ହେଡଲାଇନସ୍:

ବ୍ଲାକପାନ୍ଥର ସ୍ଳିଲସ୍ ଟ୍ରେନରର୍ସ ଓ  ସାତ୍ଵିକ ସ୍ଳିଲସର ବୃକ୍ଷରୋପଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଦୁଷଣ ମୁକ୍ତ ପରିବେଶ ନିମନ୍ତେ ସାଇକେଲ ଶୋଭାଯାତ୍ରା

ବ୍ୟାସନଗର/Subas Nayak  -  ଯାଜପୁରରୋଡ଼ ଅଞ୍ଚଳରେ ଦୀନ୍ ଦୟାଲ ଉପାଧ୍ୟାୟ ଗ୍ରମୀଣ କୌଶଲ ବିକାଶ ଯୋଜନା ଓ ପ୍ରଧାନମନ୍ତ୍ରୀ କୌଶଲ ବିକାଶ ଯୋଜନା ଅନ୍ତର୍ଗତ ବ୍ଲାକପାନ୍ଥର ଓ  ସାତ୍ଵିକ  ସ୍ଳିଲସର ମିଳିତ ପ୍ରଚେଷ୍ଟାରେ ବ୍ୟାସନଗର ସହର ତଥା କଳିଙ୍ଗନଗର ର ମୁଖଶାଳା ବ୍ୟାସନଗର ସହର ରେ କ୍ରମବର୍ଦ୍ଧିଷ୍ଣୁ ପ୍ରଦ୍ୱଷଣ ରୋକିବା ନିମନ୍ତେ ଏକ ସଚେତନମୂଳକ ସାଇକେଲ ଶୋଭାଯାତ୍ରା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ସାତ୍ଵିକ  ସ୍ଳିଲସ ଓ ବ୍ଲାକପାନ୍ଥରର ସାମାଜିକ ଅଙ୍ଗୀକାରତାକୁ ଆଖି ଆଗରେ ରଖି ସମସ୍ତ ପ୍ରଶିକ୍ଷଣାର୍ଥୀ ଯୁବକ ଯୁବତୀ ଓ ସମସ୍ତ କର୍ମଚାରୀ ବୃନ୍ଦମାନେ ସହରର ଚୋରଦାଛକ ଠାରୁ ଯାଜପୁରରୋଡ଼ ଥାନା ପର୍ଯ୍ୟନ୍ତ ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ନେଇ ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ବିଭିନ୍ନ ସଚେତନତାମୂଳକ ସ୍ଳୋଗାନ ଦେଇ ସହରବାସୀଙ୍କୁ ସଚେତନ କରିବା ସହ ସମସ୍ତେ  ଜୀବନକାଳ ମଧ୍ୟରେ ଅନ୍ତତଃ ଗୋଟିଏ ଗଛ ଲଗାଇ କୋଟିଏ ଜୀବନ ବଞ୍ଚାଇବାର ଆହ୍ୱାନ ଦେଇଥିଲେ । ପିଲାମାନଙ୍କର ଏଭଳି କାର୍ଯ୍ୟକ୍ରମ ଦେଖି ସହରସାରା ବିଭିନ୍ନ ବୁଦ୍ଧିଜୀବି , ସ୍ୱେଚ୍ଛାସେବୀ ଓ ଯୁବକଯୁବତୀ ମାନେ ଭୁୟଶୀ ପ୍ରଶଂସା କରିବା ସହିତ ସଚେତନତା ମୂଳକ ଶୋଭାଯାତ୍ରା ରେ ସାମିଲ ହୋଇପାରିଥିଲେ ।

ଏହି କାର୍ଯ୍ୟକ୍ରମ କୁ ବ୍ଲାକପାନ୍ଥର ସ୍ଳିଲସ  ଟ୍ରେନରର୍ସ ଓ  ସାତ୍ଵିକ  ସ୍ଳିଲସର ଯାଜପୁର ଜିଲ୍ଲାର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରିୟବ୍ରତ ସାହୁ ନେତୃତ୍ୱ ନେଇଥିଲେ । ଏବଂ ଚୋରଦାଛକରେ ସର୍ବପ୍ରଥମେ ଏକ ଉଦ୍ଘାଟନୀ ଶୋଭାଯାତ୍ରା ଉତ୍ସବ  ପୂର୍ବତନ ବ୍ୟାସନଗର ପୌରାଞ୍ଚଳର ଅଧ୍ୟକ୍ଷା  ବନ୍ଦିତା ପରିଡ଼ା ଉଦଘାଟନୀ ଭାଷଣ ଛଳରେ କଳିଙ୍ଗ ନଗରର କାରଖାନା ପାଇଁ ଆମେ ଯେତୋଟି ଗର୍ବ ଅନୁଭବ କରୁଛନ୍ତି ସେଥିରୁ ନିର୍ଗତ ଧୂଳି ,ଧୂଆ ,ଅଙ୍ଗାରକାମ୍ଳ ବାଷ୍ପ ମାଧ୍ୟମରେ ପରିବେଶ ଯେଉଭଳି ଦିନକୁ ଦିନ ପ୍ରଦୂଷିତ ହୋଇଚାଲିଛି ସେଥିପାଇଁ ବୃକ୍ଷରୋପଣକରିବା ନିତାନ୍ତ ଆବଶ୍ୟକ ଅଟେ ବୋଲି କହିଥିଲେ ।ଏହି ପରିବେଶ ସଚେତନତା ମୂଳକ କାର୍ଯ୍ୟକ୍ରମକୁ ସ୍ଥାନୀୟ କୋରେଇ ବିଧ୍ୟାୟକ  ଆକାଶ ଦାଶ ନାୟକ କହ୍ନେଇପୁର ଠାରେ ଶୋଭାଯାତ୍ରାକାରୀକୁ ସମ୍ବୋଧୀତ କରି ନିଜେ ମଧ୍ୟ ପଦଯାତ୍ରାରେ ସାମିଲ ହୋଇଥିଲେ । ଯାଜପୁର ରୋଡ଼-୪ ଆମ ପରିସରରେ ପାଖାପାଖି ଶହେରୁ ଉର୍ଧ୍ଵ  ଗଛ ଲଗାଇବା ପାଇଁ ସାହାଯ୍ୟ କରିବା ସହ ନିଜେ ମଧ୍ୟ ଗଛ ଲଗାଇ ଅନ୍ୟମାନଙ୍କୁ ଉତ୍ସାହିତ  କରିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ବ୍ୟାସନଗର ର ଉପାଧ୍ୟକ୍ଷ  ସୁବାଷ ଚନ୍ଦ୍ର ବଳ, ବ୍ଲାକପାନ୍ଥର ଓ ସାତ୍ଵିକ   ସ୍ଳିଲସର ଏଭଳି ଜନହିତକର କାର୍ଯ୍ୟକ୍ରମକୁ ଭୂୟଂଶୀ ପ୍ରଶଂସା କରିବା ସହ ମୁନିସିପାଲଟି ତରଫରୁ ସମସ୍ତ ସହଯୋଗର ହାତ ବଢ଼ାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯାଜପୁର ଏକତା ମଞ୍ଚର ସାମ୍ବାଦିକ  ଅକ୍ଷୟ କୁମାର ଜେନା ପରିଚାଳନା କରିବା ସହ ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ସ୍ଥାନୀୟ କାଉନସିଲର ଦିଲ୍ଲିପ  ମଲ୍ଳିକ , ସନ୍ତୋଷ ମହାନ୍ତି ଓ ଥାନାର ଭାରାପ୍ରାପ୍ତ ଅଧିକାରୀ  ଅମିତାଭ ମହାପାତ୍ର ପ୍ରମୁଖ ବିଭିନ୍ନ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସମସ୍ତ ପୋଲିସ କର୍ମଚାରୀ, ବ୍ଲାକପାନ୍ଥର ତରଫରୁ  ରବିନ୍ଦ୍ର ମଲ୍ଲିକ୍, ଭାଗ୍ୟଲକ୍ଷ୍ମୀ ନାୟକ , ରାଜେନ୍ଦ୍ର ମହାନ୍ତୀ , ଶ୍ରୀକାନ୍ତ ସାହୁ , ଜ୍ୟୋତିର୍ମୟୀ ଜେନା ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault