ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଜଗତସିଂହପୁରର ଆଶ୍ଚର୍ଯ୍ୟ ବାଳିକା ଦେବାଂଶୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ବୟସ ୩ବର୍ଷ ଛୁଇନି ୯ବର୍ଷ ୮ମାସ । କୁନି କୁନି ପାଦରେ ଠୁକୁ ଠୁକୁ ଚାଲି କିନ୍ତୁ କହୁଛି ଅନରଗଳ ଭାବେ ଅନେକ ଓଡ଼ିଆ ଇଂରାଜୀ ରସାଧାରଣ ଜ୍ଞାନ । ଏହିଭଳି ଜଣେ ଶିଶୁ ପ୍ରତିଭା ଦେଖିବାକୁ ମିଳିଛି ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସଁକୋଟି ପଞ୍ଚାୟତ ସ୍ଥିତ ବିରିବାଟି ଗ୍ରାମର ସ୍ୱର୍ଗତ ସନ୍ତୋଷ କୁମାର ରାୟ ଓ ସ୍ଵର୍ଣ୍ଣପ୍ରଭା ଜେନାଙ୍କ କନ୍ୟା ଦିବାଂଶୀ ରାୟ । ୨୭ ଜୁଲାଇ ୨୦୧୯ରେ ବିରିବାଟି ଗ୍ରାମରେ ଜନ୍ମିତ ଦେବାଂଶୀ ଜନ୍ମର ୬ ମାସ ପରେ ନିଜ ପିତା ସନ୍ତୋଷ ରାୟଙ୍କୁ ହରାଇଥିଲେ ମଧ୍ୟ ମା’ ସ୍ଵର୍ଣ୍ଣପ୍ରଭା ଜେନା ଦେବାଂଶୀକୁ ଏକ ଅନନ୍ୟ ପ୍ରତିଭା ଭାବେ ଗଢିବାରେ ସହାୟକ ହୋଇଥିଲେ । ଖୁବ କମ ବୟସରେ ନିଜର ଆଶ୍ଚର୍ଯ୍ୟ ଜନକ ଜ୍ଞାନ ଗାରିମା ପାଇଁ ସେ ଇଣ୍ଡିଆ ବୁକ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛନ୍ତି । ବର୍ତମାନ ସେ ସର୍ବଭାରତୀୟ ସ୍ତରରେ ହେଉଥିବା ଏହି ପ୍ରତିଯୋଗିତାରେ ସେ ୨୦ଟି ଫୁଲ ର ନାମ ୨୦ଟି ଫଳର ନାମ ୧୮ଟି ପକ୍ଷୀ, ୨୧ଟି ପରିବା, ୪୨ଟି ପଶୁ, ୮ଟି କୀଟ ପତଙ୍ଗ, ୮ଟି ସରୀସୃପ, ୧୭ଟି ଯାନବାହାନ, ୧୮ଟି ବାଦ୍ୟଯନ୍ତ୍ର, ୧୬ଟି ଜୀବିକା, ୧୨ଟି ରଙ୍ଗ ଓ ୧୩ଜଣ ପ୍ରସିଦ୍ଧ ବ୍ୟକ୍ତିତ୍ଵ ଙ୍କର ନାମକୁ ଚିହିଁ କହିପାରିଛନ୍ତି । ଏଥୁସହିତ ଏହି କୁନି ବିସ୍ମୟ ବାଳିକା ୧୫ଟି ପଶୁ ମାନଙ୍କ ଛୁଆଙ୍କ ନାମ ଇଂରାଜୀରେ କହିପାରୁଥିବା ବେଳେ ଭାରତର ପ୍ରସିଦ୍ଧ ବ୍ୟକ୍ତିତ୍ଵ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କ ନାମ ସମେତ ଦେଶର ସମସ୍ତ ରାଜ୍ୟ ଏବଂ ରାଜ୍ୟର ରାଜଧାନୀ ଓ କେନ୍ଦ୍ରଶାସିତ ଅଂଚଳର ନାମ ନିମିଷକ ମଧ୍ୟରେ କାଳବିଳମ୍ବ ନକରି କହିପାରୁଛି । ଏହା ସହିତ ଇଂରାଜୀରେ ଭାରତର ଜାତୀୟ ପଶୁ, ପକ୍ଷୀ, ଜାତୀୟ ନଦୀ, ଜାତୀୟ ପତାକାର ନାମ, ବର୍ଷର ସମସ୍ତ ମାସର ନାମ, ସପ୍ତାହର ପ୍ରତ୍ୟେକ ଦିନର ନାମ,ମନୁଷ୍ୟ ଶରୀରର ୩୦ଟି ଅଙ୍ଗ ପ୍ରତ୍ୟଙ୍ଗର ନାମ, ୨ଟି ଶ୍ଳୋକ, ୮ଟି କବିତା ଅନର୍ଗଳ ଭାବରେ ସେ କହିପାରୁଛି ଓ ଭାରତ ମାନଚିତ୍ର ଦେଖୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିହ୍ନାଇ ବି ପାରୁଛି । ଏଥିପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ତାଙ୍କୁ ମେଡାଲ, ବହି, କଲମ, ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

0
0
0
s2sdefault