ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣି ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦ ଭାବନା ସଭା ଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶିବିର ରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟୱାରୀ ଜନ ସାଧାରଣ ଙ୍କ ର ବିଭିନ୍ନ ଅଭିଯୋଗ ର ଶୁଣାଣି କରିଥିଲେ l ଏହି ଅଭିଯୋଗ ଶିବିର ରେ ମୋଟ ୬୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥିମଧ୍ୟରୁ ୫୦ଗୋଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଓ ୧୦ ଗୋଟି ଅଭିଯୋଗ ଗ୍ରାମ ଓ ଗୋଷ୍ଟୀଗତ ସମସ୍ୟା ସମ୍ବନ୍ଧୀୟ ଥିଲା l ବ୍ୟକ୍ତିଗତ ସମସ୍ୟା ମଧ୍ୟରେ ଆବାସ ଯୋଜନା ସମ୍ପର୍କୀୟ ୧୨ଟି, ଜମିଜମା ସଂକ୍ରାନ୍ତୀୟ ୧୦ଟି, ଆର୍ଥିକ ସହାୟତା ନିମନ୍ତେ ୭ଟି, ରେସନ କାର୍ଡ ସମ୍ପର୍କୀୟ ୧ଟି, ଭତ୍ତା ନିମନ୍ତେ ୨ଟି ଓ ଅନ୍ୟାନ୍ୟ ୧୭ଟି ଅଭିଯୋଗ ର ଶୁଣାଣି ହୋଇଥିଲା l ଗୋଟିଏ ଅଭିଯୋଗ ତତକାଳ ଫଏସଲା ହୋଇଥିଲା l ଆର୍ଥିକ ସହାୟତା ମଧ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୩ଟି ଓ ରେଡ଼କ୍ରସ ପାଣ୍ଠି ରୁ ସହାୟତା ନିମନ୍ତେ ୧ଟି ଅଭିଯୋଗ ଥିଲା l ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ଡି. ଆର. ଡି. ଏ ଶ୍ରୀ ରୁଦ୍ରନାରାୟଣ ଦାସ, ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବି. ଡି. ଓ ଶ୍ରୀ ସାଗର ନନ୍ଦ, ତହସିଲଦାର ଶ୍ରୀମତୀ ଅଞ୍ଜଳି ତରାଇ, ଏସ. ଡି. ପି. ଓ ପ୍ରମୁଖ ଯୋଗ ଦେଇ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ l ଆସିଷ୍ଟାଣ୍ଟ କଲେକ୍ଟର ବିଜୟଲଷ୍ମୀ ନାୟକ ଉପସ୍ଥିତ ଥିଲେ l

0
0
0
s2sdefault