ଜଗତସିଂହପୁର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦ୍ ଭାବନା ସଭା ଗୃହ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକ ରେ ଯୋଗଦେଇ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ୍ କହିଲେ ସମସ୍ତଙ୍କ ସହଯୋଗ ରେ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ କୁ ଆମେ ମୁକାବିଲା କରିପାରିବା l ଜଳ ସମ୍ପଦ ,ଡ୍ରେନେଜ,ଗ୍ରମ୍ୟ ଜଳ ଯୋଗାଣ ଓ ପରିମଳ ଭଳି ଵିଭାଗ ନିଜ ନିଜ ମଧ୍ୟରେ ସମନ୍ୱୟ ରଖି ସମୟୋପଚିତ୍ ପଦକ୍ଷେପ ଗ୍ରହଣ କଲେ ଜିଲ୍ଲାବାସୀ ଉପକୃତ ହୋଇପାରିବେ l ଵୈଠକରେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଆମ ଜିଲ୍ଲା ଆୟତନ ରେ ଛୋଟ ହେଲେ ମଧ୍ୟ ଲୋକ ସଂଖ୍ୟା ଅଧିକ ,ଜିଲ୍ଲାର ମୁଖ୍ୟ ସମସ୍ୟା ହେଲା ଜଳ ନିଷ୍କାସନ l ଉଦ୍ କୃତ ଜଳ କଟକ ଜିଲ୍ଲାରୁ ଆସି ଏହି ଜିଲ୍ଲାରେ ପ୍ରଭାବିତ ହୁଏ l ଅଧିକ ବର୍ଷା ହେଲେ ଅଧିକାଂଶ ଅଞ୍ଚଳ ଜଳ ପ୍ଲାବିତ ହୋଇ ଆନୁଷଙ୍ଗିକ ସମସ୍ୟା ସୃଷ୍ଟି ହୁଏ l ଆମ ଜିଲ୍ଲା ହେଉଛି ଦୁଗ୍ଧ ଉତ୍ପାଦନ ର ଅଗ୍ରଣୀ ଜିଲ୍ଲା l ଗାଈ ଗୋରୁ ଙ୍କ ପାଇଁ ଖାଦ୍ୟ ସମସ୍ୟା ସୃଷ୍ଟି ହୁଏ lଏ ବର୍ଷ ଗାଈ ଗୋରୁ ଙ୍କ ଖାଦ୍ୟ ଓ ଫଟୁଆ ଭଳି ସଂକ୍ରାମକ ରୋଗ ନିମନ୍ତେ ଟୀକା କରଣ ଉପରେ ଅଧିକ ଫୋକସ୍ ରଖାଜାଉ l ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ପଦକ୍ଷେପ ଗ୍ରହଣ କଲେ ବିପର୍ଯୟ କୁ ସଠିକ ମୁକାବିଲା କରିହେବ l ଏ ବର୍ଷ ଅଧିକ ଡ୍ରେନେଜ କାମ ଚାଲିଛି ,ଯେପରି ବର୍ଷା ଦିନ ପୁର୍ବରୁ ସବୁ କାମ ସାରିବାକୁ ବିଭାଗିୟ ଅଧିବାସୀ ଙ୍କୁ ପରାମର୍ଶ ଦେଇଛନ୍ତି l ଵୈଠକରେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ପ୍ରତି ବର୍ଷ ପ୍ରସ୍ତୁତି ଵୈଠକରେ ବିପର୍ଯୟ ଜନିତ ସମସ୍ୟା ର ଆସୁ ସମାଧାନ ପାଇଁ ବ୍ୟବସ୍ଥା କରିଥାଉ l ଜଳ ନିଷ୍କାସିତ ନହୋଇ ଧାନ ଫସଲ ବୁଡି ଯାଏ l ଚାଷୀମାନେ ହଇରାଣ ହୁଅନ୍ତି ,ଏଣୁ ଜଳ ନିଷ୍କାସନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ l ଵୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପାରୁଲ୍ ପଟୱରୀ କହିଲେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚାଲୁ ରହିଛି ଆଉ କିଛି ଦିନ ମଧ୍ୟରେ ମୋୖସମି ବର୍ଷା ଆରମ୍ଭ ହେଵ l ଜିଲ୍ଲାର ତଳିଆ ଅଂଚଳ ଏବଂ ଡ୍ରେନ୍ ପରିଷ୍କାର ,ପାରାଦୀପ ଓ ଜଗତସିଂହପୁର ସହରରେ ଡ୍ରେନେଜ ସଫା ନିମନ୍ତେ ତ୍ୱରିତ୍ୱ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗିୟ ଅଧିକାରୀ ଙ୍କୁ ନିର୍ଧେଶ ଦେଇଥିଲେ l କୁଜଙ୍ଗ ଓ ଏରସମା ଅଞ୍ଚଳରେ ମାଛଧରାଳି ମାନେ ଅଡା ବସାଉଥିବାରୁ ଜଳ ନିଷ୍କାସନ ରେ ବାଧା ଉପୁଜୁଛି lତହସିଲଦାର ,ଵି.ଡି.ଓ ଓ ଜିଲ୍ଲା ମସ୍ୟ ଅଧିକାରୀ ଙ୍କୁ ନେଇ ସମନ୍ବୟ କମିଟି ମଧ୍ୟରେ ଏହି ସମସ୍ୟା କୁ ଦୁର କରିଵା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଧେଶ ଦେଇଥିଲେ l ଵୈଠକରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ଲାନ୍ ଅନୁମୋଦନ ହୋଉଥିଲା l ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ,ପ୍ରକଳ୍ପ ନିଦ୍ଦେଶକ ଶ୍ରୀ ରୁଦ୍ର ନାରାୟଣ ଦାସ ,ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ୍ ,ପାରାଦୀପ ଓ ଜଗତସିଂହପୁର ପୋୖରାଧ୍ୟକ୍ଷ ,ପୋୖରାଅଧ୍ୟକ୍ଷା ,ପଞ୍ଚାୟତ ସମିତି ଅଧ୍ୟକ୍ଷା,ଜିଲ୍ଲାସ୍ତରୀୟ ଅଧିକାରୀ ,କ୍ଷେତ୍ରିୟ ଅଧିକାରୀ,ଵି.ଡି.ଓ,ତହସିଲଦାର ,ଡେପୁଟି କଲେକ୍ଟଟର ,ଜରୁରୀ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟ ବିଶ୍ୱାଳ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନାକୁ ଆଗେଇ ନେଇଥିଲେ ଓ ଶେଷରେ ଧନ୍ୟଵାଦ ଅର୍ପଣ କରିଥିଲେ l

0
0
0
s2sdefault