ଦଳମତ ନିର୍ବିଶେଷରେ ବଲାଙ୍ଗିର ବିକାଶ ପାଇଁ ଆଗେଇ ଆସନ୍ତୁ - ନରସିଂହ-ଲିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସହରରେ ଲୋକାର୍ପିତ ହେଲା ୨ଟି ସୁଲଭ ଶୌଚାଳୟ

ବଲାଙ୍ଗିର/ନିରୋଜ ମିଶ୍ର - କୋଭିଡ କଟକଣା ଯୋଗୁଁ ବିଭିନ୍ନ ଉନ୍ନୟନମୁଳକ ପ୍ରକଳ୍ପ ପ୍ରାୟ ଦୁଇ ବର୍ଷ କାଳ ପଡି ରହିଥିଲା । ଏବେ ଧିରେ ଧିରେ ସେ ସବୁ ବାସ୍ତବତାର ରୁପ ନେଉଛି । ସେହି କ୍ରମରେ ଆଜି ବଲାଙ୍ଗିର ପୌର ପରିଷଦ ପକ୍ଷରୁ ସହରର ଟିକ୍ରାପଡା ଓ କଳାମଣ୍ଡଳ ରୋଡ ଠାରେ ବହୁ ପ୍ରତିକ୍ଷିତ ଦୁଇଟି ସୁଲଭ ଶୌଚାଳୟର ଲୋକାର୍ପଣ କରାଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଶୌଚାଳୟର ଉଦଘାଟନ କରିବା ସହ ଦଳ ମତ ନିର୍ବିଶେଷରେ ବଲାଙ୍ଗିର ତଥା ବଲାଙ୍ଗିରବାସୀଙ୍କ ବିକାଶ ପାଇଁ ସମସ୍ତେ ଏକତ୍ରିତ ହୋଇ ଆଗେଇ ଆସନ୍ତୁ । ଏହା ହିଁ ଆଜିର ବାର୍ତ୍ତାହେବା ଆବଶ୍ୟକ ବୋଲି ଆହ୍ୱାନ କରିଛନ୍ତି । ସେ ସାମ୍ବାଦିକମାନଙ୍କୁ ନିଜ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ, ସହରର ମୁଖ୍ୟ ବଜାର ଅଞ୍ଚଳରେ ଶୌଚାଳୟ ନିର୍ମାଣ ପାଇଁ ବଲାଙ୍ଗିରବାସୀଙ୍କ ଦିର୍ଘ ଦିନର ଦାବି ରହିଥିଲା । ଏହି ଦୁଇଟି ଶୌଚାଳୟ ଲୋକାର୍ପିତ ହେବା ପରେ ଜନସାଧାରଣଙ୍କ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । ତାଛଡା ବଲାଙ୍ଗିର ସହରକୁ ବିକଶିତ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆ ଯାଇଛି । ମହାରାଣୀ ସାଗର ପ୍ରକଳ୍ପ ହେଉକି , ରାଣୀବନ୍ଧ ସୌନ୍ଦର୍ଯ୍ୟିକରଣ କିମ୍ବା ଗନ୍ଧରେଲ ଡ୍ୟାମକୁ ଏକ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବା ହେଉ ଏସବୁ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକଙ୍କ ସହିତ ଜିଲ୍ଲା ବାହାର ଲୋକ ମଧ୍ୟ ଆକର୍ଷିତ ହେବେ । ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବା ସହ ଏହି ପ୍ରକଳ୍ପ ଗୁଡିକ ବଲାଙ୍ଗିର ର ଅର୍ଥନୈତିକ ଅଗ୍ରଗତିରେ ସହାୟକ ହେବ । କିଛି ପ୍ରକଳ୍ପ ପାଇଁ ଅର୍ଥ ଆସି ସାରିଛି , ସେ ସବୁ କାମ ଶିଘ୍ର ଆରମ୍ଭ ହେବ । ତେଣୁ ବଲାଙ୍ଗିର ର ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହେଯାଗିତା ଓ ସହଭାଗିତାର ହାତ ବଢାନ୍ତୁ ବୋଲି ଶ୍ରୀ ମିଶ୍ର ନିବେଦନ କରିଥିଲେ । 

ଏହ ଉଭୟ ଶୌଚାଳୟ ଉଦଘାଟନ ସମୟରେ ଜିଲ୍ଲାପାଳ ଚଂଚଲ ରାଣା, ପୌରାଧକ୍ଷା ଲିକା ସାହୁ , ପୋର ଅଧିକାରୀ ବିପିନ ଦୀପ ଉପସ୍ଥିତ ରହି ଶୌଚାଳୟର କାମ ତଦାରଖ କରିବା ସହ ଏହାର ପରିଚାଳନା କିପରି ଲୋକାଭିମୁଖି ହୋଇ ପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବଲାଙ୍ଗିର ପୌରାଧକ୍ଷା ଲିକା ସାହୁ ଯୋଗ ଦେବା ସହ ଆମେ ସମସ୍ତେ ବଲାଙ୍ଗିର ବିକାଶ ପାଇଁ ବଦ୍ଧ ପରିକର । ସମସ୍ତେ ଏକ ହୋଇ କାମ କଲେ ବଲାଙ୍ଗିରର ବିକାଶ ଶିଘ୍ର ଓ ଦୃତ ହେବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଜିଲ୍ଲାପାଳ ଶ୍ରୀ ରାଣା ଉଭୟ ଶୌଚାଳୟ ଜନଗହଳିକୁ ଧ୍ୟାନକୁ ରଖି ନିର୍ମାଣ କରାଯାଇଥିବା ବେଳେ ଏହା ଲୋକଙ୍କ ଶୌଚ ସମସ୍ୟା ଦୁର କରିବ ଓ ଲୋକେ ଏହାକୁ ମର୍ଯ୍ୟାଦାର ସହିତ ବ୍ୟବହାର କରିବେ ବୋଲି ଆଶା ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ, ସହରରେ ସମୁଦାୟ ତିନୋଟ ଶୌଚାଳୟ ନିର୍ମାଣ ହୋଇଛି । ପତ୍ୟେକ ପ୍ରକଳ୍ପ ଖର୍ଚ୍ଚ ୩୭ ଲକ୍ଷ ଟଙ୍କ ରହିଥିବା ବେଳେ ପ୍ରତି ଶୌଚାଳୟରେ ପୁରୁଷଙ୍କ ପାଇଁ ୫ଟି, ମହିଳାଙ୍କ ପାଇଁ ୪ଟି ଓ ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ସିଟ୍ ର ବ୍ୟବସ୍ଥା ରହିଛି । ତାଛଡା ଉଭୟ ଲିଙ୍ଗ ପାଇଁ ଦୁଇଟି ଲେଖାଏଁ ବାଥ ରୁମ, ୫ଟି ୟୁରିନାଲ ଓ ମହିଳାଙ୍କ ପାଇଁ ସ୍ୟାନିଟାରି ପ୍ୟାଡ ଭେଡିଂ ମ୍ୟାସିନର ବ୍ୟବସ୍ଥା ରହିିଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ଓ କଂଗ୍ରେସର ୱାର୍ଡ ମେମ୍ବର, କର୍ମି, ସୁଲ୍ଲଭ ଇନ୍ଟରନ୍ୟାସନାଲର କର୍ମଚାରୀଙ୍କ ସମେତ ଅନେକ ବୁଦ୍ଧିଜିବି ଉପସ୍ଥିତ ଥିଲେ ।

0
0
0
s2sdefault