ହେଡଲାଇନସ୍:

ବାନ୍ଦୁପାଳି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ  : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଦୁ ପାଳି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦାୟ କାଳିନୀ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସଭା ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଚୈତନ୍ୟ ସାହୁ ଅଧ୍ୟକ୍ଷତା କରିଥିଲେ । ବରମୁଣ୍ଡା ଗ୍ରାମ ପଂଚାୟତ ର ନବ ନିର୍ବାଚିତ ସରପଞ୍ଚ ମୁଖ୍ୟ ଅତିଥି , ବାନ୍ଦୁପାଳି କ୍ଲଷ୍ଟର ସିଆରସିସି ବିଭୁତି ଭୂଷଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ , ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ ସଭ୍ୟ ମଦନ ଧରୁଆ , ଭାଗୀରଥି ସେଠ, ଟଙ୍କଧର ପଟେଲ , ପ୍ରଫୁଲ୍ଲ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ସପ୍ତମ ଶ୍ରେଣୀ ର ଛାତ୍ରୀ ମାନେ ବିଦାୟ ସଙ୍ଗୀତ ଗାନ କରିଥିଲେ ପରେ ଅତିଥି ମାନଙ୍କୁ ଛାତ୍ରୀ ମାନେ ଫୁଲଗୋଛା ଓ ଉପଢୌକନ ଦେଇ ସମର୍ଦ୍ଧତି କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ଚକାଡୋଳା ତରିଆ ଉଦେଶ୍ୟ ଜ୍ଞାପନ କରିଥିଲେ । ସହକାରୀ ଶିକ୍ଷକ ଦୁର୍ବାଦଲ ବଡ଼ଗୁଛିଆ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ କଲ୍ୟାଣି ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault