ହେଡଲାଇନସ୍:

ତିନି ମାସିଆ ପ୍ୟାକ ରିଚାର୍ଜ କରି ଗ୍ରାହକ ଭକୁଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହରଭଙ୍ଗା ବ୍ଲକରେ ସେଲଫୋନ ଓ ଇଣ୍ଟରନେଟ ସେବା ବିପର୍ଯ୍ୟସ୍ତ

04-08-18-SIMU.gif - 152.08 kB

ବୌଦ୍ଧ (ସିମୁନ୍ ନାଏକ) ; ସମ୍ପ୍ରତି ଦେଶର କୋଣ ଅନୁକୋଣରେ ରହୁଥିବା ଲୋକଙ୍କ ପାଇଁ ଦୈନଦିନ ଜୀବନରେ ଯୋଗାଯୋଗ ଓ ସୂଚନା ଆଦାନ ପ୍ରଦାନ ପାଇଁ ମୋବାଇଲ ଓ ଇଣ୍ଟରନେଟ ସେବା ଏକ ଅତ୍ୟାବଶ୍ୟକ ସେବା ପାଲଟି ଯାଇଛି । ଏହି ସେବା ପ୍ରତି ସମାଜର ଧନୀ ଠାରୁ ଗରିବ ଓ ପିଲାରୁ ବୁଢା ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ବଢୁଥିବା ଅହେତୁକ ଚାହିଦାକୁ ଆଖି ଆଗରେ ରଖି ଉକ୍ତ ବ୍ୟବସାୟରେ ସମ୍ପୃକ୍ତ ବିଭିନ୍ନ ପ୍ରତିଷ୍ଠିତ  ରଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ କମ୍ପାନୀ ଗୁଡିକ ସମୟାନୁକ୍ରମେ ଟୁଜି, ଥ୍ରୀଜି ଓ ଫୋର୍ଜି ସେବା ପରେ ଏବେ ଫାଇବ ଜି ଇଣ୍ଟରନେଟ ସେବା ପ୍ରଚଳନ କରିବାକୁ ଯାଉଥିବା ବେଳେ ରାଜ୍ୟର କେନ୍ଦ୍ର ସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ସବୁଠାରୁ ପଛୁଆ ବ୍ଲକ ଭାବେ ପରିଗଣିତ ହେଉଥିବା ହରଭଙ୍ଗା ବ୍ଲକର ଉପଭୋକ୍ତାଙ୍କ ପାଇଁ ଏହା ସାତସପନ ହୋଇ ରହିଛି । ମୋବାଇଲ ଓ ଇଣ୍ଟରନେଟ ସେବା ପ୍ରଦାନ ପାଇଁ ସମ୍ପ୍ୃକ୍ତ କମ୍ପାନୀ ଗୁଡିକ ଦ୍ୱାରା ଦିଆଯାଇଥିବା ବିଭିନ୍ନ ମନୋଲଭ ଆକର୍ଷଣିୟ ଅଫର ଦେଖି ସ୍ଥନୀୟ ଉପଭୋକ୍ତା ମାନେ ଅର୍ଥ ଦେଇ ସେବା କ୍ରୟ କରି ଆସୁଥିଲେ ମଧ୍ୟ ଦୁର୍ବଳ ନେଟୱାର୍କ ଯୋଗୁଁ ପ୍ରାପ୍ୟ ସେବାରୁ ବଂଚିତ ହେଇଥିବା ଅଭିଯୋଗ ହେଉଛି । ଦୀର୍ଘ ବର୍ଷ ପୁର୍ବରୁ ବ୍ଲକର ବିଭିନ୍ନ ଅଂଚଳରେ ନିର୍ମାଣ ହୋଇନଥିବା ଅନେକ ଗୁଡିଏ ମୋବାଇଲ ଟାୱାର ଗୁଡିକ ମଧ୍ୟରୁ ଆରମ୍ଭ ହିଁ କାର୍ଯ୍ୟକ୍ଷମ ହୋଇନଥିବା ଆଜି ମଧ୍ୟ ଅଧିକାଂଶ ଟାୱାର ସହେିଭଳି ପଡିରହିଛି । ଅନ୍ୟପଟେ ଯେଉଁ ନିର୍ଦ୍ଧିଷ୍ଟ ଭାବରେ ଗୋଟିଏ ଦୁଇଟି ମୋବାଇଲ ଓ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ୪-୫ ବର୍ଷ ପୁର୍ବରୁ ଦେଉଥିବା ଟୁଜୀ ସେବା ଅତ୍ୟନ୍ତ ଦୟନୀୟ ଭାବେ ଚାଲିଛି । ବିଶେଷ କରି ହରଭଙ୍ଗା ବ୍ଲକର ଆଡେଣିଗଡ, ତଳଗାଁ, କୁଶଙ୍ଗ, ମହାଲିକପଡା, ଛତ୍ରଙ୍ଗ, ହରଭଙ୍ଗା, ସଙ୍କୁଲେଇ, କରଂଜକଟା, ବାଣୀଭୂଷଣପୁର, ତିଲେଶ୍ୱର, ପିତାମ୍ବରପୁର ଓ ସାମ୍ପୋଚ ଆଦି ପଂଚାୟତର ଅଧିକାଂଶ ସମୟ ନେଟୱାର୍କ ରହୁନଥିବା ଯୋଗୁଁ ଉପଭୋକ୍ତା ହଟହଟା ର ସମ୍ମୁଖିନ ହେଇଆସୁଛନ୍ତି  ।ହରଭଙ୍ଗା ବ୍ଲକରେ  ଉନ୍ନତମାନର ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ମହଲରେ ଦାବୀ ହୋଇଆସୁଥିଲେ ମଧ୍ୟ ପ୍ରଶାସନିିକ ଇଚ୍ଛାଶକ୍ତିର ଅଭାବ ଓ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ମାନଙ୍କର ବୈମାତୃକ ମନୋଭାବ ଯୋଗୁଁ ଏଥରେ ସୁଧାର ଆସୁନଥିବା ଅଭିଯୋଗ ହେଉଛି । ସବୁଠାରୁ ଗୁରୁତ୍ୱପୁର୍ଣ କଥା ହେଲା ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଏକ ମାଓ ପ୍ରଭାବିତ ଅଂଚଳ ଭାବେ କେନ୍ଦ୍ର ଓ ରାଜ୍ୟ ସରକାର ତାଲିକା ଭୁକ୍ତ କରିଥରଲେ ମଧ୍ୟ ଯୋଗାଯୋଗ ର ବ୍ୟବସ୍ଥାପ୍ରତି ଦୃଷ୍ଟି ନଦେବା ଘଟଣା ସରକାରଙ୍କ କାର୍ଯ୍ୟ ଶୈଳି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସେସବୁକୁ ଛାଡି ଗତ କିଛି ଦିନ ତଳେ ମାନ୍ୟବର ସୁପ୍ରିମ କୋର୍ଟ ଦେଇଥିବା  ଐତିହାସିକ ରାୟ ରେ ମୋବାଇଲ ଓ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ଗୁଡିକ ଏଣିକି ଉପଭୋକ୍ତ ମାନଙ୍କ ଠାରୁ ପ୍ରାପ୍ୟ ସେବା ପାଇଁ ନେଉଥିବା ମୂଲ୍ୟ ବଦଳରେ ନିର୍ଦ୍ଧାରିତ ସେବା ଯୋଗଇଦେବାକୁ ବାଧ୍ୟ ଅଟନ୍ତି । ଏଥିରେ ଖିଲାପ କଲେ ସଂପୃକ୍ତ କମ୍ପନୀ ବିରୋଦ୍ଧରେ ଆଇନଗତ ପଦକ୍ଷେପ ନିଆଯାଇପାରିବ । ଜିଲ୍ଲା ପ୍ରଶାସନ ହରଭଙ୍ଗା ବ୍ଲକର ଜନସାଧାରଣଙ୍କ ଆବଶ୍ୟକତା ଓ ସ୍ୱାର୍ଥ  ଦଷ୍ଟି ଆଗରେ ରଖି ଉପଭୋକ୍ତଙ୍କ ସକାଶେ ଉନ୍ନତ ମାନର ସେବା ପହଁଚାଇବା ଦିଗରେ ବିହିତ ପଦକ୍ଷେପ ନନେଲେ ଏହି ବ୍ଲକର ଅଭ୍ୟନ୍ତରିଣ ଓ ଉପାନ୍ତରେ ବସବାସ କରୁଥିବା ଲୋକଙ୍କ ପାଇଁ ମୋବାଇଲ ଓ ଇଣ୍ଟରନେଟ ସେବା ମରୁଭୁମିର ମରିଚିକା ଭଳି ଶୁଣା କଥାରେ ସୀମିତ ହୋଇ ରହିଯିବ । 

0
0
0
s2sdefault