ଅକ୍ଷୟ ତୃତୀୟା ପାଳନ କଲେ ଜିଲ୍ଲା ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର (ପ୍ରକାଶ ହାତୀ )ସୋନପୁର ଜିଲ୍ଲା ସ୍ଥରିୟ ପଵିତ୍ର ଅକ୍ଷୟ ତୃତୀୟା ପାଳନ ସମାରୋହରେ ସ୍ଥନୀୟ କୃଷିବିଜ୍ଞାନ କେନ୍ଦ୍ର ଠାରେ ପାଲନ କରଯାଇଛି।ମଙ୍ଗଳ ବାର ସକାଳ ୭:୩୦ ରେ ପୂଜା ପାଠ ପୂର୍ବକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଙ୍କ ହାତ ମୁଠା ରେ ଅକ୍ଷିମୁଠି ଅନୁକୂଳ କରାଯାଇଥିଲା। ଅକ୍ଷିମୁଠି ଅନୁକୂଳ ସମୟ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାଶ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରମିଲ ସ୍ୱାଇଁ ଏବଂ ଅନ୍ୟ ବିଭାଗର ପଦସ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅକ୍ଷିମୁଠି ଅନୁକୂଳ ପରେ ପରେ କୃଷିବିଜ୍ଞାନ କେନ୍ଦ୍ର ସଭାଗୃହ ରେ ଜିଲ୍ଲା ର ଚାଷୀ ମାନଙ୍କ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର କୃଷି ଓ କୃଷକ ସମ୍ଭଦୀୟ ବିଭିନ୍ନ ଯୋଜନା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତହୋଇଥିଲା। ଦିବସ ପରିପେକ୍ଷି ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନୁଷ୍ଠିତ ଏହି ସମାରୋହ ବୈଠକରେ ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ଓଡ଼ିଶାର ନିରଂଜନ ପୂଜାରୀ ମୁଖ୍ୟ ଅଥିତି ଭାବେ ଯୋଗଦାନ କରିଥିବା ବେଳେ ଆଲୋଚନା ଚକ୍ର ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ,କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ଼ ଜିବନ ଜ୍ୟୋତି ସେନ, ମୁଖ୍ୟ କୃଷି ଅଧିକାରୀ ପ୍ରେମିଳ ସ୍ଵାଇଁ,ସୋନପୁର ପଂଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ,ଡୁଙ୍ଗୁରି ପାଲି ପଂଚାୟତ ଉପାଧ୍ୟକ୍ଷ ମକରଧ୍ୱଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଆଲୋଚନା ଚକ୍ର ବୈଠକରେ ଜିଲ୍ଲା ର ସମସ୍ତ ବ୍ଲକ ରୁ ୨୫୦ ଟି ଚାଷୀ ଉପସ୍ଥିତ ଥିଲେ।

ବୈଠକରେ ମୁଖ୍ୟ ଅତିଥି ମାନ୍ୟବର ଅର୍ଥମନ୍ତ୍ରୀ ଓ ଅବକାରୀମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଯୋଗଦାନ କରି ଜିଲ୍ଲା ର ଚାଷୀ ଓ ଚାଷ ରାଜ୍ୟ ର ଗର୍ବ ଗୌରବ ବୋଲି କହିବା ସହ ରାଜ୍ୟ ସରକାରଙ୍କ ର କୃଷି ଓ ଅନୁସୁଙ୍ଗିକ ର ପ୍ରତ୍ୟେକ ଯୋଜନା କୁ ଆପଣେଇବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ର କୃଷକ ମନେ ପାରମ୍ପରିକ ଧାନଚାଷ ପରିବର୍ତ୍ତେ ଅଣଧାନ ଚାଷ ଓ ମାଟିର ସୁରକ୍ଷା ଏବଂ ଉର୍ବରତା ଉପରେ ଗୁରୁତ୍ୱ ଦେବା ଏବଂ ଆଗାମୀ ଦିନ ରେ ଯୁଗପଯୁଗୀ ଚାଷ ଉପରେ ମନୋନିବେଶ ହେବା ସହିତ ବହୁବିଧି ଚାଷ କୁ ଗୁରୁତ୍ୱ ଦେବା କୁ ଉପସ୍ଥିତ ଅଥିତି ବୃନ୍ଦ ପରାମର୍ଶ କରିଛନ୍ତି। ବୈଠକରେ ଜିଲ୍ଲା ର ସମସ୍ତ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା ଯୋଗଦାନ କରିଥିବା ବେଳେ ସମସ୍ତ ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ତଥା ଗ୍ରାମ୍ୟ କୃଷି କର୍ମଚାରୀ ପ୍ରମୁଖ ଯୋଗଦାନ କରାଇଥିଲେ। ଡ଼ ସୁରଜ୍ୟୋତି ପଧାନ ବୈଜ୍ଞାନିକା କେଭିକେ ସଂଯୋଜନା କରିଥିବା ବେଳେ ବିଜ୍ଞାନୀକା ଗୀତାଞ୍ଜଳି ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault