ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ନୂଆଗଡ ବ୍ଲକର ବିଭିନ୍ନ ୫-ଟି ରୂପାନ୍ତିକରଣ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ନିରୀକ୍ଷଣ କରିଥିବାର ଜଣାପଡିଛି। ପିଡି ଡିଆର୍ଡିଏ ଶ୍ରୀ ନାୟକ କେରେଡାଙ୍ଗ ଠାରେ ଥିବା ହାଇସ୍କୁଲ , ସରଳାପଦର ଗ୍ରାମ ଠାରେ ଥିବା ହାଇସ୍କୁଲ ଏବଂ ନୂଆଗଡ ଠାରେ ଥିବା ଏଲ୍ଏନ୍ ବିଦ୍ୟାପୀଠ ଆଦିର ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ।
ବିଦ୍ୟାଳୟ ଗୁଡିକରେ ଚାଲିଥିବା ସ୍ମାର୍ଟ ବୋର୍ଡ, ଇ-ଲାଇବ୍ରେରୀ , ବିଜ୍ଞାନଗାର , କମ୍ପ୍ୟୁଟର ଲ୍ୟାବ , ଶୌଚାଳୟ , ବିଶୁଦ୍ଧ ପାନୀୟ ଜଳ , ଖେଳପଡିଆ , ବଗିଚା ଆଦି ନିର୍ମାଣ ତଥା ଉନ୍ନୟନ କାର୍ଯ୍ୟ ସମ୍ପର୍କେ ପଚାରି ବୁଝିଥିଲେ। ଏହାସହ ବକେୟା କାମଗୁଡିକୁ ଅତି ଶୀଘ୍ର ସମାପନ କରିବା ପାଇଁ ପରାମର୍ଶ ଦେଇଥିବାର ଜଣାପଡିଛି। ପିଡିଙ୍କ ଏହି ପରିଦର୍ଶନ ସମୟରେ ବ୍ଲକସ୍ତରୀୟ ଅଧିକାରୀ , ସହକାରୀଯନ୍ତ୍ରୀ , ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଉନ୍ନୟନ କାର୍ଯ୍ୟର ବିଭିନ୍ନ ବିବରଣୀ ସମ୍ପର୍କରେ ଆଲୋଚନା କରିଥିଲେ।
ରାଜ୍ୟ
୫-ଟି ରୂପାନ୍ତିକରଣ ବିଭିନ୍ନ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ପିଡି ଡିଆର୍ଡିଏ
- Hits: 366