ଜେଏସଡବ୍ଲୁ ଇନ୍ଫ୍ରାଷ୍ଟ୍ରକ୍ଚର ପାରାଦୀପ ଇଷ୍ଟ କ୍ୱାରି ଟର୍ମିନାଲର ବିକାଶରେ ଟ.୧୩୦୦ କୋଟିର କରିଛି ନିବେଶ
ପାରାଦୀପ / ଭୁବନେଶ୍ୱର: ଜେଏସଡବ୍ଲୁ ଇନ୍ଫ୍ରାଷ୍ଟ୍ରକ୍ଚର, ଭାରତର ଅଗ୍ରଣୀ ପୋର୍ଟ କମ୍ପାନୀ ଓ ୟୁଏସ ଡଲାର ୧୩ ବିଲିୟନ ଜେଏସଡବ୍ଲୁ ଗ୍ରୁପର ଏକ ଅଂଶ ଏହାର ବାଣିଜ୍ୟିକ କାରବାରକୁ ଓଡ଼ିଶାର ପାରାଦୀପ ଇଷ୍ଟ କ୍ୱାରି କୋଲ୍ ଟର୍ମିନାଲ ଠାରେ ଆରମ୍ଭ କରିଛି ।ଏହା ହେଉଛି ପାରାଦୀପ ପୋର୍ଟ ଟ୍ରଷ୍ଟରେ ଏକ ସମ୍ପୂର୍ଣ୍ଣ ଯାନ୍ତ୍ରିକ ଟର୍ମିନାଲ୍ ଯାହାର ବାର୍ଷିକ ୩୦ ମିଲିୟନ ଟନର କୋଇଲା ପରିଚାଳନା କ୍ଷମତା ରହିଛି । ଏହି କୋଇଲା ଟର୍ମିନାଲକୁ ଏକ କେପ୍ ଅନୁପାଳନକାରୀ ଟର୍ମିନାଲ୍ ଭାବରେ ପ୍ରସ୍ତୁତ କରାଯାଇଛି ଓ ଏହା ପାରାଦୀପ ପୋର୍ଟ ରେକା ପେସାଇଜ୍ ଭେସେଲ ସୋନ୍ସ ଡ୍ରେଜିଂର ପରିଚାଳନା କରିବ । ଏହି ଟର୍ମିନାଲର ଦିନକୁ ୨୫ ରେକ୍ ଅନଲୋଡ୍ କରିବାର କ୍ଷମତା ରିହଛି ଓ ଏହା ଏକ ସଙ୍ଗରେ ଦୁଇଟି ପାତ୍ରକୁ ଲୋଡ୍ କରିପାରିବ । ଏହି ଟର୍ମିନାଲର ଭିତିଭୂମି ଉତ୍ପାଦନ କ୍ଷମତାରେ ବୃଦ୍ଧି କରିବ ଓ ଶକ୍ତି ଉତ୍ପାଦନକାରୀଙ୍କର ସାମଗ୍ରୀକ ଲଜିଷ୍ଟିକ୍ସ ଖର୍ଚ୍ଚକୁ ହ୍ରାସ କରିବ । କମ୍ପାନୀ ପାରାଦୀପ ପୋର୍ଟରେ ଏହି ଟର୍ମିନାଲର ପ୍ରତିଷ୍ଠା କରିବା ପାଇଁ ପ୍ରାୟ ଟ.୧୩୦୦ କୋଟି ଟଙ୍କାର ନିବେଶ କରିଛି ।
ପାରାଦୀପ ପୋର୍ଟଟ୍ରଷ୍ଟ ଜେଏସଡବ୍ଲୁ ଇନ୍ଫ୍ରାଷ୍ଟ୍ରକ୍ଚରକୁ ସମ୍ପୂର୍ଣ୍ଣ ଯାନ୍ତ୍ରିକ କୋଲ ଟର୍ମିନାଲର ବିକାଶ ପାଇଁ ଦାୟୀତ୍ୱ ପ୍ରଦାନ କରିଛି । ଏହାକୁ ୩୦ ବର୍ଷ ପାଇଁ ନିର୍ମାଣ, ପରିଚାଳନା ଓ ଟ୍ରାନ୍ସଫର ଭିତିରେ ପ୍ରସ୍ତୁତ କରାଯିବ । କୋଲ ଟର୍ମିନାଲର କାର୍ଯ୍ୟ ଆରମ୍ଭ କରେ, ଜେଏସଡବ୍ଲୁ ଇନ୍ଫ୍ରାଷ୍ଟ୍ରକ୍ଚରର ବର୍ତମାନର କାର୍ଗୋ କ୍ଷମତା ୧୫୦ ଏମଟିପିଏକୁ ଅତିକ୍ରମ କରିବ । ଏହା ଆର୍ଥିକ ବର୍ଷ ୨୪ ସୁଦ୍ଧା ସମୁଦାୟ ୨୦୦ ଏମଟିପିଏର କାର୍ଗୋ ପରିଚାଳନା କ୍ଷମତା ରଖିଛି ।
