ହେଡଲାଇନସ୍:

ଜଗତସିଂହପୁର :ଚାଇଲ୍ଡ଼ ଲାଇଫ ଦ୍ୱାରା ନବଜାତ ଶିଶୁ କନ୍ୟା ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ମଣିଜଙ୍ଗା କୋସ୍ଟିସ୍ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଚାଇଡ୍ ଲାଇନ୍ ଓ ଶିଶୁ ସୁରକ୍ଷା ଵିଭାଗ ପକ୍ଷରୁ ନବଜାତ ଶିଶୁ କନ୍ୟା ଉଦ୍ଧାର l ମଣିଜଙ୍ଗା କୋସ୍ଟିସ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ତିର୍ତ୍ତୋଲ୍ ବ୍ଲକ୍ ସାହିଲୋ ପଞ୍ଚାୟତ ବେହେରା ଗ୍ରାମ ର ପ୍ରତାପ ମହାନ୍ତି ଙ୍କ ସ୍ତ୍ରୀ କଳ୍ପନା ମହାନ୍ତି l ଶିଶୁ କନ୍ୟା କୁ ଜନ୍ମ ଦେବା ପରେ ଚଳାଇବା କଷ୍ଟ କର ବୋଲି କୋସ୍ଟିସ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଜଣେ ନର୍ସ କୁ ହସ୍ତାନ୍ତର କରିଥିଲେ l ନର୍ସ ଶିଶୁ କନ୍ୟା କୁ ରଖିବା ପରେ ଉଭୟ ବାପା ମାଆ ଙ୍କ ଠାରୁ ଲିଖିତ ଆକାରରେ ଟିପ ଚିହ୍ନ ନେଇ ଶିଶୁ କନ୍ୟା କୁ ରଖିଥିଲେ l ଖବର ପାଇ ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ମାନେ ପହଞ୍ଚି ସମ୍ପୃକ୍ତ ନର୍ସ ଙ୍କ ଠାରୁ ନବଜାତ ଶିଶୁ କନ୍ୟା କୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଶିଶୁ ବିଭାଗର ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି l ବେଆଇନ ଭାବେ ନବଜାତ ଶିଶୁକୁ ରଖିଥିବାରୁ ଜିଲ୍ଲା ଶିଶୁ ସୁରକ୍ଷା ଵିଭାଗ ପକ୍ଷରୁ ସମ୍ପୃକ୍ତ ନାମରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି l ଏବେ ନବଜାତ ଶିଶୁ କନ୍ୟା ର ବାପ ଓ ମାଆ ଶିଶୁ ସୁରକ୍ଷା ଅଧିକାରୀ ଙ୍କ ନିକଟରେ ପହଞ୍ଚି ନବଜାତ ଶିଶୁ କନ୍ୟା କୁ ନେବା ପାଇଁ ଅନୁରୋଧ କରିଛନ୍ତି l ଆଇନ ଅନୁଯାୟୀ ଯାହା ନିୟମ ରହିଛି ତାହା କରାଯିଵ ବୋଲି ଚାଇଡ୍ ଲାଇନ୍ ଅଧିକାରୀ କହିଛନ୍ତି l ତେବେ ବାପା ଓ ମାଆ ଶିଶୁ କନ୍ୟା କୁ ଜନ୍ମ ଦେଇ ନର୍ସ କୁ କାହିଁକି ଦେଲେ ,ଏହା ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ l

0
0
0
s2sdefault