ପଞ୍ଚମ ବାର୍ଷିକ ଅଷ୍ଟ ପ୍ରହର ଭାଗବତ ନାମ ଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧା,/ ରବି ନାରାୟଣ ସାହୁ- ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ଗ୍ରାମର ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ମା କୋଶଳା ଶୁଣୀ ମନ୍ଦିର ନିକଟସ୍ଥ ବ୍ରହ୍ମ ଅବଧୂତ ଭାଗବତ ଶୂନ୍ୟ ଆଶ୍ରମ ପରିସରରେ ପଞ୍ଚମ ବାର୍ଷିକ ଅଷ୍ଟ ପ୍ରହର ଭାଗବତ ନାମ ଯଜ୍ଞ ଓ ସାଧୁ ମେଳା ଧନୀ ବାବାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଅଷ୍ଟ ପ୍ରହର ନାମ ଯଜ୍ଞରେ ୧୦ ଗୋଟି ଗୋଟି ମେଳ ଯଥା ଆରିକମା,କେନ୍ଦୁପଲି,ବାଳସିଂ,ଘିରଗଗହୀରଗାଡ଼ିଆ,ପାଥପୁର,ମଣିପୁର, ସୁନାଖଳା,କରଡାପଲ୍ଲୀ ଓ ନୂଆଗାଁ ଦଳ ଅଂଶ ଗ୍ରହଣ କରିଥିଲେ ।ଏଥିରେ ବାବା ରମେଶ ପଣ୍ଡା,ଶରତ ବାରିକ,ଶ୍ୟାମ ସୁନ୍ଦର ପ୍ରତାପ ସିଂ,ଅନିଲ କୁମାର ସାହୁ, ରମେଶ ଦାସ, ହାଡୁ ବେହେରା ଓ ଭାଗିରଥି ବରାଳଙ୍କ ସମେତ ବହୁ ବ୍ୟକ୍ତି ସହଯୋଗ କରିଥିଲେ ।

0
0
0
s2sdefault