ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଳାଷୋଳ ଗ୍ରାମର ବହୁ ପ୍ରାଚୀନ ଓ ପ୍ରସିଦ୍ଧ ଅଟଳ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଛି । ଆଜି ଏହି ଯାତ୍ରା ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଥିଲା ।୫ଦିନ ଧରି ଅନୁଷ୍ଠିତ ଏହି ଯାତ୍ରାରେ ପ୍ରତ୍ୟେକଦିନ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ ଚଳନ୍ତି ପ୍ରତିମାକୁ ନୌକାରେ ନେଇ ଚନ୍ଦନ ପୁଷ୍କରିଣୀରେ ନୌକା ବିହାର କରାଯାଇଥାଏ । ଏହି ଚନ୍ଦନ ପୁଷ୍ପରିଣୀରେ ନୌକାବିହାର ଦେଖିବାକୁ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ସେଠାରେ ଜମା ହୁଅନ୍ତି । ୨୩ ତାରିଖରେ ସରିବାକୁ ଥିବା ଏହି ଚନ୍ଦନ ଯାତ୍ରା ଉପଲକ୍ଷେ ଏକ ମୀନା ବଜ଼ାରକୁ ସମାଜସେବି ବଂଶୀଧର ପଟ୍ଟନାୟକ ଫିତାକାଟି ଉଦଘାଟନ କରିଥିଲେ । ୬ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ପାଇଁ ବିଭିନ୍ନ ଦୋକାନ ବଜ଼ାର ସହିତ , ଯାତ୍ରା ,ମେଲୋଡି ଓ ଅନ୍ୟାନ୍ୟ ସଂସ୍କୁତିକ କାର୍ଯ୍ୟକ୍ରମ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ପ୍ରଦ୍ୟୁମ୍ନ ମଲ୍ଲିକ,ଅକ୍ଷୟ କୁମାର ମହାନ୍ତି ,ଋତୁରାଜ ମହାନ୍ତି ,ରାଜକିଶୋର ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ରାଜ୍ୟ
ପଳାଶୋଳ ଅଟଳ ବଳଦେବଜୀଉଙ୍କ ଚନ୍ଦନଯାତ୍ରା
- Hits: 436