ହେଡଲାଇନସ୍:

ପୋଷ୍ଟ ଅଫିସରେ ମିଳୁନି ଷ୍ଟାମ୍ପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର(ନୀଳ ଦୀପ) - ବରଗଡ ଜିଲ୍ଲା ପଦ୍ମପୁର ମୁଖ୍ୟ ପୋଷ୍ଟ ଅଫିସରେ ରେଭେନ୍ୟୁ ଷ୍ଟାମ୍ପଠାରୁ ଆରମ୍ଭ କରି କୌଣସି ପ୍ରକାର ଇଣ୍ଡିଆନ ପୋଷ୍ଟାଲ ଅର୍ଡର ମିଲୁ ନ ଥିବାରୁ ବିଭିନ୍ନ ସରକାରୀ କାମରେ ବାଧା ଉପôନ୍ନ ହେଉଛି  । ଦୀର୍ଘ ଦିନରୁ ଦିନରୁ ଏହି ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ବିଭାଗୀୟ କତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି  । ଏ ସମ୍ପର୍କରେ ପଦ୍ମପୁର ପୋଷ୍ଟ ମାଷ୍ଟରଙ୍କୁ ପଚରା ଯିବାରୁ ସେ ଏହି ବିଷୟରେ ଉଚ୍ଚ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ସୁଦ୍ଧା ପଦ୍ମପୁର ଡାକଘରକୁ ବିଭିନ୍ନ ପ୍ରକାର ଷ୍ଟାମ୍ପ ସହିତ ଆଇପିଓ ଆସୁ ନ ଥିବା ପ୍ରକାଶ କରିଥିଲେ  । ଏଥି ସହିତ ପଦ୍ମପୁର ନିକଟସ୍ଥ ଆଖପାଖ ଉପଡାକଘରେ ମଧ୍ୟ ତଦ୍ରୁପ ଅବସ୍ଥା ରହିଛି  । ବିଭାଗୀୟ କତୃପକ୍ଷ ଯଥାଶିଘ୍ର ଏଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ସହରର ବୁଦ୍ଧିଜିବୀମାନେ କ୍ଷୋଭର ସହ ପ୍ରକାଶ କରଛନ୍ତି  ।

0
0
0
s2sdefault