ହେଡଲାଇନସ୍:

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ର ଚତୁର୍ଥ ଦିନରେ ପ୍ରବଳ ଜନସମାଗମ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାହାଡ ଚଢ଼ିବାର ମାଜାନେଲେ ଶ୍ରଦ୍ଧାଳୁ,ମନ୍ଦିରରେ ଲାଗିହେଲା ପିଠା କନ୍ଦ ଭୋଗ


ଖପ୍ରାଖୋଲ ୧୧/୫(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଥାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ର ଚତୁର୍ଥ ଦିନରେ ପ୍ରବଳ ଜନସମାଗମ ହୋଇଥିଲା। ଜହାର ହଜାର ଶ୍ରଦ୍ଧାଳୁ ଗନ୍ଧମାର୍ଦ୍ଦନ ପାହାଡ ଚଢ଼ି ନୃସିଂହନାଥ ଯାଇଥିବା ବେଳେ ସେପଟୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ମହିଲା ପୁରୁଷ, ବୃଦ୍ଧା ବୃଦ୍ଧ , ଯୁବକ ଙ୍କ ଭିଡ଼ ଦେଖାଯିବା ସହିତ ଲୋକାରଣ୍ୟ ହୋଇଥିଲା। ଏହି ଅବସରରେ ହରିଶଙ୍କର ମନ୍ଦିର ର ପୂଜକ ମାନେ ପୂର୍ବରୁ ପାହାଡ ଉପରୁ ସଂଗୃହିତ ପିଠା କନ୍ଦ ବା ପିଠ କନ୍ଦ ହରିଶଙ୍କର ଠାକୁର ଙ୍କ ଠାରେ ସଂଧ୍ୟାରେ ଭୋଗ ଲାଗି ସ୍ୱତନ୍ତ୍ର ନୀତି ସହ ପ୍ରଦାନ କରାଯାଇଥିଲା। ଶହଶହ ବର୍ଷ ଧରି ଏହି ଭୋଗ ଲାଗି ପରମ୍ପରା ଲାଗିରହିଛି। ସଂଧ୍ୟାରେ ଚତୁର୍ଥ ଦିନର ମହୋତ୍ସବ ମଞ୍ଚ ଉଦଘାଟନୀ ଅନୁଷ୍ଠିତ ହୋଇଥିବ ବେଳେ ପାଟଣାଗଡ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ମେହେର ଅଧ୍ୟକ୍ଷତା କରିଥିବା ମୂଖ୍ୟ ଅତିଥି ରୂପେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନୀତ ଅତିଥି ରୂପେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ,ପାଟଣାଗଡ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା,ପାଟଣାଗଡ ବିଡ଼ିଓ ସୁମନ କୁମାର ମିଞ୍ଜ,ତହସିଲଦାର ରୁଦ୍ର ମୋହନ ନାଏକ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଯୋଗଦେଇ ଗନ୍ଧମାର୍ଦ୍ଦନ ପାହାଡ,ହରିଶଙ୍କର ମନ୍ଦିର ର ଇତିହାସ, ପୌରାଣିକ କଥାବସ୍ତୁ, ଲୋକକଥା ଉପରେ ଆଲୋକପାତ କରିବା ସହିତ ମନ୍ଦିରର ଉନ୍ନତି ଉପରେ କହିଥିଲେ।କାର୍ଯ୍ୟକ୍ରମ କୁ ଦେବୋତ୍ତର କମିଟି ସଦସ୍ୟ ଡ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରେ ପ୍ରଥମ ମଞ୍ଚରେ ମାଁ ଭୂଇଁ ରାଣୀ କଳାମନ୍ଦିର, ଭୁବନେଶ୍ୱର ର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ତମିଆଁ ଗାଁ ର ରାମଲୀଳା ମଞ୍ଚସ୍ଥ ହୋଇଥିଲା। ସେହିପରି ନିତାନୃତ୍ୟାଙ୍ଗାନା,ଢେଙ୍କାନାଳ ର ସାନ୍ତାଳୀ ନୃତ୍ୟ, ପ୍ରତିଭା କଳାହାଣ୍ଡି ର ସିଂହାରୀ ନୃତ୍ୟ, ବଡଜମ୍ବାନି ମୟୁରଭଞ୍ଜ ର ଛଉ ନୃତ୍ୟ,କୃଷ୍ଣପ୍ରୀୟା କଲାପରିଷଡ, ତୁଷୁରା ସାନ ବଡ଼ ଦଳ ର ଘୁଡୁକା ନାଚ ଓ ସତିଘାଟ ର ଧରିତ୍ରୀ ଦଣ୍ଡ ନୃତ୍ୟ ପରିବେଷିତ ହୋଇଥିଲା।

0
0
0
s2sdefault