ଯୋଡ଼ା,/ପାର୍ଥ ସାରଥୀ ଷଡ଼ଙ୍ଗୀ: ୨୦୦୯ର ଖଣି ଦୁର୍ନୀତି ସାରା ଦେଶ ରେ ସୃଷ୍ଟି କରିଥିଲା ଆଲୋଡନ। ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର କରିଥିଲେ ତଦନ୍ତ। ଖଣିଜ କାରବାର ରେ ସ୍ବଚ୍ଛତା ଆଣିବା ଖଣିଜନୀତି ପାଇଁ ନିଆଯାଇଥିଲା ଆମୂଳଚୁଳ ପରିବର୍ତ୍ତନ। ଆଗ ଅପେକ୍ଷା ଖଣି ଦୁର୍ନୀତି କିଛି ମାତ୍ରା ରେ କମିଛି ହେଲେ ଖଣିଜ ସାମଗ୍ରୀ ର ଚୋରା ଚାଲାଣ ରେ ଲାଗି ପାରିନି ପୂର୍ଣ୍ଣ ମାତ୍ରା ରେ ଅଙ୍କୁଶ। ଦୁର୍ନୀତିଖୋର ଖଣି ମାଫିଆ ମାନେ ଆଗରୁ ଟ୍ରକ ଏବଂ ଅନ୍ୟ ଗାଡ଼ି ମାଧ୍ୟମ ବିପୁଳ ମାତ୍ରା ରେ ଚୋରା ଚାଲାଣ କରୁଥିଲେ ଏବେ ମଧ୍ୟ ଲୁଚାଛପା ରେ ଚାଲିଛି କିନ୍ତୁ ତା ସହିତ ଏବେ ମାଲବାହି ଟ୍ରେନ ମାଧ୍ୟମ ରେ ମଧ୍ୟ ଆରମ୍ଭ ହେଇଗଲାଣି । କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳ ଜୁରୁଡ଼ି ରୁ ହସ୍ତଗତ ହେଇଛି ଏଭଳି ଦୃଶ୍ୟ। ଜୁରୁଡି ରେଳସାଇଡିଂ ରେ ଗଦା ହେଇ ରହିଛି ବହୁ ମେଟ୍ରିକ୍ ଟନ୍ ଲୁହାପଥର। ଏହାର କେହି ଦାବିଦାର ମଧ୍ୟ ନାହାନ୍ତି ବୋଲି ଖଣି ବିଭାଗ ସ୍ପଷ୍ଟ କରିଛି। କିନ୍ତୁ ଦୃଭାଗ୍ୟ ର ବିଷୟ ଏହାର ସଠିକ୍ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନ ନିଆଯିବାରୁ ଖଣି ମାଫିଆ ମାନଙ୍କ ପଡ଼ିଛି ଲୋଲୁପ ଦୃଷ୍ଟି । ଏହା ମଧ୍ୟରେ ଲୁହାପଥର ଗଦା ରୁ ମେସିନ ଲଗେଇ ଟ୍ରେନ ସହାୟତା ରେ ଚୋରାଚାଲାଣ ହେଇ ଯାଇଛି ବହୁପରିମାଣ ର ଲୁହାପଥର। ତେବେ ଏହାକୁ ଚୋରା ଚାଲାଣ କରା ଯିବାକୁ ଯେଉଁ ଷଡ଼ଯନ୍ତ୍ର ଚାଲିଛି ତାହା ଯେତିକି ଚର୍ଚ୍ଚିତ ସେତିକି ସମ୍ବେଦନଶୀଳ ମଧ୍ୟ। ମାଲବାହୀ ଟ୍ରେନ ୱାଗନ ରେ ନିର୍ଦ୍ଧାରିତ ପରିମାଣ ଠାରୁ ଲୁହାପଥରକମିଗଲେ ଭରପାଇ ହଉଛି ଏହି ଗଚ୍ଛିତ ଷ୍ଟକୟାର୍ଡ ରୁ। ଏହାକୁ ରାଜ୍ୟ ବାହାରକୁ ଅସଦ ଉପାୟ ରେ ଚୋରା ଚାଲାଣ ହେଉଛି ବୋଲି ଖବର ବିଶେଷ ସୂତ୍ର