ହେଡଲାଇନସ୍:

ଏଟିଏମରୁ ବାହାରୁନି ଟଙ୍କା , ଲୋକ ହନ୍ତସନ୍ତ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

04-08-18-atm.jpg - 45.98 kB

ପଦ୍ମପୁର(ନୀଳ ଦୀପ)- ବରଗଡ ଜିଲ୍ଲା ପଦ୍ମପୁର ସହରରେ ଥିବା ବିଭିନ୍ନ ରାଷ୍ଟ୍ରିୟ ବ୍ୟାଙ୍କମାନଙ୍କ ଏଟିଏମ ଗୁଡିକରେ ଟଙ୍କା ବାାହାରୁ ନ ଥିବାରୁ ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି  । ବିଶେଷ କରି ଷ୍ଟେଟ ବ୍ୟାଙ୍କ ଅଧିନରେ ଥିବା ସହରର ସମସ୍ତ ୫ ଗୋଟି ଯାକ ଏଟିଏମରେ ନିୟମିତ ଭାବରେ ଟଙ୍କା ଭର୍ତି କରା ଯାଉ ନ ଥିବାରୁ  ପ୍ରାୟ ସମୟରେ ଖାଳି ପଡୁଛି  । ଆଖପାଖ ଗ୍ରାମରୁ ଟଙ୍କା ବାହାର ପାଇଁ ଆସୁଥିବା ଲୋକଙ୍କୁ ଅଧିକାଂଶ ସମୟରେ ନିରାଶ ହୋଇ ଫେରିବାକୁ ପଡୁଛି  । ଏଥି ସହିତ ଏଟିଏମଗୁଡିକରେ ଟଙ୍କା ବାହରୁ ନ ଥିବାରୁ ବ୍ୟାଙ୍କ ମାନଙ୍କରେ ଅହେତୁକ ଭିଡ ଜମୁଥିବା ଦେଖିବାକୁ ମିଳୁଛି  । ଏଥି ସହିତ ଅନେକ ସମୟରେ କିଛି ଏଟିଏମ ସମ୍ମୁଖରେ ତାଲା ଲଗାଇ ବନ୍ଦ କରି ଦିଆ ଯାଉଛି  । ଏଟିଏମ ଗୁଡିକରେ ଟଙ୍କା ଭର୍ତି କରୁଥିବା କମ୍ପାନୀ ନିଜ ମନଇଚ୍ଛା ଟଙ୍କା ଭର୍ତି କରୁଥିବାରୁ ଜନସାଧାରଣଙ୍କୁ ନଗଦ ଟଙ୍କା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ଅଭିଯୋଗ ହେଉଛି  । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ ହେଉଛି  ।

0
0
0
s2sdefault