ହେଡଲାଇନସ୍:

ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଉପରେ ବିରାଟ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ନିରାକରଣ ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ ଗ୍ରାମାଞ୍ଚଳ ବାସୀଙ୍କୁ ସଚେତନ କରାଇବା ନେଇ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଛାତ୍ରଛାତ୍ରୀ , ସ୍ୱାସ୍ଥ୍ୟ ଆଶା ଓ ଅଙ୍ଗନଵାଡି କର୍ମୀ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରି ସମଗ୍ର ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଓ ପ୍ରଚାର ପତ୍ର ମାଧ୍ୟମରେ ଡେଙ୍ଗୁ, ମ୍ୟାଲେରିଆ ସହ ଝାଡାବାନ୍ତି ଓ ଅନ୍ୟାନ୍ୟ ରୋଗ ଉପରେ ନିରାକରଣ ଓ ସତର୍କତାଉପରେ ସଚେତନ ସୃଷ୍ଟି କରାଇଥିଲେ । ପରେ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହ ଠାରେ ଆୟୋଜିତ ସଚେତନତା ସଭା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ନୀରିକ୍ଷକ ପ୍ରମୋଦ କୁମାର ନାୟକ ସଭାପତିତ୍ୱ କରି ଗ୍ରାମାଞ୍ଚଳରେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗର ନିରାକରଣ ଓ ସତର୍କତା ନିମନ୍ତେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

ସ୍ୱାସ୍ଥ୍ୟ ଅଧିକାରୀ ଡା ପତିତପାବନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିରକରଣ ପାଇଁ କେଉଁ ସବୁ ଦିଗ ପ୍ରତି ଅତ୍ୟନ୍ତ ଦୃଷ୍ଟି ଦେବା ଆବଶ୍ୟକ କହିଥିଲେ । ମୁଖ୍ୟତଃ ଘର ଚତୁଃପାର୍ଶ୍ୱ ସଫାସୁତରା ରଖିବା  ଘର ଚତୁଃପାର୍ଶ୍ୱରେ ଥିବା ଖାଲଖମା ପୋତି ରହିବା ସହ ସେଥିରେ ବହୁ ଦିନ ଧରି ପାଣି ଜମାଇ ନ ରଖିବା , ଖାଇବା ପୂର୍ବରୁ ହାତ ଧୋଇ ଖାଇବା, ନାଳ ନର୍ଦ୍ଦମା ସଫା ରଖିବା, ମଶାରୀ ବ୍ୟବହାର କରି ଶୋଇବା, ଏବଂ ଜର ହେବା ମାତ୍ରେ ହେଳା ନକରି ଜର ନମୁନା ପାଇଁ ଆଶା ବା ସ୍ୱାସ୍ଥ୍ୟ କର୍ମୀ ପାଖକୁ ଯିବା ଇତ୍ୟାଦି ଉପରେ ସଚେତନ କରାଇଥିଲେ । ଡାକ୍ତର କେ ଅରୁଣା କାର୍ଯ୍ୟକ୍ରମ ପରଚାଳକ ଏମ ଖଗେଶ୍ୱର ଏବଂ ନାଗେଶ୍ୱର ପଟ୍ଟନାୟକ ପ୍ରମୁଖ ମଂଚାସୀନ ରହି ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ଉପରେ ସମସ୍ତଙ୍କୁ ସଚେତନ କରାଇଥିଲେ । 

 

0
0
0
s2sdefault