ଜୁନାଗଡ଼/ଆଦିତ୍ୟ ମହାନ୍ତି : ବାଲେଶ୍ୱର ର ନୀଳଗିରି ଠାରେ କର୍ତଵ୍ୟ ରତ ସାମ୍ବାଦିକ ଲୋକନାଥ ଦଳେଇ ଙ୍କୁ ନୀଳଗିରି ପୋଲିସ ମିଥ୍ୟା ମାମଲା ରେ ଫସେଇବା ସହ ଡାକ୍ତରଖାନା ରେ ସାମ୍ବାଦିକ ଙ୍କୁ ଗୋଡ଼ରେ ବେଡି ପକାଇ ଚିକିତ୍ସା କରାଯାଇଥିବା ଦେଖିବା କୁ ମିଳିଥିଲା l ଏହି ଘଟଣା କୁ ରାଜ୍ୟସାରା ସାମ୍ବାଦିକ ମାନେ ବିରୋଧ କରିବା ସହ ସମ୍ପୃକ୍ତ ଥାନା ର ଆଇ. ଆଇ. ସି ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା କୁ କଳା ବ୍ୟାଚ ଧାରଣ କରି ପ୍ରତିବାଦ କରିଥିଲେ l ସେହିଭଳି ଜୁନାଗଡ଼ ସାମ୍ବାଦିକ ସଂଘ ତରଫ ରୁ ମଧ୍ୟ ଏହି ଘଟଣା କୁ ନେଇ ଏକ ଜରୁରୀ ବୈଠକ ସଂଘ ର ସଭାପତି ହିମାଂଶୁ ବରାଡ଼ ଙ୍କ ନେତୃତ୍ୱ ରେ ଜୁନାଗଡ଼ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କରାଯିବା ସହ ଏହି ଘଟଣା କୁ ସଂଘ ର ସମସ୍ତ ସଭ୍ୟ ତୀବ୍ର ନିନ୍ଦା କରିଥିଲେ ଓ ସମ୍ପୃକ୍ତ ଥାନା ଆଇ. ଆଇ. ସି ଙ୍କୁ ବହିଷ୍କାର ଦାବୀ ନେଇ ଏକ ଦାବୀ ପତ୍ର ଇ.ମେଲ ଯୋଗେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଖ କୁ ପ୍ରେରଣ କରାଯାଇଥିଲା l ଏହି ବୈଠକ ରେ ସଂଘ ବରିଷ୍ଠ ସଭ୍ୟ ଦୁଷ୍ମନ୍ତ ପଣ୍ଡା, ସନ୍ତୋଷ କୁମାର ସିଂହଦେଓ,ଉପ ସଭାପତି ଆଦିତ୍ୟ ମହାନ୍ତି, ଉତ୍ତମ ଦାଶ, ସାଧାରଣ ସମ୍ପାଦକ ନରେନ୍ଦ୍ର କ୍ଷିତି,ଖଗେଶ୍ଵର ଧାଙ୍ଗଡ଼ା ମାଝୀ, ରବି ସୁନାନୀ, ବିଭୁ ପ୍ରସାଦ ପାଢ଼ୀ, ରଜନୀକାନ୍ତ ମିଶ୍ର, ପ୍ରଭାକର ସେଠି, ରାକେଶ ବେମାଲ, ସୁନ୍ଦର ମୋହନ ଛତ୍ରିଆ, ବ୍ୟୋମକେଶ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ l
ରାଜ୍ୟ
ନୀଳଗିରି ରେ ସାମ୍ବାଦିକ କୁ ପୋଲିସର ବର୍ବରତାକୁ ନେଇ ଜୁନାଗଡ଼ ସାମ୍ବାଦିକ ସଂଘ ର ତୀବ୍ର ନିନ୍ଦା
- Hits: 261