ଭୁବନେଶ୍ୱର (ଶାସକ ପ୍ରଶାସକ) : ଗୁରୁ ଦେବପ୍ରସାଦ ଦାସ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସର୍ବଦା ଅବିସ୍ମରଣୀୟ ।ତାଙ୍କର ଓଡ଼ିଶୀ ନୃତ୍ୟ ଶୈଳୀ ଓ କୌଶଳ ଅନନ୍ୟ ଅଟେ । ସେସର୍ବଦା କହୁଥିଲେ ଯେ ଜଣେ କଳାକାରର ଏକକ ଅଭିନୟରେ ତାର ପ୍ରଦର୍ଶନ ମାପ କରାଯାଇଥାଏ । ତାଙ୍କର ଏହି ଭାବଧାରାକୁ ଜୀବିତ ରଖିବା ପାଇଁ ତ୍ରିଧାରା ଗତ ୧୦ ବର୍ଷ ଧରି ଏକକ ଓଡ଼ିଶୀ ନୃତ୍ୟର ଆୟୋଜନ ଓ ପ୍ରଚାର କରି ଆସୁଅଛି । ଚଳିତ ବର୍ଷ ତ୍ରିଧାରାର ଜଣେ ବରିଷ୍ଟ ଯୁବ ନୃତ୍ୟଶିଳ୍ପୀ ରିତିକା ବାନାର୍ଜୀଙ୍କ ଦ୍ୱାରାଏକକ ଓଡ଼ିଶୀ ନୃତ୍ୟ ଉତ୍ସବ-ଏକୈକ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।
ରିତିକା ବାନାର୍ଜୀ ଜଣେ ଅତ୍ୟନ୍ତ ପ୍ରତିଭା ସମ୍ପର୍ଣ୍ଣ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅଟନ୍ତି । ତାଙ୍କର ସୁନ୍ଦର ଅଭିନୟ ସହିତ ତାଳ, ଲୟ, ଛନ୍ଦ ଓ ଭାବର ସମିଶ୍ରଣରେ ଉଭୟ ଓଡ଼ିଶୀର ଲାସ୍ୟ ଓ ତାଣ୍ଡବ ରୂପକୁ ପ୍ରତିଫଳିତ କରିଥାଏ ଯାହାକୁ ଦର୍ଶକମଣ୍ଡଳୀ ବେଶ୍ ପ୍ରଶଂସା କରିଥାନ୍ତି । ସେ ତାଙ୍କର ଓଡ଼ିଶୀ ନୃତ୍ୟ ଶିକ୍ଷାଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ଅଧିନରେ ରହି ଅତ୍ୟନ୍ତ ଆଗ୍ରହ ସହକାରେ ଗ୍ରହଣ କରିଛନ୍ତି । ସେ ଦେଶ ତଥା ଦେଶ ବାହାରେ ନୃତ୍ୟ ପ୍ରଦର୍ଶନ କରି ଅନେକଗୁଡ଼ିଏ ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି । ସେ ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟର ସାଂସ୍କୃତିକ ଅନୁସନ୍ଧାନ ଓ ତାଲିମ କେନ୍ଦ୍ରରୁ ଓଡ଼ିଶୀ ନୃତ୍ୟରେ ଜୁନିୟର ପ୍ରତିଭା ସନ୍ଧାନ ସ୍କଲାରସିପ୍ ଗ୍ରହଣ କରିଛନ୍ତିଏବଂ ସେ ଓଟିଭିର ପ୍ରାର୍ଥନା ଚ୍ୟାନେଲର ଆୟୋଜିତ ବୃହତ ନୃତ୍ୟ କାର୍ଯ୍ୟକ୍ରମ ନୁପୁରର ବିଜେତା ଅଟନ୍ତି ।
ସେହି ଦିନ ସଂଧ୍ୟାରେ ରିତିକା ବାନାର୍ଜୀଙ୍କ ଦ୍ୱାରା ପରିବେଷିତ ହେବାକୁ ଥିବା ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମରେ ପ୍ରଥମେ ମଙ୍ଗଳାଚରଣରେ ଲକ୍ଷ୍ମୀ ନୃସିଂହ ଧ୍ୟାନ ପରେ ପରେ କିରିବାଣି ପଲ୍ଲବୀ, ତାପରେ ଓଡ଼ିଆ ଅଭିନୟ ମାନ ଉଦ୍ଧାରଣଏବଂ ରିତିକା ବାନାର୍ଜୀଙ୍କ ଉପରେ ଆଧାରିତ ଭିଡ଼ିଓ ଡ଼କ୍ୟୁମେଣ୍ଟାରୀ ପ୍ରଦର୍ଶୀତ ହେବ । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିରେ ରହିବ ଅଷ୍ଟପଦୀ ୟାହି ମାଧବ ଏବଂ ଶେଷରେ ମହାଲକ୍ଷ୍ମୀ ପରିବେଷିତ ହେବ ।
ଶ୍ରୀଯୁକ୍ତ ଋପମ୍ ବାନାର୍ଜୀ ଓ ଶ୍ରୀମତୀ ବର୍ଣ୍ଣାଳି ବାନାର୍ଜୀ ଉକ୍ତ କାର୍ଯ୍ୟକ୍ରମର ପ୍ରୟୋଜକ ଏବଂ ଶ୍ରୀମତୀ ରିନା ପଣ୍ଡା ସଂଯୋଜକ ଅଟନ୍ତି । ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବାଏହି ଉତ୍ସବକୁ ସମସ୍ତ ନୃତ୍ୟ, ସଙ୍ଗୀତ ତଥା କଳାପ୍ରେମୀ ଦର୍ଶକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଉପଭୋଗ କରିବା ପାଇଁ ତ୍ରିଧାରା ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଗୁରୁ ଗଜେନ୍ଦ୍ର ପଣ୍ଡା ଅନୁରୋଧ କରିଛନ୍ତି । ଏହି ଉତ୍ସବଟି ସମସ୍ତଙ୍କ ପାଇଁ ପ୍ରବେଶ ମୁକ୍ତ ଅଟେ ।