ହେଡଲାଇନସ୍:

ଗୋପାଳକୃଷ୍ଣ ସ୍ମତି ଚାରଣ ଉପଲକ୍ଷେ କଣ୍ଠ ସଙ୍ଗୀତ ପ୍ରତିଯୋଗିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-08-18-gajapati-gita.jpg - 122.02 kB

Paralakhemundi/Balakrishna Panigrahi ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ସ୍ଥନୀୟ ଭକ୍ତି ସଙ୍ଗୀତ ସଂସଦର ମିଳିତ ଆନୁକୁଲ୍ୟେ ଆସନ୍ତା ୧୧.୦୮.୨୦୧୮ରେ ଗୋପାଳକୃଷ୍ଣ ସ୍ମୃତି ଚାରଣ ଉପଲକ୍ଷେ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ଗୋପାଳକୃଷ୍ଣ ରଚିତ ସଙ୍ଗୀତ କନିଷ୍ଠ, ବରିଷ୍ଠ  ଦୁଇବର୍ଗର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି  ।

କନିଷ୍ଠ ବର୍ଗରେ ଅମନ ବେହେରା, ସାଇ ଶୁଭଶ୍ରୀ ପାତ୍ର, ସଂସ୍କୃତି ସାହୁ, ଉପାସ୍ୟ ପଣ୍ଡା ପ୍ରଥମ ଦ୍ୱିତୀୟ ଓ ତୃତୀୟ ହୋଇଥିବା ବେଳେ ଆଶୁତୋଷ ମିଶ୍ର, ଅନ୍ୱେଷା ରଥ, ଗିରିଜା ଶଙ୍କର ପଟ୍ଟନାୟକ, ସ୍କନ୍ଦନା ପଣ୍ଡା ବରିଷ୍ଠ ବିଭାଗରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ ଦକ୍ଷତା ପ୍ରତିଭା ମାନଙ୍କୁ ଆସନ୍ତା ୧୧ ତାରିଖରେ ଗୌରହରି ପାଠାଗାର ଠାରେ ଗୋପାଳ କୃଷ୍ଣ ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ପୁରସ୍ମୃତ କରାଯିବ । ଏଥିରେ ବିଚାରକ ଭାବେ ରଘୁନାଥ ପାତ୍ର, ବିଜୟ ପ୍ରଧାନ ଯୋଗଦେଇଥିବା ବେଳେ ହରିମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ରଥ ପରିଚାଳନା    ରାଜେନ୍ଦ୍ର ରଥ ସଂଯୋଜନା କରିଥିଲେ ।

0
0
0
s2sdefault