ଅସ୍ତରଙ୍ଗ/ଦୁଃଶାସନ ନାୟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର କୁହୁଡ଼ି ଠାରେ ଅବସ୍ଥିତ ଲବଣ ସତ୍ୟାଗ୍ରହ ହାଇସ୍କୁଲ ପରିସରରେ ଶନିବାରଦିନ 32ତମ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇ ଅଛି ।ଏହି ମେଳାକୁ ଉଦ୍ଘାଟନ କରିଥିଲେ ଅସ୍ତରଙ୍ଗ ବ୍ଲକ ର ଆର୍ତ୍ତତ୍ରାଣ ବିଦ୍ୟାପୀଠ ବରାଙ୍ଗ ର ମାଟ୍ରିକ ଟପ୍ପର ଛାତ୍ରୀ ଲଷ୍ମୀପ୍ରିୟା ମହାରଣା । ଏଥିରେ ମୋଟ ସତୁରି ଗୋଟି ଶିକ୍ଷାନୁଷ୍ଠାନ ଭାଗ ନେଇଥିବା ବେଳେ, ବାଇସଗୋଟି ହାଇସ୍କୁଲ ର ପଚାଶ ଗୋଟି ପ୍ରକଳ୍ପ ଓ ପ୍ରାଇମେରୀ ସହ ଅପର ପ୍ରାଇମେରି ମିଶି ବାରଗୋଟି ପ୍ରକଳ୍ପ ଏହିପରି, 62 ଟି (ବାସଠି )ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସକାଳ ସାତ ଘଟିକା ଠାରୁ ଆରମ୍ଭ ହୋଇ ଏଗାର ଘଟିକା ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାର ଉଦଯାପନ ପର୍ଯାୟରେ, ଅସ୍ତରଙ୍ଗ ବ୍ଲକ ର ବି ଡି ଓ ଦେବିତା ମଞ୍ଜରୀ ନାୟକ ମୁଖ୍ୟ ଅତିଥି ରହିଥିବା ବେଳେ,ମୂଖ୍ୟବକ୍ତା ଥିଲେ ମଙ୍ଗଳା କଲେଜ କାକଟପୁର ପୁର ର ବିଜ୍ଞାନ ଶିକ୍ଷକ ନୃସିଂହ ଚରଣ ବିଶ୍ୱାଳ, ଓ ବ୍ଲକ ଅତିରିକ୍ତ ବି ଇ ଓ ମମତା ମଞ୍ଜରୀ ଦେଇ,ରାଜଲଷ୍ମୀ ପାତ୍ର । ବିଜ୍ଞାନ ମେଳାର ବିଚାରକ ଥିଲେ, ପ୍ରତାପକୁମାର ରାଉତ ,ବିଜ୍ଞାନ ଶିକ୍ଷକ କାକଟପୁର ଓ ପ୍ରତାପ କୁମାର ପ୍ରଧାନ , ବିଜ୍ଞାନ ଶିକ୍ଷକ ନିମାପଡା ବୟେଜ ହାଇ ସ୍କୁଲ । ବିଚାରକ ମଣ୍ଡଳୀ ତରଫରୁ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ହୋଇଥିବା ପ୍ରକଳ୍ପ ଗୁଡିକୁ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା । ବିଜ୍ଞାନ ମେଳା ପରିଚାଳନା କରିଥିଲେ ସମ୍ପୃକ୍ତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ତରୁଣ କୁମାର ନାୟକ ଓ ସହଯୋଗ କରିଥିଲେ ବ୍ଲକ ସି ଆର ସି ସଭାପତି ସନ୍ତୋଷ କୁମାର ସ୍ୱାଇଁ, ସି ଆର ସି ଯଶୋବନ୍ତ ବେହେରା,ବସନ୍ତ ଦାସ,ମମତା ପରିଡା,ବାବୁରାମ ବେହେରା,ତ୍ରିଲୋଚନ ବେହେରା,ଦୀପକ ନୟକ,ରବୀନ୍ଦ୍ର ବସ୍ତିଆ,ଦୁର୍ୟୋଧନ ନାୟକ,ଦୀପକ ନାୟକ,ନିରଞ୍ଜନ ବେହେରା,ରଞ୍ଜିତ ସ୍ଵାଇଁ,ଶିବଚରଣ ଖଟୋଇ ପ୍ରମୁଖ । ଏହି ମେଳାରୁ 5ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାକୁ ଯିବା ପାଇଁ ମନୋନୀତ ହୋଇଛି ।
ରାଜ୍ୟ
ଲବଣ ସତ୍ୟାଗ୍ରହ ହାଇସ୍କୁଲ ପରିସରରେ 32ତମ ବିଜ୍ଞାନ ମେଳା
- Hits: 306