ହେଡଲାଇନସ୍:

ୱେବେଲ୍‍-ଫୁଜିସଫ୍ଟ-ଭାରା ସେଣ୍ଟର ଅଫ୍‍ ଏକ୍ସେଲେନ୍ସ୍ (ସିଓଇ) ଇଣ୍ଡଷ୍ଟ୍ରି ୪.୦ ପ୍ରଯୁକ୍ତି ଗ୍ରହଣ ଜରିଆରେ ସଂଗଠନସମୂହ ଓ ଭାରତୀୟ ଲୋକଶକ୍ତିକୁ ସହାୟତା କରିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଛାତ୍ରଛାତ୍ରୀ, କାର୍ଯ୍ୟରତ ବୃତ୍ତିଧାରୀ, କର୍ପୋରେଟସମୂହ ଓ ନୂଆ ଯୁଗର ଉଦ୍ୟୋଗୀଙ୍କୁ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟରେ ବୃଦ୍ଧି ଘଟାଇବା ଓ ଉଚ୍ଚ କୁଶଳୀ ଶିଳ୍ପ ପାଇଁ ପ୍ରସ୍ତୁତ ବୃତ୍ତିଧାରୀ ଓ ଉଦ୍ୟୋଗୀମାନଙ୍କୁ ବିକଶିତ କରିବା ନିମନ୍ତେ ନୂତନ ପ୍ରଯୁକ୍ତି କ୍ଷେତ୍ରରେ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରୁଛି

କୋଲକାତା/ ଭୁବନେଶ୍ୱର,: ପଶ୍ଚିମବଙ୍ଗ ସରକାରଙ୍କର ଏକ ପ୍ରୟାସ ୱେବେଲ୍‍-ଫୁଜିସଫ୍ଟ ଭାରା ସେଣ୍ଟର ଅଫ ଏକ୍ସେଲେନ୍ସ (ସିଓଇ) ଉପଯୋଗୀ କୁଶଳତା ସୃଷ୍ଟି କରିବା ଏବଂ ଇଣ୍ଡଷ୍ଟ୍ରି ୪.୦ ପ୍ରଯୁକ୍ତିସମୂହରୁ ପୂର୍ଣ୍ଣ ସୁଯୋଗ ନେବା ଲକ୍ଷ୍ୟ ରଖିଛି । ଏହା ଆଇଟି ଓ ଇଲେକଟ୍ରୋନିକ୍ସ ବିଭାଗ ଦ୍ୱାରା ଏହାର ନୋଡାଲ ସଂସ୍ଥା ୱେବେଲ୍‍ ଏବଂ ଏମଏସ୍‍ଏମଇ ନିର୍ଦ୍ଦେଶାଳୟ, ପଶ୍ଚିମବଙ୍ଗ ଜରିଆରେ ସ୍ଥାପନ କରାଯାଇଛି । ପ୍ରକଳ୍ପ ଫୁଜିସଫ୍ଟ ଆଇଏନ୍‌ସି, ଜାପାନ ଏବଂ ଭାରା ଟେକ୍‍ନୋଲୋଜି, ଭାରତ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ଇଣ୍ଡଷ୍ଟ୍ରି ୪.୦ର ଚାରିଟି ପ୍ରଯୁକ୍ତି ଯଥା- ଡାଟା ସାଇନ୍ସ, ସାଇବର ସିକ୍ୟୁରିଟି, ଏମ୍ବେଡେଡ ସିଷ୍ଟମ୍‍/ଆଇଓଟି ଏବଂ ଆଡିଟିଭ୍‍ ମାନୁଫାକ୍‍ଚରିଂ ଆଦି ନିମନ୍ତେ ଏକମାତ୍ର ସେଣ୍ଟର ଅଫ ଏକ୍ସେଲେନ୍ସ ହୋଇଛି । ସିଓଇ ଛାତ୍ରଛାତ୍ରୀ, ଶିକ୍ଷାବିତ୍‍, ଶିଳ୍ପ, ପ୍ରଯୁକ୍ତି ଯୋଗାଣକାରୀ ଏବଂ ଷ୍ଟାର୍ଟଅପ୍‍ଗୁଡିକୁ ଗୋଟିଏ ଛାତ ତଳେ ଏକତ୍ର କରାଉଛି । ତାଲିମ ଓ କୁଶଳତାର ବିକାଶ ସହିତ ସିଓଇ କର୍ପୋରେଟ, ଏମଏସ୍‍ଏମଇ ୟୁନିଟ ଏବଂ ଷ୍ଟାର୍ଟଅପ୍‍ଗୁଡିକୁ ସେହି ପ୍ରଯୁକ୍ତିର ସୁଯୋଗ ଉପଲବ୍ଧ କରାଇବା ଲକ୍ଷ୍ୟ ରଖିଛି, ଯାହା ସେମାନଙ୍କର ଉତ୍ପାଦକତା, ଉତ୍ପାଦର ମାନରେ ବୃଦ୍ଧି ଘଟାଇବା ସହିତ ନୂତନ ଉଦ୍ଭାବନକୁ ପ୍ରୋତ୍ସାହିତ କରିବ ।
ସେଣ୍ଟର୍‍ ଅଫ ଏକ୍ସେଲେନ୍ସ ଭିତ୍ତିଭୂମି, ହାର୍ଡୱେର ଏବଂ ସଫ୍ଟୱେର ସହିତ ଶିକ୍ଷାଭିତ୍ତିକ ସମର୍ଥନ ଏବଂ ପ୍ରମାଣନ ଯୋଗାଇଦେବାକୁ ଅନେକ ବିଶ୍ୱସ୍ତରୀୟ ସଂଗଠନ ଏବଂ ଅଗ୍ରଣୀ ପ୍ରଯୁକ୍ତି କମ୍ପାନୀ ସହିତ ଚୁକ୍ତିବଦ୍ଧ ହୋଇଛି । ଏହାସହିତ ସହଭାଗିତା କରିଥିବା କେତେକ କମ୍ପାନୀ ମଧ୍ୟର ଇନ୍‍ଟେଲ, ଏନ୍‍ଭିଡିଆ, ବୋଷ୍ଟନ ଟ୍ରେନିଂ ଏକାଡେମୀ, ବୋଷ୍ଟନ ଆଇଟି ସଲ୍ୟୁସନ୍ସ, ଡାସଲ୍‍ଟ ସିଷ୍ଟମ୍ସ, ଷ୍ଟ୍ରାଟାସିସ୍‍, ଟ୍ରେଣ୍ଡ୍‍ ମାଇକ୍ରୋ, ଫର୍ଟିନେଟ୍‍, ଆଇଏମ୍‍ଆଇ ଇସ୍ରାଏଲ, ଥିଙ୍କ୍‍ ସାଇବର, ଇସ୍ରାଏଲ ଆଦି ଅନ୍ତର୍ଭୁକ୍ତ । ଏହି ବିଶ୍ୱସ୍ତରୀୟ ସହଭାଗୀମାନେ ସିଓଇକୁ ଭବିଷ୍ୟତ ଉପଯୋଗୀ ପ୍ରତିଭା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ବ୍ୟବସାୟ ସଂସ୍ଥା ସୃଷ୍ଟି କରିବାର ସ୍ଥିତି ପ୍ରଦାନ କରିଛନ୍ତି ।
ଆମେ ଯେଉଁଭଳି ଭାବରେ କାର୍ଯ୍ୟ କରୁଛୁ ଏବଂ ଉତ୍ପାଦ ବିନିର୍ମାଣ କରୁଛୁ, ସେହି ଦୁନିଆରେ ବ୍ୟାପକ ରୂପାନ୍ତରଣ ଘଟିବାକୁ ଯାଉଛି । ଏହାର କାରଣ ହେଉଛି ବିନିର୍ମାଣର ଡିଜିଟାଇଜେସନ । ଏହି ରୂପାନ୍ତରଣକୁ ଇଣ୍ଡଷ୍ଟ୍ରି ୪.୦ କୁହାଯାଉଛି ଏବଂ ଏହା ଚତୁର୍ଥ ବିପ୍ଳବର ପ୍ରତିନିଧିତ୍ୱ କରୁଛି ଯାହା ବିନିର୍ମାଣ କ୍ଷେତ୍ରରେ ଘଟିଛି । ଚତୁର୍ଥ ବିପ୍ଳବକୁ ଏକାଧିକ ନୂତନ ପ୍ରଯୁକ୍ତି ଆଧାରରେ ରୂପ ଦିଆଯାଇପାରିବ, ଯେଉଁଥିରେ ଫିଜିକାଲ, ଡିଜିଟାଲ ଏବଂ ବାୟୋଲୋଜିକାଲ ଜଗତ ରହିଛି । ଏହି ନୂତନ ପ୍ରଯୁକ୍ତିଗୁଡିକ ସମସ୍ତ ଶୃଙ୍ଖଳା, ଅର୍ଥନୀତି ଓ ଶିଳ୍ପ ଉପରେ ପ୍ରଭାବ ପକାଇବ । ସେଥିପାଇଁ ସଂସ୍ଥାନସମୂହ ଏବଂ ଲୋକଶକ୍ତି ଇଣ୍ଡଷ୍ଟ୍ରି ୪.