ହେଡଲାଇନସ୍:

ଭତ୍ତା ପ୍ରଦାନରେ ଆଦିବାସୀଙ୍କୁ ବ୍ଲକ ଅଧିକାରୀଙ୍କ ଅହେତୁକ ଅବହେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର: ଗୋଟିଏ ପଟେ ରାଜ୍ୟ ସରକାର ଅଭବୀ ଲୋକଙ୍କୁ ସାମାଜିକ ସୁରକ୍ଷା ଆକାରରେ ବିଭିନ୍ନ ପ୍ରକାର ଭତ୍ତା ଯୋଗାଇଦେବାକୁ ଯୋଜନା କରୁଥିବା ବେଳେ , ଅନ୍ୟ ପକ୍ଷରେ ଗ୍ରାମପଞ୍ଚାୟତ ଓ ବ୍ଲକ ସ୍ତରର ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ହିତାଧିକାରୀ ମାନେ ବିଶେଷକରି ଆଦିବାସୀ ସମ୍ପ୍ରଦାୟର ଲୋକ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି । ଗ୍ରାମପଞ୍ଚାୟତ ଓ ବ୍ଲକ ସ୍ତରର ଅଧିକାରୀ ନିଜ ପକ୍ଷରୁ ଭତ୍ତା ପ୍ରଦାନ ପାଇଁ କୌଣସି ପଦକ୍ଷେପ ନେଉନଥିବାବେଳେ , ଏପରିକି ଲୋକ ନିଜେ ନିଜେ ଦରଖାସ୍ତ କଲେ ମଧ୍ୟ ତାକୁ ତ୍ଵରାନ୍ନିତ କରିବା ଦେଖା ଯାଉନ।ହିଁ । ଗାଁକୁ ଆସି ଦରଖାସ୍ତକାରୀଙ୍କ ଯୋଗ୍ୟତା ଓ ଅନ୍ୟ କାଗଜ ପତ୍ର ତନଖି କରି , ଆବଶ୍ୟକ ସମସ୍ତ ତଥ୍ୟ ଦେଇ ଉପରିସ୍ତ ଅଧିକାରୀଙ୍କୁ ଭତ୍ତା ମଞ୍ଜୁରୀ ପାଇଁ ସୁପାରିଶ କରିବା ଦେଖା ଯାଉନ।ହିଁ । ମଝି ମଝିରେ ଅଭିଯୋଗ ଶୁଣାଣି କାଳରେ ଯେଉଁ ଦରଖାସ୍ତ ମଧ୍ୟ ଅଧିକାରୀମାନେ ଗ୍ରହଣ କରୁଛନ୍ତି , ତାହା ମଧ୍ୟ ବର୍ଷ ବର୍ଷ ଧରି ପଡ଼ିରହୁଛି ।

  ଅଭିଯୋଗ ଅନୁସାରେ କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ବାଂଶପାଳ ବ୍ଲକରେ ଏପରି ଅବହେଳା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଏହାର କୋଡିପଶା  ପଞ୍ଚାୟତ ଅଞ୍ଚଳରେ ବାସ  କରୁଥିବା ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । କୁଣ୍ଢେଇ ଗ୍ରାମର ଆଦିବାସୀ ବିଧବା ମହିଳା କେଉଁ କାଳରୁ ବିଧବା ଭତ୍ତା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ , କେହି ତାଙ୍କ ଗୁହାରି ଶୁଣିବାକୁ ନ।ହିଁ । ପଞ୍ଚାୟତର ଭାରପ୍ରାପ୍ତ ଅଧିକାରୀ ଠାରୁ ଆରମ୍ଭ କରି , ବ୍ଲକର ସାମାଜିକ ସୁରକ୍ଷା ଦାୟିତ୍ଵରେ  ଥିବା କର୍ମଚାରୀଙ୍କର ଏଥିପ୍ରତି ସାମାନ୍ୟ ଦୃଷ୍ଟି ନ।ହିଁ । କେହିଯଦି କେବେ ସେମାନଙ୍କୁ ଏ ସଂକ୍ରାନ୍ତରେ ଯୋଗାଯୋଗ କରେ , ସେମାନେ ଏପରି କଦର୍ୟ ବ୍ୟବହାର କରନ୍ତିଯେ ଆଉ କେବେ ତାଙ୍କୁ କହିବାକୁ ଲୋକେ ସାହସ ଯୁଟାଇ ପାରନ୍ତି ନ।ହିଁ । ଆଉ କେତେକ ଅଭିଯୋଗ ଅନୁଯାଇ , ବାର୍ଦ୍ଧକ୍ୟ ଭତ୍ତା ବା ବିଧବା ଭତ୍ତା ପାଇବାକୁ ହେଲେ ଗ୍ରାମପଞ୍ଚାୟତ ଓ ବ୍ଲକ ସ୍ତରର ଅଧିକାରୀଙ୍କୁ ହଜାର ହଜାର ଟଙ୍କା ଲାଞ୍ଚ ଦେବାକୁ ପଡେ । ଯିଏ ଲାଞ୍ଚ ଦେବ ନ।ହିଁ , ତାର ଭତ୍ତା ମଞ୍ଜୁର ହେବ ନ।ହିଁ ।

ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି କୁଣ୍ଢେଇ ଗ୍ରାମର ସୁମିତ୍ରା ବାସ୍କେ । ସେ ସାନ୍ତାଳ ସମ୍ପ୍ରଦାୟର । ସେ କାହିଁ କେଉଁ କାଳରୁ ବିଧବା ଭତ୍ତା ପାଇଁ ଦରଖାସ୍ତ କରିଥିଲେ । ଭତ୍ତା ଆଶାରେ ସେ ତିନିହଜାର ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ସେ ଭତ୍ତା ପାଇପାରିଲେ ନହିଁ। । ସେ ହତାଶ ହେବାରୁ , ପୁଣିଥରେ ଗାଁ ଲୋକଙ୍କ ସହାୟତାରେ ଲୋକସେବା ଭବନରେ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗ ଓ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଦପ୍ତରରେ ଦରଖାସ୍ତ ଦାଖଲ କଲେ । ଇତି ମଧ୍ୟରେ ସାତମାସରୁ ଅଧିକ ସମୟ ବିତି  ଯାଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯନ୍ତ ଭତ୍ତା ମିଳି ନ।ହିଁ । ବ୍ଲକ ଅଧିକାରୀ ବାସ୍କେଙ୍କ ସମର୍ଥନରେ ଆବଶ୍ୟକ କାଗଜପତ୍ର ଉପ-ଜିଲାପାଳଙ୍କ ପାଖକୁ ପଠାଉ ନଥିବାର ଅଭିଯୋଗ ହେଉଛି । ବିଳମ୍ବର କାରଣ ପଚାରିଲେ , ସମ୍ପ୍ରସାରଣ ଅଧିକାରୀ , ସରପଞ୍ଚ , ବ୍ଲକରେ ଥିବା ସମ୍ପୃକ୍ତ କର୍ମଚାରୀ ସାଙ୍ଗକୁ ଏପରିକି ଖୋଦ ବି.  ଡି. ଓ ମଧ୍ୟ ଏହାକୁ ଏଡାଇ ଯାଉଛନ୍ତି । ଅଭିଯୋଗ ଅନୁଯାଇ ଏ ସମସ୍ତ ଅଧିକାରୀମାନେ ଅନ୍ୟ ଲାଭଜନକ କାମରେ ବ୍ୟସ୍ତ ରହୁଛନ୍ତି ।

କେବଳ ବାସ୍କେ ନୁହନ୍ତି । ଅନେକ ଆଦିବାସୀ ବିଧବା ମହିଳା ସରକାରଙ୍କ ଏ ସୁବିଧାରୁ ବଞ୍ଚିତ ହେଉଛନ୍ତି । ତାହାପୁଣି ସମ୍ପୃକ୍ତ ଅଧିକାରୀଙ୍କ କେବଳ ଅବହେଳା ପାଇଁ । କୁଣ୍ଢେଇ ଗ୍ରାମର ମଙ୍ଗୁଳି ଜୁଆଙ୍ଗ , ସଜନି ଟୁଡ଼ୂ , ମଞ୍ଜୁଳି ଜୁଆଙ୍ଗ , ପାଣୁ ଗାୟାଂ , ହେମଲତା ଗାୟାଂ, କୁମୁଦିନୀ ଜୁଆଙ୍ଗ , ଗାଙ୍ଗି ମୁଣ୍ଡା , ସାବି ପେଣ୍ଠେଇ , ସୋମବରୀ ଜୁଆଙ୍ଗ , ଜାନି ଜୁଆଙ୍ଗ , ପାଣି ମୁଣ୍ଡା , କାର୍ମି ଟୁଡ଼ୂ , ପଦ୍ମିନୀ ଘଣା , ଗୋଲାପ ମହାନ୍ତ , ଗହମି ମହାନ୍ତ , ହୈମବତୀ ମହାନ୍ତ ପ୍ରଭୃତି ଦୀର୍ଘଦିନ ତଳୁ ଭତ୍ତା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିବାକୁ ନ।ହିଁ ।

 ଅବହେଳିତ , ଅଭବୀ , ଆଦିବାସୀ ବିଧବା ମହିଳାଙ୍କ ପ୍ରତି ସମ୍ପୃକ୍ତ ଅଧିକାରୀଙ୍କ କେବଳ ଅବହେଳାକୁ ସ୍ଥାନୀୟ ଲୋକ ଅତି କଡା ଶବଦ୍ଦରେ ନିନ୍ଦା କରିବା ସହିତ , ଏ ଅବହେଳା ପ୍ରତି ଖୋଦ ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସାଙ୍ଗକୁ , ବିଭାଗୀୟ ସଚିବ, ବିଭାଗୀୟ ମନ୍ତ୍ରୀ , ମୋ ସରକାରଙ୍କ ନିକଟରେ ଫେରାଦ ହୋଇଛନ୍ତି । ଆଶା କରିଛନ୍ତି , ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଦେବା ସାଙ୍ଗକୁ ଅବହେଳା କରୁଥିବା କର୍ମଚାରୀଙ୍କ ବିପକ୍ଷରେ ଦୃଷ୍ଟାନ୍ତ ମୂଳକ କାର୍ୟନୁଷ୍ଠାନ ଗ୍ରହଣ କରିବେ ।

0
0
0
s2sdefault