ହେଡଲାଇନସ୍:

ଆସିଲେନି ପୁଞ୍ଜିଲାଲଙ୍କ ଓକିଲ ଓ ସାକ୍ଷୀ, ଆସନ୍ତା ମେ ୧୧ କୁ ଶୁଣାଣି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା

ପାଟଣାଗଡ଼ରୁ ଯତୀନ୍ଦ୍ର ନନ୍ଦ(ଶାସକ ପ୍ରଶାସକ) ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶୁଣାଣି ପାଟଣାଗଡ଼ ଏଡିଜେ କୋର୍ଟରେ ହେବାର ଥିଲା । ମାତ୍ର ପୁଞ୍ଜିଲାଲା ଓକିଲ ଏବଂ ସାକ୍ଷୀଙ୍କ ଅନୁପସ୍ଥିତି ଥିବା କାରଣରୁ ଶୁଣାଣି ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପ୍ରକାଶ ଯୋଗ୍ୟ,ଏହା ପୂର୍ବରୁ ଦୁଇଥର ଶୁଣାଣି ତାରିଖ ଘୁଞ୍ଚି ସାରିଛି । ଗତ ମାର୍ଚ୍ଚ ୨୫ ତାରିଖରେ ମଧ୍ୟ ପୁଞ୍ଜିଲାଲଙ୍କ ଓକିଲ ଏବଂ ସାକ୍ଷୀ ଅନୁପସ୍ଥିତି ରହିଥିଲେ । ପରେ ଏପ୍ରିଲ ୮ ତାରିଖ ଦିନ ଏଡିଜେ କୋର୍ଟରେ ପୁଞ୍ଜିଲାଲ ହାଜର ହୋଇଥିଲେ । ସେହି ଦିନ ମଧ୍ୟ ଏଡିଜେ କୋର୍ଟରେ ପୁଞ୍ଜିଲାଲଙ୍କ ଓକିଲ ଓ ସାକ୍ଷୀମାନେ ଅନୁପସ୍ଥିତ ଥିଲେ । ତୃତୀୟ ଥର ପାଇଁ ଶୁଣାଣି ତାରିଖ ଧାର୍ଯ୍ୟ ହୋଇଥିଲା । ସକାଳ ୯ ଟା ବଲାଙ୍ଗିର ଜେଲ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟରେ ପୁଞ୍ଜିଲାଲଙ୍କ ଓକିଲ ଓ ସାକ୍ଷୀମାନେ ହାଜର ହୋଇନ ଥିଲେ । ଫଳରେ ଏହି ଶୁଣାଣି ଆସନ୍ତା ମେ ୧୧ ତାରିଖକୁ ଘୁଚାଇ ଦିଆଯାଥିବା ସରକାରୀ ଓକିଲ ଆଶିଷ କୁମାର ଚନ୍ଦନ ସୂଚନା ଦେଇଛନ୍ତି ।

0
0
0
s2sdefault