୦ର ପ୍ରଯୁକ୍ତିକୁ ଗ୍ରହଣ କରି ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟରେ ବୃଦ୍ଧି ଘଟାଇବାର ଆବଶ୍ୟକତା ରହିଛି । ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଭାରତର ସାମର୍ଥ୍ୟ ଏବଂ ଆଇଟି ବୃତ୍ତିଧାରୀଙ୍କର ଏକ ବିଶାଳ ଲୋକଶକ୍ତିକୁ ନେଇ ଇଣ୍ଡଷ୍ଟ୍ରି ୪.୦ ଜରିଆରେ ରୂପାନ୍ତରଣକାରୀ ବିନିର୍ମାଣ ଯାତ୍ରା ଦେଶରେ ଆରମ୍ଭ ହୋଇସାରିଛି । ବିନିର୍ମାଣ ସମ୍ପ୍ରତି ସର୍ବାଧୁନିକ ପର୍ଯ୍ୟାୟରେ ଏବଂ ଏଥିପାଇଁ ଅତ୍ୟୁଚ୍ଚ ସ୍ତରର କୁଶଳତା ଆବଶ୍ୟକ । ଭାରତ ଯଦିଓ ତାହାର ଅଭିବୃଦ୍ଧି ନିମନ୍ତେ ସେବା କ୍ଷେତ୍ର ଉପରେ ବ୍ୟାପକ ଭାବରେ ନିର୍ଭରଶୀଳ, ତଥାପି ଭାରତୀୟ ଅର୍ଥନୀତିରେ ବିନିର୍ମାଣ କ୍ଷେତ୍ର ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି ।
ସେଣ୍ଟର ଅଫ୍‍ ଏକ୍ସେଲେନ୍ସ ଅଗ୍ରଣୀ ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଏବଂ ପ୍ରଯୁକ୍ତି ଯୋଗାଣକାରୀଙ୍କର ଏକ ତ୍ରିକୋଣୀୟ କ୍ଷେତ୍ର ଭାବରେ ସ୍ଥାପନ କରାଯାଇଛି ଯାହା ଇଣ୍ଡଷ୍ଟ୍ରି ୪.୦ ପାଇଁ ଉପଯୋଗୀ କୁଶଳୀ ଲୋକଶକ୍ତି ସୃଷ୍ଟି କରିବ । ଏହା ଭାରତର ପ୍ରଥମ ପ୍ରଯୁକ୍ତି ପ୍ଲାଟଫର୍ମ ଯାହା ଚତୁର୍ଥ ଶିଳ୍ପ ବିପ୍ଳବକୁ ବ୍ୟାଖ୍ୟା କରୁଥିବା ବିଭିନ୍ନ ପ୍ରଯୁକ୍ତିକୁ ଏକତ୍ର କରୁଛି । ସେଣ୍ଟର ଅଫ ଏକ୍ସେଲେନ୍ସର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ, କାର୍ଯ୍ୟରତ ବୃତ୍ତିଧାରୀ ଏବଂ ନୂଆ ପିଢିର ଉଦ୍ୟୋଗୀମାନଙ୍କ ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟରେ ବୃଦ୍ଧି ଘଟାଇବା ଏବଂ ଅତି କୁଶଳୀ ଶିଳ୍ପ ପାଇଁ ପ୍ରସ୍ତୁତ ବୃତ୍ତିଗତ ବ୍ୟକ୍ତିବିଶେଷ ଏବଂ ଟେକ୍‍ନୋପ୍ରିନ୍ୟୋର ବିକଶିତ କରାଇବା ନିମନ୍ତେ ସେମାନଙ୍କୁ ନୂତନ ପ୍ରଯୁକ୍ତିଗୁଡିକ ସମ୍ପର୍କରେ ଉଚ୍ଚ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ।