ପାରାଦୀପରେ ଏହା କୋଲ୍ଟର୍ମିନାଲ ଉପରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ଅରୁଣ ମାହେଶ୍ୱରୀ, ଜଏଂଟ ଏମଡି ଓ ସିଇଓ, ଜେଏସଡବ୍ଲୁ ଇନ୍ଫ୍ରାଷ୍ଟ୍ରକ୍ଚର କହିଛନ୍ତି ଯେ, “କୋଇଲାର ଚଳନ ପାଇଁ ପାରାଦୀପ ପୋର୍ଟ ଏକ ଆକର୍ଷଣୀୟ ସାମୁଦ୍ରିକ ମାର୍ଗ ଭାବରେ ରହି ଆସିଛି । ଏହି ଟର୍ମିନାଲର କାର୍ଯ୍ୟାରମ୍ଭ ଫଳରେ, ଭାରତ ବର୍ତମାନ କେପ୍ସାଇଜ ସିପମେଂଟର ଦକ୍ଷତା ସମ୍ପର୍ଣ୍ଣ ପରିଚାଳନା କାର୍ଯ୍ୟ କରିପାରିବ । ଗତ କିଛି ମାସ ମଧ୍ୟରେ, ସାରା ବିଶ୍ୱରେ ଷ୍ଟିମ୍କୋଇଲା ମୂଲ୍ୟରେ ତୀବ୍ର ବୃଦ୍ଧି ଦେଖା ଦେଇଛି ଯାହା ଫଳରେ ଥର୍ମାଲ୍ ପାୱାର ପ୍ଲାଂଟ ଓ ଅନ୍ୟାନ୍ୟ କୋଇଲା ଭିତିକ ଉଦ୍ୟୋଗ ଘରୋଇ କୋଇଲା ଆଡ଼କୁ ମୁଁହାଇଛନ୍ତି । ଏହି କୋଇଲା ଟର୍ମିନାଲର ଆରମ୍ଭକୁ ଏକ ପ୍ରକୃଷ୍ଟ ସମୟରେ କରାଯାଇଛି ଯଦ୍ୱାରା ଘରୋଇ କୋଇଲାର ଚାହିଦା ବ୍ୟବଧାନକୁ ପୂରଣ କରାଯାଇପାରିବ । ଅଧିକ ଉତ୍ପାଦନ କ୍ଷମତା ଓ ଅଧିକ ସିପମେଂଟ ଆକାର କାରଣରୁ, ଆମେ ଆମର କୋଇଲା କାର୍ଗୋ
ଗ୍ରାହକମାନଙ୍କର ସାମଗ୍ରୀ କଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛୁ । ଭାରତ ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭର ଭାରତର ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛି । ଭାରତରେ ସମୁଦାୟ ଥର୍ମାଲ୍ କୋଇଲା ଚାହିଦା ସର୍ବଦା ଦୃଢ଼ ରହିଛି ଓ ଆମେ ଘରୋଇ ଉତ୍ପାଦନକାରୀଙ୍କର ଆବଶ୍ୟକତାକୁ ସର୍ବାଧିକ ଭାବରେ ପୂରଣ କରିବା ଦିଗରେ କାର୍ଯ୍ୟକରୁଛୁ । ଆମର କୋଇଲା ଟର୍ମିନାଲ୍ ଏହି ଯାତ୍ରା ପଥରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ।”
ଜେଏସଡବ୍ଲୁ ଇନ୍ଫ୍ରାଷ୍ଟ୍ରକ୍ଚର ର ମଧ୍ୟ ଏକ ଆଇରନ୍ ଓର୍ ଟର୍ମିନାଲ୍ ପାରାଦୀପ ପୋର୍ଟ ଠାରେ ରହିଛି ଯାହାର ବାର୍ଷିକ ୧୦ ମିଲିୟନ ଟନ୍ ଆଇରନ୍ ଓର୍/ ପେଲେଟର କ୍ଷମତା ରହିଛି । ଏହି ଆଇରନ ଓର୍ଟର୍ମିନାଲମାର୍ଚ୍ଚ ୨୦୨୨ ରେ ୧.୪ ଲକ୍ଷଟନ୍ ର ସର୍ବାଧିକ ଲୋଡକୁ ଗୋଟିଏ ଭେସେଲରେ ଲୋଡ଼ କରିଛି । ଏହି ଆଇରନ୍ ଓର୍ ଟର୍ମିନାଲକୁ କେପ୍ ଭେସେଲକୁ ୪୮ ଘଂଟା ମଧ୍ୟରେ ଲୋଡ କରିବାକୁ ଡିଜାଇନ୍ କରାଯାଇଛି ଏବଂ ନିକଟରେ ଏହା ଦିନକୁ ୧ ଲକ୍ଷଟନରୁ ଅଧିକ ସର୍ବାଧିକ ଲୋଡ୍ ହାର ର ହାସଲ କରିଛି ଯାହା କିଭାରତରେ ଯେକୌଣସି ବନ୍ଦର ତୁଳନାରେ ସର୍ବୋତମ ।