ହେଡଲାଇନସ୍:

ଗଜପତି ଜିଲ୍ଲା ଗସ୍ତରେ ଜାତୀୟ ମନିଟରିଂ ଟିମ୍ ଲିଡର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ଗଜପତି ଜିଲ୍ଲାକୁ ଜାତୀୟ ମନିଟରିଂ ଟିମ୍ ଲିଡର ୬ଦିନିଆ ଗସ୍ତରେ ଆସିଥିବାର ଜଣାପଡିଛି। ଜାତୀୟ ମନିଟର ଟିମ୍ ଲିଡର ଡ.ଏସ ଦୟାକର ରେଡ୍ଡୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରୁଛନ୍ତି। ବିଶେଷ କରି ଗଜପତି ଜିଲ୍ଲାରେ ନିର୍ମାଣଧିନ ପୋଖରୀ , ରୁରାଲ ହାଉସିଂ ପିମଏୟାଇ-ଜି , ଜଙ୍ଗଲ ବିଭାଗ ତରଫରୁ ବୃକ୍ଷରୋପଣ , ଚେକ୍ ଡେମ୍ , ପଥରପେଚିଂ, କାଜୁ ପ୍ଲାନଷ୍ଟେସନ ଏହି ସବୁ ଉନ୍ନତ ମାନର ଯୋଜନା ଏସ କସରଡାସିଂ ଗ୍ରାମ ପଞ୍ଚାୟତ ଅବସ୍ଥିତ।
ଏହି ପରିଦର୍ଶନ ସମୟରେ ହିତାଧିକାରୀ ମାନଙ୍କର ଜବ କାର୍ଡ, ପାସବୁକ , ମନରେଗା କାର୍ଯ୍ୟ ସବୁ ତଦାରଖ କରିଥିଲେ। ଜିଲ୍ଲା ସ୍ତରୀୟ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ,ଏପିଡି , ପଞ୍ଚାୟତ ଅଧିକାରୀ , ରୁରାଲ ହାଉସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଏଇଇ , ଏଇ , ଏପିଓ , ଜିରସ , ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault