ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ବେଣୀପଲ୍ଲୀ ପଂଚାୟତ ଅନ୍ତର୍ଗତ ମାଧବରୀଡା ଗ୍ରାମରେ ଶ୍ରୀ ଶ୍ରୀ ବୁଢୀମା ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଚବିଶି ପ୍ରହର ଅଖଣ୍ଡ ନମଯଂଜ୍ଞା, ତଥା ପହଲଗାମରେ ପ୍ରାଣବଳି ଦେଇଥିବା ପୂଣ୍ୟ ଆତ୍ମାଙ୍କ ପ୍ରତି ଅର୍ଘ୍ୟ ସ୍ଵରୂପ ଗ୍ରାମବାସୀ ଏବଂ ସମ୍ବାଦ- ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ଏବଂ ବେଣୀପଲ୍ଲୀ ସରପଞ୍ଚ ଦୁର୍ଗା ମାଧବ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମର କୋଠ ଘରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ମୋଟ 53 ଜଣ ରକ୍ତଦାତା ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ ଏବଂ ସେଥି ମଧ୍ୟରୁ 37 ଜଣ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ I ଏହି ରକ୍ତଦାନ ଶିବିରରେ ମାଧବରୀଡା ଗ୍ରାମ ସଭାପତି ତଥା ବେଣୀପଲ୍ଲୀ ସରପଞ୍ଚ ଦୁର୍ଗା ମାଧବ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ଆୟୂଷ ଡ଼ାକ୍ତର ଜ୍ଞାନ ରଞ୍ଜନ ମହାପାତ୍ର,ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ୱାର୍ଡସଭ୍ୟ ଉମା ଚରଣ ନାୟକ,ଅବସରପ୍ରାପ୍ତ ସାମରିକ କର୍ମଚାରୀ ଈଶ୍ଵର ଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ I ଏହି ରକ୍ତଦାନ ଶିବିରରେ ପ୍ରବୀଣ ବିଶାଳ, ନିରଞ୍ଜନ ଲେଙ୍କା, ବିକାଶ ଲେଙ୍କା, ଗୋପାଳ ବିଶାଳ, ଦୀନବନ୍ଧୁ ଖଣ୍ଡୁଆଳ ,ରାଜୀବ ବିଶ୍ୱାଳ, ଅମନ ନାୟକ, ସନ୍ତୋଷ କୁମାର ବେହେରା, ଗୋପବନ୍ଧୁ ଖଣ୍ଡୁଆଳ, ବିଶ୍ଵାମିତ୍ର ବିଶ୍ୱାଳ, ସତ୍ୟନାରାୟଣ ବାରିକ, ଉମା ଚରଣ ନାୟକ, କିରଣ ଵୀଶ୍ୱାଳ, ବିକାଶ ବିଶ୍ୱାଳ, ନିରୁପମା ଜେନା, କୃତିବାସ ବେହେରା, ସତ୍ୟନାରାୟଣ ଜେନା, ଗଙ୍ଗାଧର ଜେନା, କାଁହୁ ଚରଣ ଲେଙ୍କା, ପଦ୍ମ ଚରଣ ଲେଙ୍କା, ସୁନୀଲ କୁମାର ପ୍ରଧାନ, ବିସିକେଶନ ବେହେରା, ରଞ୍ଜନ ଲେଙ୍କା, କାହ୍ନl ଦାସ, ନାରାୟଣ ବେହେରା, କୀର୍ତି ଶଙ୍କର ସ୍ୱାଇଁ, ଅନାଦି ନାୟକ, ଗୋପାଳ ନାୟକ, ଝୁନା ଖଣ୍ଡୁଆଳ, ପରେଶ ଲେଙ୍କା, ଗଣେଶ ନାୟକ, ପଞ୍ଚାନନ ନାୟକ, ଈଶ୍ୱର ଚନ୍ଦ୍ର ବିଶ୍ୱାଳ, ରଞ୍ଜନ ନାୟକ, ଟୁନା ଖଣ୍ଡୁଆଳ, ଜୟଶନ ଖଣ୍ଡୁଆଳ, ସଂଗ୍ରାମ ବିଶ୍ୱାଳ, ଅମିତ ପ୍ରଧାନ, ରାକେଶ ନାୟକ, ବିକ୍ରମ ବାରିକ, ଲିପୁନ ବାରିକ, ମୁନା ନାୟକ, ଶ୍ରୀକାନ୍ତ ଡାକୁଆ, ଅନାଦି ରାଉତ, ସୁମନ ବିଶ୍ୱାଳ,ଶିବଶଙ୍କର ଲେଙ୍କା, ବିକ୍ରମ ନାୟକ, ଗୌରହରୀ ନାୟକ, ରାକେଶ ଜେନା,ହରିହର ଜେନା, ସୁରେଶ କୁମାର ଲେଙ୍କା, ଜିତେନ୍ଦ୍ର କୁମାର ଜେନା, ଓ ସୁଜନ ବିଶ୍ୱାଳ, ପ୍ରମୁଖ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ Iଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ଏବଂ ସରପଞ୍ଚ ଦୂର୍ଗା ମାଧବ ନାୟକ ପରିଚାଳନା କରିଥିଲେ I
ରାଜ୍ୟ
ମାଧବରୀଡା ଗ୍ରାମ ବାସୀ ଏବଂ ସମ୍ବାଦ- ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ; 53 ୟୁନିଟ୍ ରକ୍ତ ସଂଗ୍ରହ
- Hits: 149