ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୁମିର ପଞ୍ଚାୟତ ର କୁମିର ଗ୍ରାମ ରେ ରୀତିନୀତି ଅନୁସାରେ ପବିତ୍ର ଅକ୍ଷୀତୃତୀୟ ତଥା ମୁଠି ଛିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ କୁମିର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମିତି ସଭ୍ୟ କ୍ଷୀରସାଗର ସାହୁ ପ୍ରଥମେ ଧାନ ବୁଣି ଶୁଭାରମ୍ଭ କରିଥିଲେ।ଶ୍ରୀ ସାହୁ କହିଲେ ଅକ୍ଷୟ ଶବ୍ଦ ର ଅର୍ଥ ଯାହାର କ୍ଷୟ ନାହିଁ ଅର୍ଥାତ ଯାହା ଚିରସ୍ଥାୟୀ ଏହି ତିଥି ରେ କ୍ଷୟ ନାହିଁ।ଏହା ବୈଶାଖ ମାସ ର ଶୁକ୍ଳପକ୍ଷ ତୃତୀୟା ରେ ପଡିଥାଏ।ଏହି ପବିତ୍ର ତିଥି ସୃଷ୍ଟି ଆରମ୍ଭ ରୁ ଜନ ମାନସ ରେ ପାରମ୍ପରିକ ସ୍ବୀକୃତି ଲାଭ କରିପାରିଛି।କାରଣ ଶାସ୍ତ୍ର ମତାନୁସାରେ ସୃଷ୍ଟି ଚକ୍ର ର ଚାରିଟି ଯୁଗ ମଧ୍ୟରେ ସତ୍ୟଯୁଗ ର ଆରମ୍ଭ ବୈଶାଖ ମାସ ର ଶୁକ୍ଳ ପକ୍ଷ ତୃତୀୟା ରେ ହୋଇଥିଲା।ଏହି ଅକ୍ଷୟ ତୃତୀୟା ରେ ହିଁ ସୃଷ୍ଟି ର ଆଦ୍ୟ ଦିବସ।ଏହି ଅବସର ରେ ଲଳିତ ମିର୍ଦ୍ଧା,ସନ୍ତୋଷି ଚୌହାନ, ସୂର୍ଯ୍ୟକାନ୍ତି ମିର୍ଦ୍ଧା,ଫୁଲ ମିର୍ଦ୍ଧା,ଏବଂ ଗ୍ରାମ ର ପୂଜକ ଯଦୁମଣି ବରିହା କୃଷକ ସାଥି ବ୍ରଜମୋହନ ସାହୁ,ମନୋଜ ସାହୁ ଗ୍ରାମ ର ସମସ୍ତ ଚାଷୀ ଉପସ୍ଥିତ ଥିଲେ।
ରାଜ୍ୟ
ଅକ୍ଷୀ ମୁଠି ଛୁଇଁଲେ କୁମିର ଗ୍ରାମବାସୀ
- Hits: 851