ହେଡଲାଇନସ୍:

ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା :୨୨୬ ପ୍ରକଳ୍ପ ପ୍ରଦର୍ଶିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

04-08-18-science-nila.jpg - 86.91 kB

ପଦ୍ମପୁର(ନୀଳ ଦୀପ)- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରରେ ଶନିବାର ଦିନ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା କୁସୁନାପାଲିସ୍ଥିତ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ  ହୋଇଯାଇଛି  । ଏଥିରେ ଜଳସମ୍ପଦ ବିଭାଗ କନିଷ୍ଠ  ଯନ୍ତ୍ରୀ ଦୀପକ କୁମାର ମାଲୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦ୍ୱୀପ ପ୍ରଜ୍ୱଳନ ପୁର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଉପସ୍ଥିତ କୁନି ବୈଜ୍ଞାନିକମାନଙ୍କୁ ବିଜ୍ଞାନ ବିଷୟରେ କୌଶଳ ତଥା ମାର୍ଗଦର୍ଶନ ପ୍ରଦାନ କରିଥିଲେ  । ଏଥି ସହିତ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ଦିବା ପର୍ଯ୍ୟାୟ ପ୍ରମୁଖ ଅଶ୍ୱିନୀ କୁମାର ବାରିକ ଉଦଘାଟନ କରିଥିବା ବେଳେ ସୁଶ୍ରୀ ରୁବି ଗୁରୁମା ଉଦେ୍ଧଶ୍ୟ ଜ୍ଞାପନ କରିଥିଲେ  । ପ୍ରଧାନ ଆା·ର୍ଯ୍ୟ ଯୁବରାଜ ପ୍ରଧାନ ସ୍ୱାଗତ ଭାଷଣ, ଅତିଥି ପରିଚୟ ସହ ବିଜ୍ଞାନ ମେଳାର ଉଦେ୍ଧଶ୍ୟ ଜ୍ଞାପନ କରିଥିଲେ । ସମ୍ମାନିତ ଅତୀଥି ଭାବରେ ରାଜକିଶୋର ମିଶ୍ର(ଅବସରପ୍ରାପ୍ତ ଶିକ୍ଷକ) ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କର ଜ୍ଞାନ କୌଶଳକୁ ଭୂୟସି ପ୍ରଶଂସା କରିବା ସହ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ । ଶିଶୁ ବାଟିକା ବିଭାଗରୁ ୭୧ଜଣ, ପ୍ରାଥମିକ ବିଭାଗରୁ ୮୧ଜଣ, ଶିଶୁ ବିଭାଗରୁ ୩୧ଜଣ, ବଳ ବିଭାଗରୁ ୨୯ଜଣ, ଓ କିଶୋର ବିଭାଗରୁ ୧୪ଜଣ ଏପରି ଶିଶୁ ବାଟିକାରୁ ମୋଟ ୨୨୬ଜଣଙ୍କର ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବରେ ବୁଦ୍ଧଦେବ ବଡ଼ ଗୁଛିଆ, ପଦ୍ମଲୋଚନ ବାରିକ, ମୁକେଶ ବଗର୍ତି ପ୍ରମୁଖ ଯୋଗଦାନ ପୂର୍ବକ ବିଚାରକ ଦାୟିତ୍ୱ ତୁଳାଇ ଥିଲେ । କଲ୍ୟସଣି ମିଶ୍ର ଗୁରୁମାଁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଚୈତନ୍ୟ ଗୁରୁଜୀ ଧନ୍ୟବାଦ ଜ୍ଞାପନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଁ ତଥା ବିଦ୍ୟାଳୟ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସହେଯାଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

0
0
0
s2sdefault