ପ୍ରତିଭାର ବିକାଶ ପାଇଁ ସିଓଇ ଏକ ପୂର୍ଣ୍ଣାଙ୍ଗ ପରିବ୍ୟବସ୍ଥା ଯୋଗାଇ ଦେଉଛି । ସିଓଇରେ ପାଠ୍ୟକ୍ରମ ଥିଓରୀ ବ୍ୟତିତ ୭୦% କ୍ରିୟାଶୀଳ ଶିକ୍ଷା ରହିଛି, ଯାହା ହିତାଧିକାରୀଙ୍କୁ ବାସ୍ତବ ଦୁନିଆର ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି । ପାଠ୍ୟକ୍ରମରେ କେସ୍‍ ଷ୍ଟଡି, ବାସ୍ତବ ସମୟଭିତ୍ତିକ ପ୍ରକଳ୍ପ ସହିତ କର୍ପୋରେଟଗୁଡିକ ପକ୍ଷରୁ ଦିଆଯାଉଥିବା କ୍ୟାପଷ୍ଟୋନ ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ ।
ନିଜର ନିଯୁକ୍ତିବତ୍ତାରେ ବୃଦ୍ଧି ଘଟାଇବା ଅଥବା କର୍ମଚାରୀ କିମ୍ବା ଉଦ୍ୟୋଗୀ ଭାବରେ ସେମାନଙ୍କ କ୍ୟାରିୟର ସାନି ଆରମ୍ଭ କରିବା ନିମନ୍ତେ ସେମାନଙ୍କ କୁଶଳତାରେ ବୃଦ୍ଧି ଘଟାଇବାକୁ ଚାହୁଁଥିବା ସଦ୍ୟ ସ୍ନାତକଧାରୀ ଏବଂ କାର୍ଯ୍ୟରତ ବୃତ୍ତିଧାରକଙ୍କ ପାଇଁ ସିଓଇ ଅତିମାତ୍ରାରେ ବିଷୟ ଭିତ୍ତିକ ତାଲିମ ପ୍ରଦାନ କରୁଛି । ସିଓଇର ପାଠ୍ୟକ୍ରମଗୁଡିକ ଶିଳ୍ପ ଦ୍ୱାରା ପ୍ରମାଣିକୃତ ଯଦ୍ୱାରା ତାହା ବଜାର ଚାହିଦା ପୂରଣ ସହିତ ନିଯୁକ୍ତିବତ୍ତାରେ ବୃଦ୍ଧିକୁ ସୁନିଶ୍ଚିତ କରୁଛି । ସିଓଇରେ ପରିସର ମଧ୍ୟରେ ଏବଂ ଅନ୍‍ଲାଇନରେ ତାଲିମ ଦିଆଯାଉଛି । ଏହା ବିଭିନ୍ନ ଅବଧିର ପାଠ୍ୟକ୍ରମ ଉପଲବ୍ଧ କରାଉଛି ।
ସାର୍ଟିଫିକେଟ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ବ୍ୟକ୍ତିମାନେ ମଧ୍ୟ ସମସ୍ୟା ସମାଧାନ, ନିଷ୍ପତ୍ତି ଗ୍ରହଣ, ମୂଲଚାଲ କରିବାର କୌଶଳ, ଯୋଗାଯୋଗ ଏବଂ ଉପସ୍ଥାପନ ଶୈଳୀ, ଆର୍ଥିକ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଆହରଣ ଏବଂ ପ୍ରକଳ୍ପ ପରିଚାଳନାର ମୌଳିକ ଦିଗ ସହିତ କାର୍ଯ୍ୟସ୍ଥଳ ନୈତିକତା ସମ୍ପର୍କରେ ତାଲିମ ପାଇଥାନ୍ତି । ସିଓଇରେ ସର୍ବାଧୁନିକ ହାର୍ଡୱେର, ସଫ୍ଟୱେର, ତାଲିମ ପଦ୍ଧତି, ଏହି ଶ୍ରେଣୀରେ ସର୍ବଶ୍ରେଷ୍ଠ ଅଧ୍ୟାପନା ମଣ୍ଡଳୀ ସଦସ୍ୟ, ଶିଳ୍ପ ସହିତ ସହଯୋଗିତା, ପ୍ରୟୋଗାତ୍ମକ ତାଲିମ, ଷ୍ଟାର୍ଟଅପ୍‍ଗୁଡିକ ପାଇଁ ପାଣ୍ଠି ଲଗାଣ ସୁବିଧା ସୁଯୋଗ ଆଦି ବହୁବିଧ ପ୍ରଯୁକ୍ତି କ୍ଷେତ୍ରରେ ଏହି ଶ୍ରେଣୀରେ ସର୍ବୋତ୍ତମ ଭିତ୍ତିଭୂମି ଯୋଗାଇଦେବା ସହିତ ଏହାକୁ ବାସ୍ତବପକ୍ଷେ ଭାରତର ନବସୃଜନର କେନ୍ଦ୍ରସ୍ଥଳ କରି ଗଢିତୋଳିଛି ।
ସିଓଇ ଉଭୟ ଓପନ୍‍ ପାଠ୍ୟକ୍ରମ ଏବଂ କଷ୍ଟମ୍‍ ପାଠ୍ୟକ୍ରମ ଯୋଗାଇ ଦେଉଛି । ଓପନ୍‍ ପାଠ୍ୟକ୍ରମ ମୌଳିକ ଠାରୁ ଉନ୍ନତ ସ୍ତର ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ବର୍ଗର ପାଠ୍ୟକ୍ରମ, ଏହି ପାଠ୍ୟକ୍ରମ ଏକ୍‍ଜିକ୍ୟୁଟିଭମାନଙ୍କୁ ସେମାନଙ୍କ କ୍ୟାରିୟର୍‍ର ସମସ୍ତ ପର୍ଯ୍ୟାୟରେ ଆବଶ୍ୟକ ସହାୟତା କରୁଛି । କଷ୍ଟମ୍‍ ପାଠ୍ୟକ୍ରମ ଏକ ସଂସ୍ଥାର ଆବଶ୍ୟକତା, ଲକ୍ଷ୍ୟ ଏବଂ ନିର୍ଦ୍ଦିଷ୍ଟ ଆହ୍ୱାନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି ।
ଏଥିସହିତ ସିଓଇ ମଧ୍ୟ ଲିଡରସିପ୍‍ ପାଠ୍ୟକ୍ରମ ଯୋଗାଇ ଦେଉଛି । ଏହା ଉଭୟ ଓପନ୍‍ ଏବଂ କଷ୍ଟମାଇଜ୍‍ଡ ପାଠ୍ୟକ୍ରମ ଭାବରେ ଆସୁଛି ଯେଉଁଥିରେ ନେତୃବୃନ୍ଦ କିଭଳି ପ୍ରଯୁକ୍ତିକୁ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଫାଇଦା ଭାବରେ ବ୍ୟବହାର କରିବେ, ସେ ସମ୍ପର୍କରେ ତାଲିମ ଦିଆଯାଉଛି । ଏହି ପାଠ୍ୟକ୍ରମ ନୂତନ ପ୍ରଯୁକ୍ତି ସମ୍ପର୍କରେ କାର୍ଯ୍ୟକାରୀ ଜ୍ଞାନ ଆହରଣ ସୁଯୋଗ ଦେବା ସହିତ ଏହାକୁ କିଭଳି ଏକ ସଂସ୍ଥାର ବହୁବିଧ କାର୍ଯ୍ୟକାରିତା କ୍ଷେତ୍ରରେ ପ୍ରୟୋଗ କରାଯାଇ ତାହାକୁ ମୂଲ୍ୟଯୁକ୍ତ କରାଯାଇପାରିବ, ସେ ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆଯାଉଛି ।

0
0
0
s2sdefault