ରୁ ହସ୍ତଗତ ହୋଇଛି। ଏଥିରେ କେତେ ଜଣ ମୁଷ୍ଟିମେୟ ଅସାଧୁ ଠିକାଦାର ମାନଙ୍କ ହାତ ରହିଛି ବୋଲି ଖବର ମିଳୁଛି। ସେ ଅସାଧୁ ଠିକାଦାର ଙ୍କ ସହ ଖଣି ମାଫିଆ ଙ୍କ ମଧୁଚନ୍ଦ୍ରିକା କରି ବାହାର ରାଜ୍ୟ ର ବ୍ୟବସାୟୀ ଙ୍କୁ ବିକି ପ୍ରଯ୍ୟାପ୍ତ ପରିମାଣ ର ଲାଭବାନ ହେଉଥିବା ବେଳେ ରାଜସ୍ବ ହରାଉଛନ୍ତି ସରକାର। ସେହିପରି ଖଣି ରୁ ଟ୍ରକ ଯୋଗେ ଯାଉଥିବା ଲୁହାପଥର କୁ ରେଳସାଇଡିଂରେ ନପକେଇ କେବଳ ଚାଲାଣ କୁ ରିସିଭ କରେଇ ଅଗୋଚର ରେ କିମ୍ବା ଖଣି ବିଭାଗ ର ଅସାଧୁ କର୍ମଚାରୀ ଓ ପରିବହନ ଠିକାଦାର ଙ୍କ ମିଳିତ ଉଦ୍ୟମ ରେ ଅନ୍ୟତ୍ର ବହୁମୂଲ୍ୟ ରେ ବ୍ଲାକ ରେ ବିକ୍ରୟ କରାଯାଉଛି। ଆଉ ମଧ୍ୟ ରେଳ ସାଇଡିଂରେ ରେଳ ବିଭାଗ ପକ୍ଷରୁ ଜେସିବି ଦ୍ଵାରାଏକ ଡ୍ରେନ ନିର୍ମାଣ କରା ଯାଉଛି। ଏହାର ସୁଯୋଗ ନେଇ ବହୁପରିମାଣ ର ଲୁହାପଥରଟ୍ରାକ୍ଟର ଯୋଗେ ଅନ୍ୟତ୍ର ବାଟମାରଣା କରାଯାଉଛି । ସେଥିପାଇଁ ୨୦୦୯_୨୦୧୦ମଧ୍ୟରେ ଜବତ ହୋଇଥିବା ମୂଲ୍ୟବାନ ଖଣିଜ ଲୁହାପଥର ପରିମାଣ କମିବାରେ ଲାଗିଛି। ଖଣି ବିଭାଗ ପକ୍ଷରୁ ଖଣିଜ ଦ୍ରବ୍ୟ କୁ ଆକଳନ କଲେ କେତେ ପରିମାଣ ର ଲୁହାପଥରମହଜୁଦ ଅଛି ଓ କେତେ ପରିମାଣ ଏଠାରୁ ଚୋରା ଚାଲାଣ ହେଇଛି ପ୍ରକୃତ ତଥ୍ୟ ଜଣା ପଡ଼ିବ। ଏ ସଂପର୍କ ରେ ବିଭାଗୀୟ ଖଣି କର୍ତ୍ତୁପକ୍ଷ ଙ୍କୁ ପଚାରିବାରୁ ଏହାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି କହିଛନ୍ତି। ସେପରି ଡ୍ରେନ୍ ନିର୍ମାଣ ବନାଞ୍ଚଳ କୁ ପ୍ରଭାବିତ କରୁଥିବା ସ୍ଥାନୀୟ ଅଞ୍ଚଳ ବାସୀଅଭିଯୋଗ କରିଛନ୍ତି। ଏ ସଂପର୍କ ରେ ଜିଲ୍ଲା ଡି ଏଫ୍ ଓ କହିଛନ୍ତି ତାଙ୍କ ପାଖରେ ଏ ବିଷୟ ରେ କିଛି ଖବର ନାହିଁ। ଖୁବଶିଘ୍ର ସେ ଏହାର ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
ରାଜ୍ୟ
ଟ୍ରକରେ ଖଣିଜ ଦ୍ରବ୍ୟ ଚୋରି ପରେ ଏବେ ଟ୍ରେନ ରେ ଚାଲିଛି ଲୁଟ
- Hits: 606