ପଦ୍ମଶ୍ରୀ ବିଜେତା ପୂଜ୍ୟ ବାବା ବଳିଆଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ବିଶିଷ୍ଟ ସମାଜସେବୀ ତଥା ପୂଜ୍ୟ ପୂଜକ ପଦ୍ମଶ୍ରୀ ବିଜେତା ବାବା ବଳିଆଙ୍କ ଏକାନ୍ତ ଅନୁଗାମୀ ଜ୍ୟୋର୍ତିବିଦ ଡଃ ଅରୁଣ କୁମାର ପାଣି ଙ୍କ ଆହ୍ବାନରେ ଜଗତସିଂହପୁର ଜିଲ୍ଲା ସାମାଜିକ କର୍ମୀ ବନ୍ଧୁମିଳନ ତଥା ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆଙ୍କୁ ସମ୍ବର୍ଦ୍ଧନା ଉତ୍ସବ " ଆସ ଆମେ ଭଲ ମଣିଷ ହେବା " ଶିଶୁ ଅନନ୍ତ ଆଶ୍ରମ ଅରିଲୋ ଠାରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ଡଃ ପାଣି ସଭାପତିତ୍ବ କରିଥିବା ବେଳେ ,ସୁରେଶ ଚନ୍ଦ୍ର ସ୍ବାଇଁ ସଂଯୋଜନା କରିଥିଲେ lମୁଖ୍ୟବକ୍ତା ହିମାଂଶୁ ଶେଖର ଆଚାର୍ଯ୍ୟ ,ସମ୍ମାନୀତ ଅତିଥି ଭାବେ କଳ୍ପନା ସୂତାର, ରାମାୟଣୀ ପଣ୍ଡିତ ଅଭୟ ଦାଶ, ଅନିଲ କୁମାର ସ୍ବାଇଁ, କୁଷକ ନେତା ବିଷ୍ଣ ମୁଦୁଲି , ରମାକାନ୍ତ ରାଉଲ , ଆଶ୍ବସ୍ତି ଫାଉଣ୍ଡେସନ ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ମହାପାତ୍ର , ତାପସ ସାହାଣୀ , ଶିକ୍ଷାବିତ ଅନାଦି ରାଉତ , ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶକ୍ତି ପ୍ରସାଦ ମିଶ୍ର ,ସାରଦା ମଲ୍ଲ ,ରବୀନ୍ଦ୍ରନାଥ ଚୌଧୂରୀ ,ରବୀନ୍ଦ୍ରନାଥ ପରିଡା , ପ୍ରଫୁଲଚନ୍ଦ୍ର ମହାପାତ୍ର, ଯୋଗଦେଇଥିଲେ lରାସ୍ତା ସୁରକ୍ଷା ମଞ୍ଚ ଓଡିଶା , ଅଭିଭାବକ ମହାସଙ୍ଘ , ଜଗତସିଂହପୁର ସାରସ୍ବତ ପରିଷଦ , ସୁରକ୍ଷା ଫାଉଣ୍ଡେସ, ଆଇ.ଏଚ.ଆର.ଡି , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରଘୁନାଥପୁର ପ୍ରମୁଖ ସଙ୍ଗଠନ ତରଫରୁ ପୂଜ୍ୟ ଗୁରୁଦେବଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ପୂଜ୍ୟ ଗୁରୁଦେବଙ୍କ ଦ୍ବାରା ସାମାଜିକ କର୍ମୀ ମାନଙ୍କୁ ମାର୍ଗଦର୍ଶନ କରାଯାଇଥିଲା. ଏଥିରେ ବାବା ବଳିଆ ଦେଶ, ଜାତି, ସମାଜ ରୁ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଭଳି ପ୍ରଥା କୁ ଉଛେଦ କରିବା ପାଇଁ ମତ ଦେଇଥିଲେ lସମାଜରେ ସ୍ୱାମୀ ପରିତ୍ୟକ୍ତ, ବିଧବା ମା, ଙ୍କ ପ୍ରତି କୁସ୍ଚିତ ମନୋଭାବ କୁ ଦୁରେଇ ଦେବା lସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତ କୁ ଆଣିବା ଭଳି ମହତ କାର୍ଯ୍ୟରେ ସାମିଲ କରିବା ପ୍ରକାଶ କରିଥିଲେ. ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଯୋଗଦେଇ କହିଥିଲେଯେ ସମାଜରେ ଭଲ ମଣିଷ ହେବାକୁ ହେଲେ ଶ୍ରବଣ କୁମାର ଓ ଲଖମଣ କୁମାର ପୁଅ ମିଳିବା ଦରକାର l ଶ୍ରବଣ କୁମାର ଯେମିତି ତାହାର ଅନ୍ଧ ପିତା ମାତାଙ୍କୁ କାନ୍ଧରେ ବୁହାଇ ତୀର୍ଥ ଭ୍ରମଣ କରାଇଥିଲା ବିନା ଦ୍ୱିଧା ଓ କଷ୍ଟ ରେ ସେଭଳି ପୁଅ ଉଦାହରଣ ଦେଇ ଭଲ ମଣିଷ ହେବାର ବାଟ ଦେଖାଇଥିଲେ lଅନ୍ୟ ବହୁ ବକ୍ତା ମାନେ ଯୋଗ ଦେଇ ଯୁବ ସମାଜ ତଥା ଉପସ୍ଥିତ ସଜନମଣ୍ଡଳୀ ଙ୍କୁ ଆଜିର ସମାଜରେ ଗୀତା, ଭାଗବତ ପ୍ରତି ମନ ବଳାଇ ହିଂସା, କ୍ରୋଧ ତ୍ୟାଗ ସହିତ ସମାଜରୁ ମାଦକ ଦ୍ରବ୍ୟ ସେବନରୁ ବଂଚିତ ରହିବା ପରାମର୍ଶ ଦେଇଥିଲେ l

0
0
0
s2sdefault