ହେଡଲାଇନସ୍:

ବେନିୟମ ବନାଯୋଡି ଟୋଲଗେଟ ଉଛେଦ ପାଇଁ ଯୁବ ଓ ଶ୍ରମ ବିକାଶ ମଂଚ ତରଫରୁ ଦାବି ପତ୍ର ପ୍ରଦାନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର /ସିଦ୍ଧେଶ୍ୱର ସାହୁ :  ପୂର୍ବରୁ ଥିବା ୨୧୫ ନମ୍ବର ପାଣିକୋଇଲି ଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜ ପଥ ତଥା କେନ୍ଦୁଝରବାସୀଙ୍କ ଜୀବନ ରେଖକୁ ପରବର୍ତ୍ତୀ ସମୟରେ ଅଧିକ ଟୋଲ ଆଦାୟ ଆଶାରେ ପାଣିକୋଇଲି ଠାରୁ ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ଓ ରିମୁଳି ଠାରୁ ରାଜାମୁଣ୍ଡା ୫୨୦ନମ୍ବର ଜାତୀୟ ରାଜପଥରେ ନାମିତ କରାଯାଇ ଗୋଟିଏ ରାଜ ପଥକୁ ଦୁଇଭାଗ କରାଗଲା। ପାଣିକୋଇଲି ଠାରୁ ରିମୂଳି୧୬୬କି.ମି. ମଧ୍ୟରେ ପାଣିକୋଇଲି ଠାରୁ ମାତ୍ର ୩୩କି.ମି.ଦୂର ହାସନପୁର ଠାରେ ପ୍ରଥମ ଟୋଲ ଗେଟ, ହାସନପୁର ଠାରୁ ଖଣ୍ଟଘର (ଢେଙ୍କିକଟ ) ଜାତୀୟରଜପଥ କି.ମି. ନମ୍ବର ୯୧.୯୦୦ଠାରେ ମାତ୍ର ୫୮.୯କି.ମି.ଦୂରରେ ଦିତୀୟ ଟୋଲଗେଟ ଓ ସେଠାରୁ ମାତ୍ର ୪୨କି.ମି.ଦୂର ଜାତୀୟ ରାଜପଥ କି.ମି.ନମ୍ବର ୧୩୪.୩୪୦ ବନଯୋଡିଠାରେ ଟୋଲ ଗେଟ ସ୍ଥାପନ କରାଯାଇ ଟୋଲ ଆଦାୟ ଜାରିରହିଛି। ବନଯୋଡିଠାରୁ ମାତ୍ର ୩୧.୮୩କିଲୋମିଟର ଗଲାପରେ ଜାତୀୟ ରାଜପଥ କିଲୋମିଟର ନମ୍ବର ୧୬୬.୧୭୦ ରିମୂଳି ଠାରେ ୨୦ନଜ଼ମ୍ବର ଜାତୀୟ ରାଜପଥର ପରିସମାପ୍ତି ଘଟାଇ ୫୨୦ନମ୍ବର ଜାତୀୟ ରାଜପଥ ଆରମ୍ଭ ହେଉଥିବାବେଳେ ସେଠାରୁ ମାତ୍ର ୭କିଲୋମିଟର ଦୂର ବିଲେଇପଦା ନିକଟରେ କଣ୍ଡରା ଠାରେ, ବନଯୋଡିରୁ୨୨କିମି ଖିରେଇଟାଙ୍ଗିରି ଠାରେ ଏବଂ ବନାଯୋଡିରୁ ୫୨କିମି ଦୂର ଯୋଗମୋହନପୁର ନିକଟରେ ଅନ୍ୟ ଏକ ଟୋଲ ଗେଟ ସ୍ଥାପନ କରାଯାଇଛି। କେନ୍ଦୁଝର ପରି ଏକ ଗରିବ ଓ ଆଦିବାସୀ ବହୁଳ ଜିଲ୍ଲାରେ ଚଂଚକତା କରି ଜାତୀୟ ରାଜପଥକୁ ବିଭିନ୍ନ ନାମରେ ନାମିତ କରି କେନ୍ଦୁଝର ସହରର ଚତୁର୍ପାଶ୍ୱରେ ଛଅ ଛଅଟି ଟୋଲ ଗେଟ ସ୍ଥାପନ କରାଯାଇ ଟୋଲ ଆଦାୟ କରିଯିବା ଜିଲ୍ଲାବାସୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ।ବିଶେଷ କରି କେନ୍ଦୁଝର ସହରଠାରୁ ମାତ୍ର ୬କିମି ଓ ଖଣ୍ଟଘରର ଠାରୁ ୪୨କିମି ଦୂରରେ ଥିବା ବେନିୟମ ବନାଯୋଡି ଟୋଲ ଗେଟ ଲୋକମାନ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଉଛି। ନିକଟରେ ସଂସଦ ରେ କେନ୍ଦ୍ର ସଡକ ଓ ଭୂପୃଷ୍ଠ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୬୦କିଲୋମିଟର ଦୂର ବ୍ୟବଧାନରେ ଗୋଟିଏ ଲେଖାଏଁ ଟୋଲ ଗେଟ ରହିବାର ସୂଚନା ପରେ ଜିଲ୍ଲା ବାସୀଙ୍କ ମନରେ ଟୋଲଗେଟ ଉଠିଯିବାର ଆଶା ସଂଚାର ହୋଇଥିଲା ମାତ୍ର ବିଶ୍ୱସ୍ତ ସୂତ୍ର ପ୍ରକାଶ ଯେ ବନାଯୋଡି ଟୋଲ ଗେଟ ଅଧିକ ରାଜସ୍ବ ଦେଉଥିବାରୁ ଏହି ଟୋଲ ଗେଟ ଉଠାଯିବ ନାହିଁ। ଯାହାକୁ ନେଇ ଯୁବ ଓ ଶ୍ରମ ବିକାଶ ମଂଚର ସାଧାରଣ ସମ୍ପାଦିକା ଶୈଳବାଳା ପରିଡା ଦୁଖ ପ୍ରକାଶ କରିବା ସହିତ ଜିଲ୍ଲାବାସୀଙ୍କ ତରଫରୁ ଜିଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗଙ୍କ ଜରିଆରେ ମାନ୍ୟବର କେନ୍ଦ୍ର ଭୂ-ପୃଷ୍ଟ ଓ ପରିବହନ ମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହିତ ଜାତୀୟ ରାଜପଥ ପ୍ରାଧିକାରଣ ଅଧିକାରୀଙ୍କୁ ମଧ୍ୟ ଦାବି ଜଣାଇ ଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ସମାଜ ସେବୀ ନିରୂପମା ମହାନ୍ତ, ଜିଲ୍ଲା ବିଜେଡି ଉପ ସଭାପତି ଜଗଦୀଶ ଆପଟ, ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ତାପସ କୁମାର ସାମଲ, ସୁପିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault