ନୟାଗଡ଼ (ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଭୂମିହୀନ,ନାମମାତ୍ର ଏବଂ କ୍ଷୁଦ୍ରଚାଷୀମାନଙ୍କ ମିଳିତ ଚାଷ ନିମନ୍ତେ ଉଦିଷ୍ଟ ବଳରାମ ଯୋଜନାର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ବଳରାମ ଯୋଜନାରେ ସର୍ବନିମ୍ନ ୪ଜଣ ରୁ ସର୍ବାଧିକ୧୦ଜଣ ଭୂମିହୀନ ଭାଗଚାଷୀ ମିଳିତ ଭାବେ ବ୍ୟାଙ୍କରୁ ୫୦ହଜାର ଟଙ୍କା ଠାରୁ ୧ଲକ୍ଷ ୬୦ହଜାର ଟଙ୍କା ପର୍ଯ୍ୟନ୍ତ (ଚାଷଜମି ଅନୁପାତରେ)ବର୍ଷିକିୟା ଫସଲ ପାଇଁ କୃଷିଋଣ ନେଇ ଏହାକୁ ପରିଷୋଧ କରିବେ । ଏହି ଋଣ ଠିକ୍ ସମୟରେ ପରିଷୋଧ କଲେ ୫୦,୦୦୦ଟଙ୍କା ଠାରୁ ଅଧିକ ଋଣ ଉପରେ ୩ ପ୍ରତିଶତ ହାରରେ ସୁଧ ଲାଗିବ ଏବଂ ୫୦୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ କୌଣସି ସୁଧ ପଡ଼ିବ ନାହିଁ । ଏଥିରେ ଚାଷୀଗୋଷ୍ଠୀ ଗଠନ ଠାରୁ ଆରମ୍ଭ କରି ଋଣ ପରିଷୋଧ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କୃଷକସାଥୀମାନଙ୍କ ସହଯୋଗରେ କରାଯିବ । ଏହି ଆଲୋଚନାର ଟିକିନିଖି ତଥ୍ୟ ଲିପିବଦ୍ଧ କରିବା ନିମନ୍ତେ ଜିଲ୍ଲାପାଳ ଡା. ଟୁଡୁ ଉପସ୍ଥିତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ସଂପୂର୍ଣ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କର୍ମଶାଳରେ ଉପ ନିର୍ଦେଶକ କୃଷି, ପ୍ରକଳ୍ପ ନିର୍ଦେଶକ ଆତ୍ମା, ଉପ ନିର୍ଦେଶକ ଉଦ୍ୟାନ ବିଭାଗ,ଜିଲ୍ଲା ଉନ୍ନୟନ ପରିଚାଳକ ନାବାର୍ଡ, ଜିଲ୍ଲା କୃଷି ଅଧିକାରୀ,ଅଗ୍ରଣୀ ବ୍ୟାଙ୍କର ପରିଚାଳକ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ବ୍ଲକସ୍ତରୀୟ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀ,ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ମୁଖ୍ୟ, ସମବାୟ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ବଳରାମ ଯୋଜନା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା
- Hits: 419