କାଶୀପୁର ରୁ ବୈକୁଣ୍ଠ ଦୁରିଆ; ନୂତନ ବନୀକରଣ ଯୋଜନା ନା ରେ ସଂରକ୍ଷିତ ଜଙ୍ଗଲରେ ଥିବା ପ୍ରାୟ ଶତାଧିକ ହେକ୍ଟୋର ର ଲକ୍ଷଧିକ ଗଛ ର ପ୍ରାକୃତିକ ଜଙ୍ଗଲ କୁ ବନବିଭାଗ ଦ୍ୱାରା ପୋଡି ପାଉଁଶ କରିଥିବା ଅଭିଯୋଗ ହେଉଛି । ପ୍ରତ୍ୟକ୍ଷ ଦର୍ଶୀ ର ପ୍ରତିକ୍ରିୟା ବୟାନ ସମେତ ଦୃଶ୍ୟମାନ ର ପ୍ରମାଣ ରହିଥିବାବେଳେ । କାଶୀପୁର ବନାଞ୍ଚଳ ଅଧିକାରୀ ତରବରିଆ ପ୍ରତିକ୍ରିୟାରେ ଫାଏର ବଣ୍ଡିଙ୍ଗ ଭିତରେ ଜଙ୍ଗଲ କୁ ନିଆଁ ଲଗାଇଲେ ଅସୁବିଧାନାହିଁ ଆମର ଗାଇଡ଼ ଲାଇନ ମଧ୍ୟ ରହିଛି ପୁଣି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଦେଖିଲା ପରେ ପ୍ରତିକ୍ରିୟା ଦେଇପାରିବି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବା କୁ ମିଳିଛି କାଶୀପୁର ରେଞ୍ଜ ଅନ୍ତର୍ଗତ ସିପିଯୋଡି ସ୍ଥିତ ସଂରକ୍ଷିତ ଜଙ୍ଗଲ ରେ । ଯାହା ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ପୁରାତନ ସଂରକ୍ଷିତ ଜଙ୍ଗଲ କୁ ନିଆଁ ଲଗାଇ ସେଠାରେ ଥିବା ବାଉଁଶ, ଶାଗୁଆନ, ଶାଳ ,ଆମ୍ବ ଓ ପଣସ ଓ ନିମ୍ବ ଭଳି ବହୁମୂଲ୍ୟ ଔଷଧୀୟ ଗଛ କୁ ବନ ବିଭାଗ ଦ୍ଵାରା ଅଗ୍ନି ସଂଯୋଗ କରି ଶତାଧିକ ହେକ୍ଟୋର ପ୍ରାକୃତିକ ଜଙ୍ଗଲ କୁ ଧ୍ୱସ କରିଥିବା ଅଭିଯୋଗ ହୋଇଛି । ପୁଣି ଏଭଳି କାମରେ ସମ୍ପୃକ୍ତ ରହିଛନ୍ତି କାଶୀପୁର ବନାଞ୍ଚଳ ଅଧିନ ରେ କାର୍ଯ୍ୟରତ ଜଣେ ବନପାଳ ଓ ଜଣେ ମହିଳା ବନ ରକ୍ଷକ ସମେତ ସେମାନଙ୍କ ଅଧିନ ରେ କାମ କରୁଥିବା ସିପିଯୋଡି ଗ୍ରାମର ଦୁଇ ତଦାରଖ କାରୀ ଓ ମହାଜାଲ , ଝିରିଗାଁ ,ସିପିଯୋଡି ଓ କୁମ୍ଭାରସିଲା ଗ୍ରାମର ଶତାଧିକ ଦିନ ମଜୁରିଆ । ଚଳିତ ଦିନ ମାନଙ୍କରେ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ବିଭାଗ ପକ୍ଷରୁ ଚାରା ରୋପଣ ପାଇଁ ବନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛି । ଏହି ପେରିପେକ୍ଷିରେ ବିଭାଗ ର କିଛି ଅସାଧୁ ବ୍ୟକ୍ତି ବିଭିନ୍ନ ଉପାୟ ଅବଲମ୍ବନ କରି ଗୋଟିଏ କାମ କୁ ଏକାଧିକ ଥର ସମ୍ପାଦନା ଦର୍ଶାଇ ଅର୍ଥଉପାର୍ଜନ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ପ୍ରମାଣିତ ହେଇଛି ।
ସରକାର ଜଙ୍ଗଲ ଓ ଜଙ୍ଗଲୀ ଜନ୍ତୁ ଙ୍କୁ ସୁରକ୍ଷା ଓ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ଦ୍ଵାରା କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରାଉଛନ୍ତି ।
କିନ୍ତୁ ବିଭାଗ ର ଆନ୍ତରିକତା ଆଭାଵ ହେତୁ ଏକଦା କାଶୀପୁର ରେ ଥିବା ଘଞ୍ଚ ଜଙ୍ଗଲ ବର୍ତ୍ତମାନ କାଗଜ କଲମ ରେ ହିଁ ସୀମିତ ରହିଛି ନା ଜଙ୍ଗଲ ରହିଛି ନା ଜୀବଜନ୍ତୁ ରହିଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ଦରମା ନେଇ "ବାଡ଼ ଫସଲ ଖାଇବା'' ଭଳି ବନବିଭାଗ କର୍ମଚାରୀ ବର୍ତ୍ତମାନ ଦୃଷ୍ଟାନ୍ତ ସାଜିଛନ୍ତି । ଏଦିଗରେ ବିଭାଗ ପକ୍ଷରୁ ଜଙ୍ଗଲ କୁ ନିଆଁ ଲଗେଇ ବା ଧର୍ତବ୍ୟ ଅପରାଧ ବୋଲି କାଁଥ , ବାଡ଼ ରେ ଆକ୍ଷରିକ ସଚେତନ କରୁଥିବାବେଳେ ନିଜର କର୍ମଚାରୀ ଙ୍କୁ ଘଣ୍ଟ ନ ଘଡେଇ ନିରପେକ୍ଷ ତଦନ୍ତ ସହ ବ୍ୟବହାରିକ ମୂଳକ ଧର୍ତବ୍ୟ ଦଣ୍ଡ ଦେବାକୁ ବୁଦ୍ଧିଜୀବି ମହଲ ରେ ଦାବି ହେଉଛି ।
ରାଜ୍ୟ
ନୂତନ ବନୀକରଣ ନାଁ ରେ ସଂରକ୍ଷିତ ଜଙ୍ଗଲ କୁ ନିଆଁ ଲଗାଇ ଧ୍ୱଂସ କରାଯାଇଥିବା ଅଭିଯୋଗ।
- Hits: 529