ହେଡଲାଇନସ୍:

ଆସ୍ଫାୟାର ହସ୍‌ପିଟାଲ ଭୁବନେଶ୍ବରରେ ଆଡ଼ଭାନ୍ସଡ଼ କର୍କଟ ରୋଗର ବିରଳ ଚିକିତ୍ସା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର--୭୬ବୟସ୍କ ରାୟବାବୁ କଟକର ଏକ ନସିଂହୋମ୍‌ରେ ଭୀଷଣ ପେଟ ଯନ୍ତ୍ରଣାରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ତାଙ୍କର ରୋଗ ଅତି ଗୁରୁତର ଓ ସେ ଦେଶୀଦିନ ବଞ୍ଚିବେ ନାହିଁ ବୋଲି କହିଥିଲେ । ନିରାଶ ହୋଇ ତାଙ୍କର ସମ୍ପର୍କୀୟମାନେ ଡା : ଅମିତାଭ ଜେନାଙ୍କୁ ପରାମର୍ଶ କରି ଭୁବନେଶ୍ବର ୬ନମ୍ବର ସ୍ଥିତ ଆସ୍ଫାୟାର ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ଆସ୍ଫାୟାର ହସ୍‌ପିଟାଲରେ ତାଙ୍କର ଇମରଜେନ୍ସି ଅପରେସନ୍ କରାଯାଇଥିଲା ଓ ସେହି ସମୟରେ ତାଙ୍କର ଆପେଣ୍ଡିକ୍ସର ଆଡ଼ଭାନ୍ସଡ଼ କ୍ୟାନସର ଅଛି ବୋଲି ଜଣା ପଡ଼ିଥିଲା । ଯେହେତୁ ତାଙ୍କର ମୁଖ୍ୟ ସମସ୍ୟା ଅନ୍ତଃନାଳୀ ବନ୍ଦ ହେବା ଥିଲା, ତେଣୁ ଇମର୍‌ଜେନ୍ସି ସମୟରେ ତାହା ଠିକ୍ କରି, ପରେ ଅନ୍ୟାନ୍ୟ ଟେଷ୍ଟ କରାଇ ତାଙ୍କର ଆବଶ୍ୟକ ଚିକିତ୍ସାର ପ୍ଲାନ୍ କରାଯାଇଥିଲା ।
ରୋଗୀର ଅବସ୍ଥା ସୁଧୁରିବା ପରେ ଡା: ସୁଦୀପ୍ତ ସ୍ୱାଇଁ ଓ ଡା: ଅମିତାଭ ଜେନା ତାଙ୍କୁ ଆଡ଼ଭାନ୍ସଡ଼ କ୍ୟାନସର ପାଇଁ ସ୍ଵତନ୍ତ୍ର ଶଲ୍ୟ ଚିକିତ୍ସା ଓ ହାଇପେକ୍ (HIPEC) ପ୍ଲାନ୍ କରାଯାଇଥିଲା ।
ଡା : ସୁଦୀପ୍ତ କୁମାର ସ୍ବାଇଁ (ରୋବୋଟିକ୍ ଗ୍ୟାସ୍ଟ୍ରୋସର୍ଜନ ଆପୋଲୋ ମେନ୍ ହସ୍‌ପିଟାଲ, ଚେନ୍ନାଇ ) ଓ ଡା : ଅମିତାଭ ଜେନା (କ୍ୟାନ୍ସର ସର୍ଜନ)ଙ୍କ ନେତୃତ୍ବରେ ଏହି କଷ୍ଟସାଧ୍ୟ ଅପରେସନ୍ ଯେଉଁଥରେ ଆପେଣ୍ଡିକ୍ସର ଟ୍ୟୁମର ସହିତ ଅନ୍ତଃନାଳୀର କିଛି ଅଂଶ, ସମୁଦାୟ ପେରିଟୋନିୟମ ଏବଂ ଓମେଣ୍ଟାମ୍ ବାହାର କରି ଦିଆଯାଏ । ତା ସହିତ ଟ୍ୟୁମର ବାହାରିଲା ପରେ ପେଟ ଭିତର ସ୍ଥାନକୁ କେମୋଥେରାପୀ ଔଷଧରେ ଇରିଗେସନ୍ କରାଯାଇଥାଏ । ସୂଚନାଯୋଗ୍ୟ ଯେ ଏହି କେମୋଥେରାପୀର ତାପମାତ୍ର ଶରୀରର ତାପମାତ୍ରା ଠାରୁ ୪-୫ଡିଗ୍ରୀ ଅଧ୍ବକ ଥାଏ, ଯାହାକି କ୍ୟାନ୍ସର ସେଲ୍‌ ମାନଙ୍କୁ ମାରିବାରେ ସହାୟକ ହୋଇଥାଏ

0
0
0
s2sdefault