ଅସ୍ତରଙ୍ଗ(ଦୁଃଶାସନ ନାୟକ): ପୁରୀଜିଲା ଅସ୍ତରଙ୍ଗ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ 2020ଠାରୁ 2021 ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ଦୁର୍ନୀତି ବିରୁଦ୍ଧରେ ବିଭିନ୍ନ ମହଲରୁ ଅଭିଯୋଗ ହେବାପରେ ପୁରୀଜିଲାର ଜିଲ୍ଳା ଜଙ୍ଗଲ ଅଧିକାରୀ ରାମସ୍ୱାମୀ ପି(ଆଇ,ଏଫ,ଏସ) ଓ ଏସିଏଫ ଉତ୍ତମ କୁମାର ଗଡ଼ନାୟକ ପିରଯାହାନିଆଁ ପୀଠରେ ପହଞ୍ଚି ଜନଶୁଣାଣୀ ଆରମ୍ଭ କରି ସ୍ଥାନୀୟ ଅଧିବାସୀ ଙ୍କ ଠାରୁ ତଦନ୍ତ ନିମନ୍ତେ ଲିଖିତ ଅଭିଯୋଗ ଗ୍ରହଣ କରିଥିବା ଜଣାପଡିଅଛି ।
ଏଠାରେ ପ୍ରକାଶଯୋଗ୍ୟ ଯେ, ଅସ୍ତରଙ୍ଗ ପିର ଜାହାନିଆ ଉପକୂଳରେ ଜଙ୍ଗଲ ସଫେଇ ସହ,ସଂରକ୍ଷିତ ଜଙ୍ଗଲରେ ଥିବା ଗଛ ଗୁଡିକ ଉପରେ ମାଡିଯାଇଥିବା ଲଟା ଓ ଗୁଳ୍ମ ଆଦି ସଫାକରିବା ପାଇଁ 6ଲକ୍ଷ 62 ହଜାର ଟଙ୍କାର ଶ୍ରମ ବଦଳରେ କାର୍ଯ୍ୟ ପାଇଁ ବୟ ବରାଦ କରାଯାଇଥିଲା । ଏହି କାର୍ଯ୍ୟରେ ଯେଉଁମାନଙ୍କର ଜବ କାର୍ଡ ଥିବ ସେହିମାନେ ହିଁ କରିପାରିବେ । ହେଲେ ଅସ୍ତରଙ୍ଗ ରେଞ୍ଜରେ ଅବସ୍ଥାପିତ ଅଧକାରୀମାନେ ଏହି ଅର୍ଥକୁ ମନରେଗା ଯୋଜନାରେ କାର୍ଯ୍ୟ ହୋଇଥିବା ଦର୍ଶାଇ ଯେଉଁମାନେ କାମକୁ ଯାଇନାହାନ୍ତି ସେମାନଙ୍କ ସହ ବିଦେଶରେ ଥିବା ଲୋକ,ବୃଦ୍ଧ, ଭିନ୍ନକ୍ଷମ, ଶାରୀରିକ ଶଯ୍ୟାଶାୟୀ, ଦୋକାନୀ ମାନଙ୍କ ଖାତାକୁ ଟଙ୍କା ଯାଇଥିବା ଜଣାପଡିବା ପରିପ୍ରେକ୍ଷୀରେ ଦିଲ୍ଲୀପ ବିଶ୍ୱାଳ ନାମକ ଯୁବକ ସୂଚନା ଅଧିକାର ଆଇନ ବଦଳରେ ତଥ୍ୟ ମାଗିବା ପରେ କଥାଟି ପଦାକୁ ଆସିଥିଲା । ଅପରପକ୍ଷରେ ଏହି ଅଭିଯୋଗକୁ ବିଚାରକୁ ନେଇ ଜିଲ୍ଲାର ଡିଏଫଓ ରାମସ୍ୱାମୀ ପି ଓ ଏସିଏଫଉତ୍ତମ ଗଡ଼ନାୟକ ,ସ୍ଥାନୀୟ ରେଞ୍ଜର ହିମାନ ନଏକ ଙ୍କ ସହାୟତାରେ ତଦନ୍ତ କରିଛନ୍ତି । ତଦନ୍ତ ପ୍ରକ୍ରିୟାରେ ବନାଞ୍ଚଳ ଅଧକାରୀ, ବନପାଳ ବନରକ୍ଷୀଓ ଅଭିଯୋଗ କାରୀ ଆଦି ପଦସ୍ଥ ଅଧକାରୀ ଙ୍କ ନିକଟରେ ଉପସ୍ଥିତି ହୋଇ ସେମାନଙ୍କର ବୟାନ ଦେବାସହ ବୟାନ ରେକର୍ଡ କରାଯାଇ ଲିପିବଦ୍ଧ ମଧ୍ୟ କରା ଯାଇଥିଲା । ଏହି ତଦନ୍ତ ପ୍ରକ୍ରିୟାକୁ ଅଧିକ ଗତିଶୀଳ ଓ ସ୍ଵଛ କରିବା ପାଇଁ ଜିଲ୍ଲା ସ୍ଥରୀୟ ତଦନ୍ତ ତଥା ଡିଆରଡିଏରେ ଅବସ୍ଥାପିତ ଓମୁଣ୍ଡସ ଅଧିକାରୀ ଙ୍କୁ ସରକାରୀ ସ୍ଥରରେ ଲିଖିତ ଭାବେ ଜଣାଇ ଦିଆଯାଇଛି ଓ ସେ ମହାଶୟ ସ୍ବେଚ୍ଛାକୃତ ଭାବେ ତଦନ୍ତ ଭାର ନେଇ ତଦନ୍ତ କରିବେ ବୋଲି ଡିଏଫଓ,ରାମସ୍ୱାମୀ ପି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ରାଜ୍ୟ
ଜଙ୍ଗଲ ବିଭାଗର ହରିଲୁଟ ନେଇ ତଦନ୍ତ ଆରମ୍ଭ ।
- Hits: 422