ଭୁବନେଶ୍ୱର: ପାରାଦୀପ ଫସ୍ଫେଟ୍ ଲିମିଟେଡ୍ର ଇନିସିଆଲ୍ ପବ୍ଲି୍କ୍ ଅଫର୍ (ଆଇପିଓ) ୨୦୨୨ ମେ’ ୧୭ରେ ଖୋଲିବ । ଆଙ୍କର ନିବେଶକଙ୍କ ବିଡ୍୍/ଅଫର୍ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ରହିବ ଓ ସେହି ତାରିଖ ହେଉଛି ୨୦୨୨ ମେ’ ୧୩ ।
ଏହି ଅଫର୍ର ମୂଲ୍ୟ ବ୍ୟାଣ୍ଡ୍ ଇକ୍ୱିଟି ସେୟାର୍ ପିଛା ୩୯ ଟଙ୍କାରୁ ୪୨ ଟଙ୍କା ମଧ୍ୟରେ ରହିବ । ସର୍ବନିମ୍ନ ୩୫୦ଟି ସେୟାର୍ ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୩୫୦ ଇକ୍ୱିଟି ସେୟାର୍ର ଗୁଣିତକ ହିସାବରେ ଆଗକୁ ବଢ଼ାଇବାକୁ ପଡ଼ିବ ।
ଏହି ଅଫର୍ରେ ସାମିଲ ରହିଛି ୧) ୧୦,୦୪୦ ନିୟୁତ ଟଙ୍କା ମୂଲ୍ୟର ୧୦ ଟଙ୍କିଆ ଫେସ୍ ଭାଲ୍ୟୁ ଥିବା ନୂଆ ଇକ୍ୱିଟି ସେୟାର୍ ଓ ୨) ପ୍ରମୋଟରମାନେ ଓ ଭାରତ ସରକାର ବିକ୍ରି କରିବାକୁ ଥିବା ୧୧୮,୫୦୭,୪୯୩ ଇକ୍ୱିଟି ସେୟାର୍ର ଅଫର୍ ଫର୍ ସେଲ୍ ।
ଏହି ଆଇପିଓରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ ୧) ଗୋଆ କାରଖାନାକୁ ଅଧିଗ୍ରହଣ କରିବା ଲାଗି ଆଂଶିକ ଫାଇନାନ୍ସ; ୨) ଆମର କିଛି ଋଣର ପରିଶୋଧ / ଅଗ୍ରୀମ ପରିଶୋଧ ଓ ୩) ସାଧାରଣ କର୍ପୋରେଟ୍ କାର୍ଯ୍ୟ ।
ଅଫର୍ ଫର୍ ସେଲ୍ରେ ସାମିଲ ରହିଛି ଜୁଆରି ମାରୋକ୍ ଫସ୍ଫେଟ୍ ପ୍ରାଇଭେଟ୍ ଲିମିଟେଡ୍ର ୬,୦୧୮,୪୯୩ ପର୍ଯ୍ୟନ୍ତ ଇକ୍ୱିଟି ସେୟାର୍ ଓ ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ୧୧୨,୪୮୯,୦୦୦ ଇକ୍ୱିଟି ସେୟାର୍ ।
ଏହି ଅଫର୍ରେ ଜାରି ହେବାକୁ ଥିବା ଇକ୍ୱିଟି ସେୟାର୍କୁ ବିଏସ୍ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ (ଏନ୍ଏସ୍ଇ)ରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି ।
ଏହି ଅଫର୍ ପାଇଁ ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ଓ ଏସ୍ବିଆଇ କ୍ୟାପିଟାଲ୍ ମାର୍କେଟ୍ସ ଲିମିଟେଡ୍ ।
ରାଜ୍ୟ
ପାରାଦୀପ ଫସ୍ଫେଟ୍ ଲିମିଟେଡ୍ର ଇନିସିଆଲ୍ ପବ୍ଲିକ୍ ଅଫର୍ ୨୦୨୨ ମେ’ ୧୭ରେ ଖୋଲିବ
- Hits: 382