ଧ୍ୟାରେ  ସହିଦମାନଙ୍କ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି, ସଭ୍ୟ ପାର୍ଥସାରଥୀ ସାହୁ ଙ୍କ ଠାରୁ ପ୍ରକାଶ  ।

0
0
0
s2sdefault