ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) – ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ପୂର୍ବାହ୍ନ ଘ.୦୭.୩୦ମି. ସମୟରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ନୟାଗଡ଼ କୃଷି ବିଭାଗର ଡାଲି ଗବେଷଣା କେନ୍ଦ୍ର ଠାରେ ପାଳନ କରାଯାଇଛି । ସକାଳ ଘ.୦୮.୪୦ସମୟରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ରଣପୁର ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ଯୋଗଦାନ କରି ମାଟି ମାଆକୁ ପୂଜା ଅର୍ଚନା ପରେ ଅଖି ଅନୁକୂଳ ସହ ହଳ କରିଥିଲେ । ସମ୍ମାନିତ ଅତିଥି ଭାବେ ମାନନୀୟା ଜିଲ୍ଲାପାଳ ଡା. ପୋମା ଟୁଡୁ , ନୟାଗଡ଼ ପଂଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ସାହୁ ,ଉପାଧ୍ୟକ୍ଷା ଶ୍ରୀମତୀ ଳକ୍ଷ୍ମୀପ୍ରିୟା ସାହୁ ମୁଠି ଅନୁକୂଳ କରି ହଳ କରିଥିଲେ । ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଜୟ କୁମାର ପ୍ରଧାନ ଓ ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ଲିଟି ପଟ୍ଟନାୟକ ପରିଚାଳନା କରିଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ସରକାରଙ୍କ ବିଭିନ୍ନ ଚାଷି ମଙ୍ଗଳ କାର୍ଯ୍ୟକ୍ରମ ବିଷୟରେ ଆଲକପାତ କରିଥିଲେ । ଜିଲ୍ଲାପାଳ ଡା. ପୋମା ଟୁଡୁ ତାଙ୍କ ଭାଷଣରେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟକ୍ରମଗୁଡ଼ିକୁ ଲୋକାଭିମୁଖି କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେ ମଧ୍ୟ ଜିଲ୍ଲାରେ ପ୍ରଥମ ଥର ପାଇଁ ମିଲେଟ୍ ମିଶନ କାର୍ଯ୍ୟକ୍ରମ ଆରମ୍ଭ ହେବାର ସୂଚନା ଦେଇଥିଲେ ଓ ଚାଷୀମାନେ ଏଥିରେ ଭାଗ ନେଇ ନିଜର ସ୍ଥିତି ଅଧିକ ସୁ୍‌ଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ବ୍ୟତିରେକ ବିଭାଗୀୟ ମୁଖ୍ୟମାନେ ନିଜ ନିଜ ବିଭାଗ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୠଓଇଉର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ନାୟକ ,ବରିଷ୍ଠ କୃଷକ ନେତା ଶ୍ରୀ ଜଗନ୍ନାଥ ପା,ବିଭାଗୀୟ କୃଷି ଅଧିକାରୀ, ସାମ୍ବାଦିକ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କୃଷକମାନେ ଉପସ୍ଥିତ ଥିଲେ ।

0
0
0
s2sdefault