ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଅନୁଷ୍ଠାନ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି।
ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଯୋଗଦେଇ କହିଥିଲେ ଆମ ସମସ୍ତଙ୍କୁ ଜଗନ୍ନାଥ ସଂସ୍କୃତି ବାନ୍ଧି ରଖିଛି ରାଜାମହାରାଜ ମାନେ ପୂର୍ବରୁ କଳା ,ସଂସ୍କୃତି , ସାହିତ୍ୟ , ବଞ୍ଚାଇ ରଖିଛନ୍ତି। ଜୟଦେବ ଜୟନ୍ତୀ ଅବସରେ ଆମର ସମସ୍ତଙ୍କର ସମୟ ଆସିଛି ବର୍ତ୍ତମାନର ପିଢ଼ି ମାନଙ୍କୁ ସଚେତନତା ଓ ପ୍ରସାର କରିବା ଦାୟିତ୍ୱ ବୋଲି କହିଥିଲେ।
ସେହିପରି ମୁଖ୍ୟବକ୍ତା ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଆଜି ସମଗ୍ର ଭାରତ ବର୍ଷରେ ସ୍ମରଣୀୟ ଦିବସ। ଏହି ପବିତ୍ର ଦିନରେ ଆମର ସ୍ଵଭାଗ୍ୟକୁ ଓଡିଶାରେ ଜନ୍ମ ଗ୍ରହଣ କରି ମହାକାବି ଜୟଦେବ ସମଗ୍ର ଜାତିକୁ ସମଗ୍ର ବିଶ୍ୱକୁ ପରିଚିତ କରିଛନ୍ତି। ଆଜିକୁ ପ୍ରାୟ ୧୦୦ବର୍ଷ ଓଡିଶାରେ ଏହି ଭଳି ମହାନ ପୁରୁଷ ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲେ। ଗୀତ ଗୋବିନ୍ଦ ରଚୟିତା ସଂଗୀତ , ନୃତ୍ୟ ନାଟିକା ଶୀର୍ଷରେ ରହିଛି ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପାରଳା ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଆଚାର୍ଯ୍ୟ ବିନୋଦ ଜେନା ଜୟଦେବଙ୍କ ଜୀବନୀ ଉପରେ କହିଥିଲେ।
ଜିଲ୍ଲାର ବିଭିନ୍ନ ବିଭାଗ ଅଧିକାରୀ , ବରିଷ୍ଠ ନାଗରିକ , ଶିକ୍ଷକ , ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ମଞ୍ଚାସୀନ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ଶିଶା , ନରସିଂହ ବ୍ରଜବନ୍ଧୁ , ଦିଲ୍ଲୀପ ରଥ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ମହାକବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ
- Hits: 392