ହେଡଲାଇନସ୍:

  ଅସାଧାରଣ କର୍ମରେ ନିୟୋଜିତ ହୋଇ କୃଷ୍ଣଚନ୍ଦ୍ର ପଣ୍ଡା ଥିଲେ କର୍ମଯୋଗୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୨ତମ ଜନ୍ମ ଜୟନ୍ତୀ ଆୟୋଜିତ

04-08-18-k-c-panda-photo.jpg - 81.86 kB

  ବଲାଙ୍ଗିର, (ନିରୋଜ ମିଶ୍ର)- ସାଧାରଣ ମଣିଷ ମାନଙ୍କ ଭିଡ ଭିତରେ ଅସାଧାରଣ ପରି କର୍ମ କରି ଯେ ନିଜକୁ ସମାଜ ପାଇଁ ଉତ୍ସର୍ଗ  କରିଦେଇଥିଲେ କୃଷ୍ଣଚନ୍ଦ୍ର ପଣ୍ଡା । ନିଜ ଭିତରେ ଥିବା ଭଲ ଗୁଣ ଗୁଡିକୁ ବିକଶିତ କରି ନିଜ ସମୟରେ ଏକ ଆଦର୍ଶ ପୁରୁଷ ଭାବରେ ସେ ପରିଚିତ ଥିଲେ । ଆଜିର ସମୟ ମାନବିକତାର ହନନର ସମୟ । ମାନବିକତାର ରକ୍ଷା ଓ ସମାଜର ତଳ ସ୍ତରରେ ଥିବା ଲୋକଙ୍କର ଉନ୍ନତି ଯଦି ଆମର ଧୈୟ ହୁଏ ତେବେ ହିଁ ଆଜିର ଏହି ଆୟୋଜନ ସଫଳ ହେଲା ବୋଲି ଆମେ ଗ୍ରହଣ କରିବା । ଯାହାଥିଲା ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ଜୀବନର ଭିତ୍ତିଭୂମି । ସେ ଥିଲେ କର୍ମରେ ବିଶ୍ୱାସ କରୁଥିବା କର୍ମଯୋଗୀ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୨ତମ ଜନ୍ମ ଜୟନ୍ତୀ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । କୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି କମିଟି ଓ ଜିଲ୍ଲା ସାମ୍ବାଦିକ ସଂଘ, ବଲାଙ୍ଗିରର ମିଳିତ ଆୟୋଜନରେ ଆୟୋଜିତ ଏହି ଜୟନ୍ତୀରେ  ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୁଜାରୀ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁର୍ବତନ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବରେ ଭିମସାର ବୁର୍ଲାର ନିର୍ଦ୍ଦେଶକ  ଡ.ଅଶ୍ୱିନୀ କୁମାର ପୁଜାହାରୀ ଓ ଅବସର ପ୍ରାପ୍ତ ଇଂରାଜୀ ପ୍ରଫେସର ମଧୁସୂଦନ ପତି ଯୋଗଦେଇଥିଲେ । ସଭାର ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି କମିଟିର ଉପଦେଷ୍ଟା ଲଲିତ କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ସଭାକୁ ସଂଯୋଜନା କରିଥିଲେ । ମଂଚାସୀନ ଅତିଥିବର୍ଗଙ୍କୁ ଆୟୋଜନ କମିଟି ତରଫରୁ ଅଙ୍ଗ ବସ୍ତ୍ର ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାବେଳେ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ କର୍ମମୟ ଜୀବନକୁ ନେଇ ଭିମସାର ବୁର୍ଲାର ସହଯୋଗୀ ପ୍ରଫେସର ଡାକ୍ତର ବେଣୁଧର ପାଣ୍ଡେ କବିତା ପାଠ କରିଥିଲେ । ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ବିଙ୍ଗ୍ ହ୍ୟୁମେନ ଫାଉଣ୍ଡେସନକୁ ମଂଚାସୀନ ଅତିଥି ବୃନ୍ଦ ମାନପତ୍ର, ଅଙ୍ଗ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault