-
ବିଧାୟକ ଅନୁପସ୍ଥିତିରେ ଯୋଗ ଦେଲେ ପ୍ରତିନିଧି ମନୀଷ ମିଶ୍ର
-
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଦେଲେ ବିଭିନ୍ନ ପ୍ରସ୍ତାବ
ବଲାଙ୍ଗିର- ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ପ୍ରାକୃତି ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଙ୍କ ସ୍ଥାନରେ ତାଙ୍କ ପ୍ରତିନିଧି ଭାବେ ମନୀଷ ମିଶ୍ର ଯୋଗ ଦେଇଥିଲେ । ସହର ମଧ୍ୟରେ ଥିବା ସମସ୍ତ ବନ୍ଧକଟାର ପାଣି ବ୍ୟବହାର ଯୋଗ୍ୟ ନ ଥିବାରୁ ସେହି ଦୂଷିତ ପାଣିରୁ ବିଭିନ୍ନ ଦୂରାରୋଗ ବ୍ୟାପିବା ସମ୍ଭାବନା ଥିବାରୁ ତାର ପ୍ରତିକାର କରିବା ପାଇଁ ମନୀଷ ମିଶ୍ର ପ୍ରସ୍ତାବ ଦେଇଥିଲେ । ଏହା ସହ ଦୈନନ୍ଦିନ ଆବର୍ଜନ ପଡୁଥିବା ଲକ୍ଷ୍ମୀଯୋର ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବା, ପୌରାଞ୍ଚଳ ଅନ୍ତର୍ଗତ ସମସ୍ତ ନାଳା ଠିକ୍ ହିସାବରେ ସଫା କରି କୁତ୍ରିମ ବନ୍ୟାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ । ତା ସହ ସମ୍ଭାବ୍ୟ ବନ୍ୟାରୁ ରକ୍ଷା କରିବା ପାଇଁ ଦେଓଗାଁ ରୁ ଜରାସିଂହ ପର୍ଯ୍ୟନ୍ତ ବନ୍ୟା ପ୍ରତିରୋଧକ ବାଡ ନିର୍ମାଣ ବ୍ୟବସ୍ଥା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ମୃତ୍ୟୁବରଣ କରୁଥିବା ଆର୍ଥିକ ସ୍ତରରେ ପ୍ରଭାବିତ ହେଉଥିବା ପିଡିତଙ୍କୁ ୨୪ ଘଣ୍ଟା ମଧ୍ୟରେ ସର୍ଭେ କରି କ୍ଷତିପୂରଣ କରିବା ପାଇଁ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ ।